ଟନେଲ ଭିତରୁ କେବେ ବାହାରିବେ ୪୧ ଶ୍ରମିକ ?

ଅର୍ଗସ ବ୍ୟୁରୋ: ଟନେଲ ଭିତରୁ କେବେ ବାହାରିବେ ୪୧ ଶ୍ରମିକ। ଏହାକୁ ସମସ୍ତେ ଅପେକ୍ଷା କରି ରହିଛିନ୍ତି। ଏହାରି ଭିତରେ ରେସ୍କ୍ୟୁ ଟିମ୍କୁ ମିଳିଛି ଏକ ବଡ଼ ସଫଳତା। ଟନେଲ ଭିତରେ ଫଶି ରହିଥିବା ଆମେରିକା ଅଗର ମେସିନ୍ର ବ୍ଲେଡ୍କୁ ବାହାର କରାଯାଇଛି। ପ୍ଲାଜମା କଟର୍ରେ କାଟି ଏହି ଭଗ୍ନାଂଶକୁ ବାହାର କରିଛନ୍ତି ରେସ୍କ୍ୟୁ ଟିମ୍। ଏହାପରେ ଏବେ ହାତରେ ଭର୍ଟିକାଲି ଖୋଳା ଚାଲିଛି।
ଏନେଇ ଉଦ୍ଧାର କାମରେ ନିୟୋଜିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଉତ୍ତରକାଶୀର ଏହି ଟନେଲ ଭିତରେ ଦୀର୍ଘ ୧୫ ଦିନ ହେବ ୪୧ ଶ୍ରମିକ ଫଶି ରହିଛନ୍ତି। ଏମାନଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରୟାସ ଜାରି ରହିଛି। ମଧ୍ୟାହ୍ନରେ ଭର୍ଟିକାଲ ଡ୍ରିଲିଂ କାମ ଆରମ୍ଭ ହୋଇଛି। ସେପଟେ ୮୦୦ ଏମ୍ଏମ୍ ପାଇପ ଭିତରେ ଯାଇ ରେସ୍କ୍ୟୁ ଟିମ୍ ହାତରେ ଖୋଳିବା ମଧ୍ୟ ଜାରି ରଖିଛନ୍ତି। ସେପଟେ ଆମେରିକୀୟ ଡ୍ରିଲିଂ ମେସିନ୍ ମରାମତି କାମ ମଧ୍ୟ ଚାଲିଛି ବୋଲି ଏନ୍ଡିଆର୍ଏଫ୍ ଜଣେ ସଦସ୍ୟ କହିଛନ୍ତି।
ଅଧିକ ପଢ଼ନ୍ତୁ ଦେଶ ଖବର: