ଶ୍ରମିକଙ୍କ ନିକଟରୁ 6 ମିଟର ଦୂରରେ ପାଇପ୍
·2 years ago

ନୂଆଦିଲ୍ଲୀ: ଉତ୍ତରକାଶୀ ଟନେଲ୍ ରେସ୍କ୍ୟୁ ଅପରେସନ୍ ଜୋରଦାର୍ । ଶେଷ ପର୍ଯ୍ୟାୟରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଆଉ କିଛି ଘଣ୍ଟା ପରେ ଫସି ରହିଥିବା 41 ଜଣ ଶ୍ରମିକଙ୍କ ପାଖେ ପହଞ୍ଚିବ ଉଦ୍ଧାରକାରୀ ଦଳ । ଶ୍ରମିକଙ୍କ ନିକଟରୁ 6 ମିଟର ଦୂରରେ ରହିଛି ପାଇପ୍ । ଶ୍ରମିକଙ୍କୁ ଉଦ୍ଧାର ପରେ ସେମାନଙ୍କୁ ତୁରନ୍ତ ଚିକିତ୍ସା ଦେବା ଲାଗି ଆଲର୍ଟରେ ରହିଛି ସ୍ବତନ୍ତ୍ର ଡାକ୍ତରୀ ଟିମ୍ ।
ଟନେଲ୍ ବାହାରେ ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି । ଦୀର୍ଘ 12 ଦିନ ହେଲା ଟନେଲ୍ ଭିତରେ ଫସି ରହି ସଂଘର୍ଷ କରୁଛନ୍ତି 7 ରାଜ୍ୟର 41 ଜଣ ଶ୍ରମିକ । ସେମାନଙ୍କ ମଧ୍ୟରେ 5 ଜଣ ଓଡ଼ିଆ ଅଛନ୍ତି । ଆମେରିକୀୟ ମେସିନ୍ ଦ୍ବାରା ଡ୍ରିଲିଂ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

