Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଖେଳନା ଘୋଡାରେ ବର ଆସିଲେ ପ୍ରିୟତମାଙ୍କୁ ନେବାପାଇଁ

National

ଖେଳନା ଘୋଡାରେ ବର ଆସିଲେ ପ୍ରିୟତମାଙ୍କୁ ନେବାପାଇଁ

Priyadarshini Dixit
Browse all articles by Priyadarshini Dixit
·2 years ago·2 min read
ଖେଳନା ଘୋଡାରେ  ବର ଆସିଲେ ପ୍ରିୟତମାଙ୍କୁ ନେବାପାଇଁ

ଅର୍ଗସ ବ୍ୟୁରୋ : ବିବାହ ଋତୁ ପୁଣି ଆରମ୍ଭ ହେବାକୁ ଯାଉଛି ଏବଂ ଏହି ଋତୁ ଆରମ୍ଭ ହେଲେ ରାସ୍ତାରେ ଡିଜେ, ଗାଡି , ବାରାତ ଏହିପରି ଲମ୍ବା ଲାଇନ୍ ଦେଖିବାକୁ ମିଳେ। ବିବାହ ପ୍ରକ୍ରିୟା ଏକ ସାଧାରଣ ପ୍ରକ୍ରିୟା। ଯେଉଁଠି ବର ଆଉ ବର ଘର ଲୋକ ଡିଜେ, ବାଣ, ଗାଡି , ବାରାତ ନେଇ କନ୍ୟା ଘରକୁ ଯାଇଥାନ୍ତି କନ୍ୟାକୁ ଆଣିବା ପାଇଁ। ସାଧାରଣତଃ ଅଧିକାଂଶ ଲୋକ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ଯେପରି ଏହା ସବୁ ଦିନ ପାଇଁ ସମସ୍ତଙ୍କର ମନେ ରହିବ। ସେଥିପାଇଁ ସେମାନେ ବିଭିନ୍ନ ଉପାୟ ମଧ୍ୟ ଆପଣାଇଥାନ୍ତି । ସେ ସାଜ୍ଜସଜ୍ଜା ହେଉ ବା ମେକ୍‌ଅପ୍‌, ବା ଭୋଜି ସବୁକିଛି ନୂଆ କରିବାକୁ ଚାହାଁନ୍ତି ସସସ୍ତେ । 

ସେହିପରି ବିବାହ ସମୟରେ ବର କାର, ଘୋଡ଼ାଗାଡ଼ି କିମ୍ବା ହେଲିକପ୍ଟରରେ ବସି ଆସୁଥିବାର ସମସ୍ତେ ଦେଖିଥିବେ କି ଶୁଣିଥିବେ । କିନ୍ତୁ କେବେ କେହି ବର ସଜେଇ ହୋଇ ଖେଳନା ଘୋଡ଼ାରେ ବସି କନ୍ୟା ଘରକୁ ଆସୁଥିବା ଶୁଣିନଥିବେ। ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ବର ସଜେଇ ହୋଇ ଖେଳନା ଘୋଡ଼ାରେ ବସି କନ୍ୟା ଘରକୁ ଆସିଛନ୍ତି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଜଣେ ବର ଖେଳନା ଘୋଡ଼ାରେ ବସି ସାଙ୍ଗରେ ବରଯାତ୍ରୀ ଧରି କନ୍ୟା ଘରକୁ ଆସୁଛନ୍ତି । ଏହି ବର ଜଣକ ଜଣେ ଶିଖ୍ ବ୍ୟକ୍ତି । ଏବଂ ତାଙ୍କ ସହିତ ଆସିଥିବା ବରଯାତ୍ରୀ ମଧ୍ୟ ଶିଖ୍ ସମ୍ପ୍ରଦାୟର । ବ୍ୟକ୍ତିଙ୍କ ମୁଣ୍ଡ ଉପରେ ଆଉ ଜଣେ ବ୍ୟକ୍ତି ଛତା ଧରିଥିବା ଦେଖାଯାଇଛି। ପଛରେ ବରଯାତ୍ରୀ ଡ୍ୟାନ୍ସ କରୁଛନ୍ତି । ବର ଖେଳନା ଘୋଡ଼ାରେ ବସି ଚାରିପଟେ ବୁଲୁଛନ୍ତି । ତାଙ୍କୁ ଦେଖି ସମସ୍ତେ ହସୁଛନ୍ତି । କିନ୍ତୁ ଏହା ବରଙ୍କୁ କୌଣସି ଫରକ୍ ପଡୁନି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏପରି ଖେଳନା ଘୋଡ଼ାରେ ବସି ଆସିବାର କାରଣ ବିଷୟରେ ପଚାରିବାରୁ ବର ଜଣଙ୍କ କହିଛନ୍ତି ଯେ  ସେ ଚାହୁଁ ନ ଥିଲେ ଅସଲି ଘୋଡ଼ାରେ ବସନ୍ତୁ । କାରଣ ସେ ଚାହାନ୍ତିନି ଘୋଡ଼ାକୁ କଷ୍ଟ ହେଉ। ଏଥିପାଇଁ ସେ ଖେଳନା ଘୋଡ଼ାରେ ବର ହୋଇ ଆସିବାକୁ ପସନ୍ଦ କରିଛନ୍ତି । ଏହି ଭିଡିଓକୁ ଦେଖିବା ପରେ ଅନେକ ଲୋକ ଭିନ୍ନ ଭିନ୍ନ ମତ ଦେବା ସହିତ ପ୍ରଶଂସାର ସୁଅ ଛୁଟୁଛି।

ଅଧିକ ପଢନ୍ତୁ ଭାରତ ଖବର...


 

Sponsored
The bridegroom came to the wedding sitting on a toy horse viral video | Argus English