Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଉପଭୋକ୍ତାଙ୍କ ପାଇଁ LIC ଆରମ୍ଭ କରିବ Fintech ସେବା, ଘରେ ବସି ପାଇବେ ସବୁ ସୁବିଧା

National

ଉପଭୋକ୍ତାଙ୍କ ପାଇଁ LIC ଆରମ୍ଭ କରିବ Fintech ସେବା, ଘରେ ବସି ପାଇବେ ସବୁ ସୁବିଧା

Smruti Parija
Browse all articles by Smruti Parija
·2 years ago·1 min read
ଉପଭୋକ୍ତାଙ୍କ ପାଇଁ LIC ଆରମ୍ଭ କରିବ Fintech ସେବା, ଘରେ ବସି ପାଇବେ ସବୁ ସୁବିଧା

ଅର୍ଗସ ବ୍ୟୁରୋ: ଦେଶର ସବୁଠାରୁ ବଡ ଇନସୁରାନ୍ସ କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ ନିଜର ଡିଜିଟାଲ ସେବାକୁ ଆଗକୁ ବଢ଼ାଇବା ପାଇଁ ଫିଣ୍ଟେକ୍ ଆର୍ମ ସ୍ଥାପନ କରିବାକୁ ଉଦ୍ୟମ ଆରମ୍ଭ କରିଛି । ଘରେ ବସି ପାଇ ପାରିବେ ସମସ୍ତ ସୁବିଧା । ପଲିସି କିଣିପାରିବେ, ପ୍ରିମିୟମ୍‌ ଭରିପାରିବେ ଏବଂ ଅନ୍ୟ ସେବା ଗୁଡିକର ଲାଭ ମଧ୍ୟ ପାଇପାରିବେ।

ଉପଭୋକ୍ତାଙ୍କୁ ସର୍ବୋତ୍ତମ ସଞ୍ଚୟ ସେବା ଯୋଗାଇବା ତଥା ଏହାର ବ୍ୟବସାୟକୁ ବଢାଇବା ପାଇଁ ଫିଣ୍ଟେକ୍ ଆର୍ମ ସ୍ଥାପନ କରିବ ଏଲଆଇସି । ଏନେଇ ଏଲଆଇସିର ଚେୟାରମ୍ୟାନ ସିର୍ଦ୍ଧାଥ ମହାନ୍ତି ସୂଚନା ଦେଇଛନ୍ତି ।  ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ବୀମା କମ୍ପାନୀ ଏହି ପ୍ରକଳ୍ପ ନେବାକୁ ଜଣେ ପରାମର୍ଶଦାତା ନିଯୁକ୍ତ କରିଛି ଏବଂ ସମ୍ଭାବ୍ୟ ଅଂଶୀଦାରମାନଙ୍କ ସହ ଆଲୋଚନା କରୁଛି ।

ଫିଣ୍ଟେକ୍ ଆର୍ମ LICକୁ ନୂତନ ଗ୍ରାହକଙ୍କ ନିକଟରେ ପହଞ୍ଚିବାରେ ସାହାଯ୍ୟ କରିବ । ସେମାନଙ୍କୁ ସର୍ବୋତ୍ତମ ଡିଜିଟାଲ୍ ଆଧାରିତ ସେବା ପ୍ରଦାନ କରିବ ଏବଂ ନୂତନ ଉତ୍ପାଦ ଏବଂ ସେବା ବିକାଶ କରିବ । ଫିଣ୍ଟେକ୍ ଆର୍ମ ପ୍ରତିଷ୍ଠା ପରେ ଗ୍ରାହକମାନଙ୍କୁ ଆଉ ଅଫିସ ଆସିବାକୁ ପଡିବନି । ଏବଂ ସମୟ ମଧ୍ୟ ସଞ୍ଚୟ ହେବ । ଘରେ ବସି ମୋବାଇଲରେ ପାଇପାରିବେ LIC ର ସମସ୍ତ ସେବା । ଏହା ବ୍ୟତୀତ ବ୍ୟବସାୟର ସମ୍ପ୍ରସାରଣ ପାଇଁ ଫିଣ୍ଟେକ୍ ର ସମ୍ଭାବନା ମଧ୍ୟ ବ୍ୟବହାର କରାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଉତ୍ପାଦ ବଣ୍ଟନରେ ସହାୟତା କରିବାକୁ LIC ଚଳିତ ବର୍ଷ ତିନୋଟି ଫିଣ୍ଟେକ୍ କମ୍ପାନୀ ସହ ସହଭାଗୀ ହୋଇସାରିଛି । ଚଳିତ ଆର୍ଥିକ ବର୍ଷ ଅର୍ଥାତ୍ 2023-24 ମଧ୍ୟରେ 3-4 ଅତିରିକ୍ତ ଉତ୍ପାଦ ଲଞ୍ଚ କରିବାକୁ ଯୋଜନା କରିଛି ଏଲଆଇସି ।

 

Sponsored
State-run insurance giant Life Insurance Corporation of India (LIC) said it has initiated attempt to explore the possibility of setting up a fintech arm | Argus English