Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - 16 ତାରିଖରୁ 7 ଦିନ ଯାଏଁ ଚାଲିବ ମହାଉତ୍ସବ, ମନ୍ତ୍ର ଉଚ୍ଚାରଣରେ କମ୍ପିବ ପୂରା ଅଯୋଧ୍ୟା

National

16 ତାରିଖରୁ 7 ଦିନ ଯାଏଁ ଚାଲିବ ମହାଉତ୍ସବ, ମନ୍ତ୍ର ଉଚ୍ଚାରଣରେ କମ୍ପିବ ପୂରା ଅଯୋଧ୍ୟା

Smruti Parija
Browse all articles by Smruti Parija
·2 years ago·2 min read
16 ତାରିଖରୁ 7 ଦିନ ଯାଏଁ ଚାଲିବ ମହାଉତ୍ସବ, ମନ୍ତ୍ର ଉଚ୍ଚାରଣରେ କମ୍ପିବ ପୂରା ଅଯୋଧ୍ୟା

ଅର୍ଗସ ବ୍ୟୁରୋ: ରହିହେଉନି, ଅପେକ୍ଷା ଯେ ଏତେ କଷ୍ଟ ଦିଏ, ସହି ହେଉନି ...  ଲାଗୁଛି ଧିମେଇ ଯାଇଛି ସମୟ... ପ୍ରତି ସେକେଣ୍ଟ ଲାଗୁଛି ଗୋଟିଏ ଗୋଟିଏ ଯୁଗ... ରାମଲାଲାଙ୍କୁ ଦେଖିବାକୁ ଥୟ ଧରୁନି ମନ... ଏ... ସୂର୍ଯ୍ୟ,ଏ... ଚନ୍ଦ୍ର ... ଅପେକ୍ଷାର କେଇ ଘଡି ସମସ୍ତଙ୍କୁ କରୁଛି ବିଚଳିତ... ଏ ନୀଳ ଆକାଶ, ଏ ବ୍ରହ୍ମାଣ୍ଡ ... ସମସ୍ତେ ଚାହିଁ ରହିଛନ୍ତି ତାଙ୍କ ସ୍ରଷ୍ଟାଙ୍କୁ ଦେଖିବାକୁ... ଆଉ ଗର୍ଭଗୃହର ଚିତ୍ର ଦେଖିବା ପରେ ତ, ମନ ଯେମିତି ହଜିଯାଇଛି ରାମ ରାଇଜରେ ... ପ୍ରାଣ ପ୍ରତିଷ୍ଠା ହେବା ପୂର୍ବରୁ ରାମଲଲାଙ୍କୁ ଦେଥିବାକୁ ଛଟପଟ ହେଉଛି ଏ ପ୍ରାଣ.... 22 ତାରିଖରେ ଗର୍ଭଗୃହରେ ବିରାଜିବେ ପ୍ରଭୁ ଶ୍ରୀରାମ। 

୩୩ ବର୍ଷର ସଂକଳ୍ପ : ରାମ ମନ୍ଦିର ପ୍ରତିଷ୍ଠା ନହେବା ଯାଏଁ ଖାଲି ପାଦରେ ବୁଲିବା ସହ କାଟିବେନି ଚୁଟି

