Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଏନଡିଏକୁ ନୀତିଶଙ୍କ ପ୍ରତ୍ୟାବର୍ତ୍ତନ ନେଇ ଚର୍ଚ୍ଚା

National

ଏନଡିଏକୁ ନୀତିଶଙ୍କ ପ୍ରତ୍ୟାବର୍ତ୍ତନ ନେଇ ଚର୍ଚ୍ଚା

Ritu Das
Browse all articles by Ritu Das
·2 years ago·1 min read
ଏନଡିଏକୁ ନୀତିଶଙ୍କ ପ୍ରତ୍ୟାବର୍ତ୍ତନ ନେଇ ଚର୍ଚ୍ଚା

ଅର୍ଗସ ବ୍ୟୁରୋ: ବିହାରରେ ଶାସନ ପରିବର୍ତ୍ତନ ନେଇ ଦେଶରେ ରାଜନୀତି ସରଗରମ । ଏନଡିଏକୁ ନୀତିଶଙ୍କ ପ୍ରତ୍ୟାବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି । ଆଜି ବିଜେପି ଓ ଆର୍‌ଜେଡି ନିଜର ବୈଠକ କରିବେ । ସେହିପରି ଆସନ୍ତାକାଲି ଜେଡିୟୁ ନେତାଙ୍କୁ ନେଇ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସେପଟେ ରାତାରାତି ବହୁ ଗୁରୁତ୍ବପୂର୍ଣ୍ଣ ପଦବୀରେ ଅଦଳବଦଳ କରିଛନ୍ତି ନୀତିଶ କୁମାର। 

୭୯ IPS, ୪୫ BASଙ୍କୁ ବଦଳି କରାଯାଇଛି । ନୀତିଶ ମହାଗଠବନ୍ଧନ ଛାଡ଼ି ପୁଣି NDAକୁ ଫେରିବା ସମ୍ଭାବନା ରହିଛି । ସୋମବାର ସୁଦ୍ଧା ଚିତ୍ର ସ୍ପଷ୍ଟ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଇଣ୍ଡି ଆଲାଏନ୍ସରୁ ଖପ୍ପା ନୀତୀଶ ପୁଣି ଏନଡିଏ ମୁହାଁ ହେବା ନେଇ ଚର୍ଚ୍ଚା ହେଉଛି । ମୋଦି ହାୱା, ଆଉ ଇଣ୍ଡି ଆଲାଏନ୍ସରେ ଭାଗ ନ ଛିଣ୍ଡିବାରୁ ବିମୁଖ ନୀତିଶ କୁମାର । ଗୁରୁବାର ସନ୍ଧ୍ୟାରେ ଅମିତ ଶାହଙ୍କ ସହ ବିହାର ବିଜେପି ମୁଖିଆଙ୍କ ବୈଠକ ଏବଂ ଆରଜେଡି- ଜେଡିୟୁ ମଧ୍ୟରେ ଦୂରତା ସ୍ପଷ୍ଟ କରୁଛି, ବିହାରରେ ପୁଣି ନୂଆ ସରକାର ବନିବାକୁ ଯାଉଛି। ଏପରିକି ଶୁକ୍ରବାର ରାଜଭବନରେ ଅନୁଷ୍ଠିତ ହାଇ-ଟି ସମାରୋହକୁ ଏକା ପହଞ୍ଚିଥିଲେ ନୀତିଶ । ନା ତାଙ୍କ ସାଙ୍ଗରେ ଥିଲେ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ନା ଥିଲେ ଆରଜେଡିର କୌଣସି ବଡ଼ ନେତା । କୁହାଯାଉଛି ଯେ ନୀତୀଶ ଏବଂ ତେଜସ୍ବୀଙ୍କ ମଧ୍ୟରେ ଚରମସୀମାରେ ମତାନ୍ତର ଓ ମନାନ୍ତର। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Talk about Nitish's | Argus English