Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅଷ୍ଟ୍ରେଲିଆକୁ ୨୧୩ ରନର ବିଜୟ ଲକ୍ଷ୍ୟ ଦେଲା ସାଉଥ ଆଫ୍ରିକା

National

ଅଷ୍ଟ୍ରେଲିଆକୁ ୨୧୩ ରନର ବିଜୟ ଲକ୍ଷ୍ୟ ଦେଲା ସାଉଥ ଆଫ୍ରିକା

Jitendra Dash
Browse all articles by Jitendra Dash
·2 years ago·1 min read
ଅଷ୍ଟ୍ରେଲିଆକୁ ୨୧୩ ରନର ବିଜୟ ଲକ୍ଷ୍ୟ ଦେଲା ସାଉଥ ଆଫ୍ରିକା

ଅର୍ଗସ ବ୍ୟୁରୋ : ଅଷ୍ଟ୍ରେଲିଆକୁ ୨୧୩ ରନର ବିଜୟ ଲକ୍ଷ୍ୟ ଦେଇଛି ସାଉଥ ଆଫ୍ରିକା । ଦ୍ବିତୀୟ ସେମିଫାଇନାଲରେ ପ୍ରଥମେ ବ୍ୟାଟିଂ କରି ୨୧୨ ରନରେ ସିମିତ ରହିଛି ସାଉଥ ଆଫ୍ରିକା । କୋଲକାତାର ଇଡେନଗାର୍ଡେନରେ ଜାରି ରହିଛି ମହାମୁକାବିଲା । ଲିଗ ପର୍ଯ୍ୟାୟରେ ୯ଟିରୁ ୭ଟିରେ ବିଜୟ ସହ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି ଦକ୍ଷିଣ ଆପ୍ରିକା । 

ଅଧିକ ପଢନ୍ତୁ : ଆରମ୍ଭ ହୋଇଯାଇଛି ବିଶ୍ବକପର ଦ୍ବିତୀୟ ସେମିଫାଇନାଲ

ସମାନ ସଂଖ୍ୟକ ମ୍ୟାଚ ଜିତି ତୃତୀୟ ସ୍ଥାନରେ ଅଛି ଅଷ୍ଟ୍ରେଲିଆ । ବିଶ୍ବକପରେ ଅଷ୍ଟ୍ରେଲିଆ ୫ଥର ଟାଇଟଲ ଜିତିଥିବାବେଳେ ଏଯାଏ ବିଶ୍ବକପ୍ ଜିତି ପାରିନି ଦକ୍ଷିଣ ଆଫ୍ରିକା । ଅଷ୍ଟ୍ରେଲିଆକୁ ହରାଇ ଫାଇନାଲକୁ ଯିବାକୁ ଦଳ ରଣନୀତି ପ୍ରସ୍ତୁତ କରିଛି । ଅନ୍ୟପଟେ ଅଷ୍ଟ୍ରେଲିଆ ମଧ୍ୟ ଦକ୍ଷିଣ ଆଫ୍ରିକାକୁ ମାତ୍ ଦେବାକୁ ପ୍ରସ୍ତୁତ ରହିଛି । ଆଜି ମ୍ୟାଚରେ ଯେଉଁଦଳ ବିଜୟୀ ହେବ ଆସନ୍ତା ରବିବାର ଫାଇନାଲରେ ସେହି ଦଳ ଭାରତ ସହ ବିଶ୍ବକପ ପାଇଁ ମୁକାବିଲା କରିବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
South Africa have set Australia a target of 213 runs to in the second semifinal of the ICC Cricket World Cup 2023 at Eden Gardens Kolkata. | Argus English