Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସବୁଠୁ ଅଧିକା କିଏ ଶୁଏ ?

National

ସବୁଠୁ ଅଧିକା କିଏ ଶୁଏ ?

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସବୁଠୁ ଅଧିକା କିଏ ଶୁଏ ?

ଅର୍ଗସ ବ୍ୟୁରୋ:  ଶୋଇବାକୁ କାହାକୁ ବା ଭଲ ନଲାଗେ। ଯଦି କୁହାଯାଏ ଅଧିକା କିଏ ଶୁଏ ତେବେ ସମସ୍ତଙ୍କ ମନରେ ଜଣଙ୍କ ନାମ ଆସିବ। ମାନେ ମଣିଷ। ସମସ୍ତେ କୁହନ୍ତି ମଣିଷ ସବୁଠୁ ଅଧିକ ଶୁଏ। ହେଲେ ଏହା କଣ ସତ କି ? ବିଶ୍ୱରେ ଅନେକ ପଶୁ ଅଛନ୍ତି ଯେଉଁମାନେ ମଣିଷ ଅପେକ୍ଷା ଅଧିକ ଶୋଇଥାନ୍ତି। ଆଜ୍ଞା ହଁ, ଶୋଇବା ମାମଲାରେ ସାପ ମଣିଷଠାରୁ ବହୁତ ଆଗରେ। ଖାଲି ଆଗରେ ନୁହେଁ, ଶୀତଦିନେ ସାପମାନେ ବହୁତ ଅଧିକ ଶୋଇଥାନ୍ତି।

ତେବେ ବିଶ୍ୱର ସବୁଠାରୁ ବଡ ସାପ ବୋଲି ଆନାକୋଣ୍ଡାକୁ ବିବେଚନା କରାଯାଏ। ସାଧାରଣତଃ ଏହା ଦକ୍ଷିଣ ଆମେରିକାରେ ଦେଖାଯାଏ। ଏହାର ଲମ୍ୱ ୪୪ ଫୁଟ ଏବଂ ଓଜନ ୭୦ରୁ ୧୫୦ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ। ଆକାର ଦୃଷ୍ଟିରୁ ବଡ ହୋଇଥିବାରୁ ଏହି ସାପ ଗୋଟିଏ ସମୟରେ ଅଧିକ ଖାଦ୍ୟ ଆବଶ୍ୟକ କରେ। ଆଉ ଶୋଇବା ଦୃଷ୍ଟିରେ ମଧ୍ୟ ଖୁବ ଅଧିକ ଶୋଇଥାଏ। କୁହାଯାଏ ଅନେକ ଏପରି ପ୍ରଜାତିର ସାପ ଅଛନ୍ତି ଯେଉଁମାନେ ୮ ମାସ ଯାଏଁ ଶୋଇଥାନ୍ତି। ସାଧାରଣତଃ ସାପମାନେ ଦିନରେ ୨୪ ଘଣ୍ଟାରୁ ୧୬ ଘଣ୍ଟା ଶୋଇଥାନ୍ତି।

ଏସିଆ, ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମହାଦେଶରେ ଥିବା ବିଶାଳ ଅଜଗର ସାପ ୧୮ ଘଣ୍ଟା ଶୋଇଥାନ୍ତି। ଶୀତ ଦିନେ ଅଧିକାଂଶ ସାପ ନିଜ ଗାତ ଏବଂ ଗୁମ୍ଫାରେ ଲୁଚି ରହିଥାନ୍ତି। ଏହି ସମୟରେ ସେମାନେ ଅଧିକାଂଶ ସମୟ ଶୋଇଥାନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ଦେଶ ଖବର: 

Sponsored
Snakes spend much of their time sleeping. On average, snakes tend to sleep about 16 hours per day | Argus English