16 ତାରିଖରୁ 7 ଦିନ ଯାଏଁ ଚାଲିବ ମହାଉତ୍ସବ । ଯପ,ତପ,ନାମ, ଯଜ୍ଞ, ଘଣ୍ଟ, ଶଙ୍ଖ, ମନ୍ତ୍ର ଉଚ୍ଚାରଣରେ କମ୍ପି ଉଠିବ ପୂରା ଅଯୋଧ୍ୟା ।  କେବଳ କଣ ଅଯୋଧ୍ୟା , 7 ଦରିଆ ପାରି  ଆମେରିକାର ନ୍ୟୁୟର୍କ ସହରର ପ୍ରସିଦ୍ଧ ଟାଇମ୍ସ ସ୍କୋୟାରରେ ମଧ୍ୟ ପ୍ରାଣପ୍ରତିଷ୍ଠା ଉତ୍ସବର ହେବ ସିଧାପ୍ରସାରଣ। ବିଶ୍ବର କୋଣ ଅଣୁକୋଣରେ ଥିବା ରାମଙ୍କ ପ୍ରତିଟି ଭକ୍ତ ପାଇବ ଦିବ୍ୟ ଦର୍ଶନ।  ବିଦେଶରେ ଥିବା ବିଭିନ୍ନ ଭାରତୀୟ ଦୂତାବାସରେ କରାଯିବ ସିଧା ପ୍ରସାରଣ । ପ୍ରାଣପ୍ରତିଷ୍ଠା ଉତ୍ସବ ଏକ ସପ୍ତାହ ପୂର୍ବରୁ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହେବ। ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମଲାଲାଙ୍କ ପବିତ୍ର ସମାରୋହରେ ବାରାଣସୀର ପୂଜକ ଲକ୍ଷ୍ମୀକାନ୍ତ ଦୀକ୍ଷିତ ମୁଖ୍ୟ ରୀତିନୀତି ସମ୍ପନ୍ନ କରିବେ। ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ପ୍ରସାଦ ସେବନ ନିମନ୍ତେ  ୧୦୦୮ ହୁଣ୍ଡି ମହାଯଜ୍ଞ ଅନୁଷ୍ଠିତ ହେବ। ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଅଯୋଧ୍ୟାରେ ଅନେକ ଟେଣ୍ଟ ସିଟି ନିର୍ମାଣ କରାଯାଉଛି।

ରାମ ମନ୍ଦିରରେ ଲାଗିଲା ପ୍ରଥମ ସ୍ବର୍ଣ୍ଣ କବାଟ, ୩ ଦିନରେ ଲାଗିବ ଆହୁରି ୧୩ଟି କବାଟ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭବ୍ୟ ଉତ୍ସବ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ଗତକାଲି ନବ ଉଦଘାଟିତ ମହର୍ଷି ବାଲ୍ମିକୀ ବିମାନବନ୍ଦରରେ ପହଞ୍ଚିବା ପରେ ହନୁମାନ ଗଡି ପହଞ୍ଚିଥିଲେ। ଏବଂ ପ୍ରାଣ ପ୍ରତିଷ୍ଠା ସମାରୋହର ପ୍ରସ୍ତୁତି ସମୀକ୍ଷା କରିଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।  ଗର୍ଭଗୃହରେ ପୂଜାର୍ଚ୍ଚନା କରିଥିଲେ ଯୋଗୀ। ଏହାସହ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାମନ୍ତ୍ରୀ ଚମ୍ପତ ରାୟ ମଧ୍ୟ ପ୍ରସ୍ତୁତିର ସମୀକ୍ଷା କରିଥିଲେ। 

ଅଯୋଧ୍ୟାରେ ଯୋଗୀ, ଜୟଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହେଲା ହନୁମାନଗଢୀ

ସେପଟେ ରାମ ମନ୍ଦିର ପରିସରରେ ଜଟାୟୁ ପକ୍ଷୀର ବିଶାଳ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ରାତିରେ ଅତି ଆକର୍ଷଣୀୟ ଦିଶୁଛି ଏହି ବ୍ରୋଞ୍ଜ ପ୍ରତିମୂର୍ତ୍ତି । ପୌରାଣିକ କଥାବସ୍ତୁ ଅନୁଯାୟୀ ରାମାୟଣରେ ଜଟାୟୁ ପକ୍ଷୀର ବେଶ୍ ମହତ୍ବ ରହିଛି । ମାତା ସୀତାଙ୍କୁ ରାବଣ ଅପହରଣ କରି ନେବା ବେଳେ ରାବଣ ସହ ଯୁଦ୍ଧ କରି ଯଟାୟୁ ପକ୍ଷୀ ପ୍ରାଣ ବଳି ଦେଇଥିଲେ । ସେ ଦୃଷ୍ଟିରୁ ରାମ ମନ୍ଦିର ପରିସରରେ ଜଟାୟୁ ପକ୍ଷୀର ଏହି ବିଶାଳ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ହେ ରାମ... ତୁମ ଦିବ୍ୟ ଦର୍ଶନର ଅପେକ୍ଷାରେ ପୂରା ବିଶ୍ବ, ପୂରା ବ୍ରହ୍ମାଣ୍ଡ । 

 

Sponsored
The great festival will last for 7 days from 16th-at-ayodhya | Argus English