|
logo
Live

Argus News - ନୂଆ ଭାରତରେ ନୂଆ ନ୍ୟାୟ ବ୍ୟବସ୍ଥା, ୩ ନୂଆ କ୍ରିମିନାଲ ବିଲ୍‌ ଉପରେ ଲାଗିଲା ରାଷ୍ଟ୍ରପତିଙ୍କ ମୋହର

National

ନୂଆ ଭାରତରେ ନୂଆ ନ୍ୟାୟ ବ୍ୟବସ୍ଥା, ୩ ନୂଆ କ୍ରିମିନାଲ ବିଲ୍‌ ଉପରେ ଲାଗିଲା ରାଷ୍ଟ୍ରପତିଙ୍କ ମୋହର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ନୂଆ ଭାରତରେ ନୂଆ ନ୍ୟାୟ ବ୍ୟବସ୍ଥା, ୩ ନୂଆ କ୍ରିମିନାଲ ବିଲ୍‌ ଉପରେ ଲାଗିଲା ରାଷ୍ଟ୍ରପତିଙ୍କ ମୋହର

ଅର୍ଗସ ବ୍ୟୁରୋ: ନୂଆ ଭାରତରେ ନୂଆ ନ୍ୟାୟ ବ୍ୟବସ୍ଥା । 3 ନୂଆ କ୍ରିମିନାଲ ବିଲ୍‌ ଉପରେ ଲାଗିଲା ରାଷ୍ଟ୍ରପତିଙ୍କ ମୋହର । ଗତ ସପ୍ତାହରେ ସଂସଦର ଉଭୟ ସଦନରେ ପାରିତ ହୋଇଥିବା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମକୁ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋହର ମାରିଛନ୍ତି। ଫଳରେ ଏହା ଆଇନରେ ପରିଣତ ହୋଇଛି।

ବ୍ରିଟିଶ୍‌ ଶାସନ ସମୟରୁ ଦେଶରେ ପ୍ରଚଳିତ ଆପରାଧିକ ଆଇନ ଇଣ୍ଡିଆନ ପେନାଲ କୋଡ୍‌ , କୋଡ୍‌ ଅଫ୍‌ କ୍ରିମିନାଲ ପୋସିଜିଓର ବା ସିଆର୍‌ପିସି ଏବଂ ଇଣ୍ଡିଆନ୍‌ ଏଭିଡେନ୍ସ ଆକ୍ଟ ବଦଳରେ ଏହି ଆଇନ ଅଣାଯାଇଛି। ନୂଆ ଆଇନରେ ଆତଙ୍କବାଦ, ଭିଡ଼ହିଂସା, ଜାତୀୟ ସୁରକ୍ଷା ପ୍ରତି ଅପରାଧ କ୍ଷେତ୍ରରେ କଠୋର ଦଣ୍ଡ ବ୍ୟବସ୍ଥା ରହିଛି । ଗତ ୨୦ ତାରିଖରେ ଲୋକସଭା ଓ  ୨୧ ତାରିଖରେ ରାଜ୍ୟ ସଭାରେ ବିଲ ପାରିତ ହୋଇଥିଲା ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ନୂଆ ଭାରତରେ ନୂଆ ନ୍ୟାୟ ବ୍ୟବସ୍ଥା, ୩ ନୂଆ କ୍ରିମିନାଲ ବିଲ୍‌ ଉପରେ ଲାଗିଲା ରାଷ୍ଟ୍ରପତିଙ୍କ ମୋହର | Argus English