ଦ୍ରୁତ ଗତି ନେଉଛି ଜୀବନ

Key Points
- ଦ୍ରୁତ ଗତି ନେଉଛି ଜୀବନ
- ବଢୁଛି ସଡକ ଦୁର୍ଘଟଣା
- ଦ୍ରୁତ ଗତି ଯୋଗୁ ପ୍ରତି 10 ରେ 7 ଜଣଙ୍କ ଜୀବନ ଯାଉଛି
ଅର୍ଗସ ବ୍ୟୁରୋ: ଦୁର୍ଘଟଣାର ପ୍ରମୁଖ କାରଣ ଦ୍ରୁତଗତି । ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ତରଫରୁ ଜାରି ହୋଇଥିବା ତଥ୍ୟ ଅନୁଯାୟୀ 2022ରେ ସଡକ ଦୁର୍ଘଟଣାରେ 1,68,491 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 4.4 ଲକ୍ଷ ଲୋକ ଆହତ ହେଉଛନ୍ତି । ପାଖାପାଖି 2 ଲକ୍ଷ ଲୋକ ଗୁରୁତର ଆହତ ହୋଇଛନ୍ତି । ସେହିପରି ରଙ୍ଗ୍ ସାଇଡ୍ ଡ୍ରାଇଭିଂ ଓ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ ସଡକ ଦୁର୍ଘଟଣାର ଆଉ ଏକ ପ୍ରମୁଖ କାରଣ ବୋଲି ରିପୋର୍ଟରୁ ଜଣାପଡିଛି ।
📱 Get Argus News App
✨ସେମିତି ସିଟ୍ ବେଲ୍ଟ ଓ ହେଲମେଟ୍ ନ ପିନ୍ଧିବା ଯୋଗୁ 67 ହଜାର ଲୋକଙ୍କ ଜୀବନ ଯାଇଛି । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ତରଫରୁ ଜାରି ହୋଇଥିବା ତଥ୍ୟ ଅନୁଯାୟୀ ହେଲମେଟ୍ ନପିନ୍ଧି 50 ହଜାର ବାଇକ ଚାଳକ ଜୀବନ ହାରିଛନ୍ତି । ସେହିପରି ସିଟ୍ ବେଲ୍ଟ ନପିନ୍ଧିବା ଯୋଗୁଁ 16,715 ମୃତ୍ୟୁ ହୋଇଛି ଓ 42,300 ଲୋକ ଆହତ ହୋଇଛନ୍ତି ।
ବଢୁଥିବା ଦୁର୍ଘଟଣାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଓ ସଡକ ସୁରକ୍ଷା ଏକ୍ସପର୍ଟ ହେଲମେଟ୍ କୁ ହେଡ୍ ଇନଜୁରୀର ଭାକସିନ୍ ବୋଲି କହିଛନ୍ତି ।
ବିଗତ 5 ବର୍ଷର ତଥ୍ୟ ଅନୁଯାୟୀ ସଡକ ଦୁର୍ଘଟଣାର ପ୍ରମୁଖ କାରଣ ହେଉଛି ଦ୍ରୁତ ଗତି । 2018ରେ ମୃତ୍ୟୁ ହାର 64 % ଥିବାବେଳେ 2022କୁ ଏହା ବୃଦ୍ଧି ପାଇ 71 % ରେ ପହଞ୍ଚିଛି ।
ମଦ ପିଇ ଗାଡି ଚଲାଇବା, ଗାଡି ଚଳାଇବାବେଳେ ମୋବାଇଲ ଫୋନ୍ ରେ କଥା ହେବା ଟ୍ରାଫିକ୍ ସିନାଲ୍ ମାନିବା ମଧ୍ୟ ସଡକ ଦୁର୍ଘଟଣାର ଅନ୍ୟ କାରଣ । ଟ୍ରାଫିକ ସିଗନାଲ୍ ନମାନି ମୃତ୍ୟୁହାର ଦ୍ୱିଗୁଣିତ ହୋଇଛି । 2021ରେ ଏହା 679 ଥିବାବେଳେ 2023ରେ ଏହା 1462ରେ ପହଞ୍ଚିଛି ।