Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍‌ରେ ପ୍ରକାଶ ପାଇଲା ବିଜ୍ଞପ୍ତି , SBI କ୍ଲର୍କ ପୋଷ୍ଟ ପାଇଁ ୮୦୦୦ ରୁ ଅଧିକ ପଦବୀ

National

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍‌ରେ ପ୍ରକାଶ ପାଇଲା ବିଜ୍ଞପ୍ତି , SBI କ୍ଲର୍କ ପୋଷ୍ଟ ପାଇଁ ୮୦୦୦ ରୁ ଅଧିକ ପଦବୀ

Priyadarshini Dixit
Browse all articles by Priyadarshini Dixit
·2 years ago·2 min read
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍‌ରେ ପ୍ରକାଶ ପାଇଲା ବିଜ୍ଞପ୍ତି , SBI କ୍ଲର୍କ ପୋଷ୍ଟ ପାଇଁ ୮୦୦୦ ରୁ ଅଧିକ ପଦବୀ

Key Points

କେଉଁମାନେ କରିପାରିବେ ଆବେଦନ ?

କେମିତି କରିବେ ଆବେଦନ ?

ଅର୍ଗସ ବ୍ୟୁରୋ : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍‌ରେ ପ୍ରକାଶ ପାଇଲା ବିଜ୍ଞପ୍ତି । ଶହେ କି ହଜାରେ ନୁହେଁ ବରଂ ୮୦୦୦ ରୁ ଅଧିକ ପଦବୀ ପୂରଣ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ୧୭ନଭେମ୍ବର ୨୦୨୩ ରୁ SBI କ୍ଲର୍କ ପୋଷ୍ଟ ପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି । ଯେଉଁମାନେ ଯୋଗ୍ୟ ସେମାନେ ଏହି ପଦ ଲାଗି ଆବେଦନ କରିପାରିବେ ବୋଲି କୁହାଯାଇଛି । SBI.co.in କୁ ଯାଇ ଅନଲାଇନ୍ ଆବେଦନ କରିପାରିବେ ଆବେଦନକାରୀ ।

ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, କ୍ଲର୍କ ପଦବୀ ପାଇଁ ମୋଟ ୮୨୮୩ଟି ପଦବୀ ପୂରଣ ହେବ । ଏଥିରେ ସାଧାରଣ ବର୍ଗର ୩୫୧୫ଟି ପୋଷ୍ଟ, OBC ର ୧୯୧୯ ଟି ପୋଷ୍ଟ EWS ର ୮୧୭ ଟି ପୋଷ୍ଟ, SC ର ୧୨୮୪ ଟି ପୋଷ୍ଟ ଏବଂ ST ବର୍ଗର ୭୪୮ଟି ପୋଷ୍ଟ ରହିଛି । ତେବେ ଏହି ଅନଲାଇନ୍ ଆବେଦନ ୧୭ନଭେମ୍ବରରୁ ଆରମ୍ଭ ହୋଇ ୧୭ଡିସେମ୍ବର ୨୦୨୩ରେ ଶେଷ ହେବ ବୋଲି ଜଣାପଡିଛି । ଆବେଦନ ହେବା ପରେ ପ୍ରଥମ ପର୍ଯ୍ୟାୟ ପ୍ରିଲିମସ୍ ପରୀକ୍ଷା ଆସନ୍ତା ଜାନୁୟାରୀ ରେ ଆରମ୍ଭ ହେବ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଫେବୃଆରୀ ୨୦୨୪ ରେ ହେବ।

ଆଗ୍ରହୀ ପ୍ରାର୍ଥୀମାନେ ବିଶ୍ୱବିଦ୍ୟାଳୟରୁ କିମ୍ବା କେନ୍ଦ୍ର ସରକାରଙ୍କ ଦ୍ଵାରା ସମାନ ଯୋଗ୍ୟତା ଅନୁଯାୟୀ ସ୍ନାତକୋତର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ପ୍ରାର୍ଥୀଙ୍କ ବୟସ ସୀମା ୨୦ବର୍ଷରୁ ୨୮ ବର୍ଷ ମଧ୍ୟରେ ହେବା ଉଚିତ୍ । ଯଦି ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ବିଷୟରେ ଅଧିକ ସୂଚନା ପାଇବାକୁ  ପ୍ରାର୍ଥୀମାନେ ଚାହାନ୍ତି ତେବେ SBI କ୍ଲର୍କ ନିଯୁକ୍ତି ବିଜ୍ଞପ୍ତି ପଢି ସୂଚନା ପାଇ ପାରିବେ। ଏହି ଫର୍ମ ପୂରଣ ପାଇଁ ଜେନେରାଲ୍, ଓବିସି, ଇଡବ୍ଲୁଏସ୍ ବର୍ଗର ପ୍ରାର୍ଥୀଙ୍କୁ ୭୫୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡିବ । ସେହିପରି ଏସସି, ଏସଟି ଏବଂ ଅନ୍ୟାନ୍ୟ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ କୌଣସି  ଆବେଦନ ଶୁଳ୍କ ଦେବାକୁ ପଡିବନି ।

ପ୍ରଥମେ SBI ର ଅଫିସିଆଲ୍ ୱେବସାଇଟ୍ sbi.co.in ର ପ୍ରଥମ ପୃଷ୍ଠାରେ ଥିବା SBI କ୍ଲର୍କ ନିଯୁକ୍ତି ୨୦୨୩ ଲିଙ୍କରେ କ୍ଲିକ୍ କରିବେ । ପରେ ଦିଆଯାଇଥିବା ବିବରଣୀ ଦେଇ ରେଜିଷ୍ଟ୍ରେସନ କରିବେ ଏବଂ ସବମିଟ୍ କରିବେ । ଇମେଲ ID ରେ ରେଜିଷ୍ଟ୍ରେସନ ପ୍ରମାଣପତ୍ର ଆସିଯିବ , ଯାହା ସାହାଯ୍ୟରେ ଆପଣ ଲଗ୍ ଇନ୍ କରିପାରିବେ ଏବଂ ଆବେଦନ ଫର୍ମ ମଧ୍ୟ ପୂରଣ କରିପାରିବେ ।

ଅଧିକ ପଢନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
State Bank of India has published notification, more than 8000 vacancies for SBI Clerk Post. | Argus English