ଶୁବମାନ ଗିଲଙ୍କ ସାଙ୍ଗରେ ସାରା ତେନ୍ଦୁଲକର

ଅର୍ଗସ ବ୍ୟୁରୋ : ଟିମ୍ ଇଣ୍ଡିଆର ତାରକା କ୍ରିକେଟର ଶୁବମାନ ଗିଲ । ବୃତ୍ତିଗତ ତଥା ବ୍ୟକ୍ତିଗତ ଜୀବନ ପାଇଁ ଆଜିକାଲି ହେଡଲାଇନରେ ଅଛନ୍ତି । ତାଙ୍କ ନାମ ସହ ଜୋଡ଼ି ହୋଇଛି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ନାମ । ଯଦିଓ ଉଭୟ ଆନୁଷ୍ଠାନିକ ଭାବରେ ଏହି ସମ୍ପର୍କକୁ ଗ୍ରହଣ କରିନାହାଁନ୍ତି । ବର୍ତ୍ତମାନ ଏହି ଦୁହିଁଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି । ଉଭୟଙ୍କ ଏକ ଭିଡିଓ ସମ୍ମନାକୁ ଆସିଛି । ପ୍ରଶଂସକମାନେ ବର୍ତ୍ତମାନ ନିଶ୍ଚିତ ଯେ, ଉଭୟ ପରସ୍ପରକୁ ଡେଟ୍ କରୁଛନ୍ତି । ଏହାପୂର୍ବରୁ ସାରା ମଧ୍ୟ ଶୁଭମନଙ୍କୁ ଉତ୍ସାହିତ କରିବା ପାଇଁ ଷ୍ଟାଡିୟମକୁ ଆସିଥିଲେ ।
ଗତ ମଙ୍ଗଳବାର ରାତିରେ ମୁମ୍ବାଇରେ ବିଳାସପୂର୍ଣ୍ଣ ମଲ୍ ‘ଜିଓ ୱାର୍ଲ୍ଡ ପ୍ଲାଜା’ ଲଞ୍ଚ କରାଯାଇଥିଲା । ଏହି ଲଞ୍ଚ ଇଭେଣ୍ଟରେ ସମଗ୍ର ଅମ୍ବାନୀ ପରିବାର ତଥା ସମଗ୍ର ବଲିଉଡ ଜଗତ ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ ଏହି କାର୍ଯ୍ୟକ୍ରମରେ ବହୁ ପ୍ରସିଦ୍ଧ କ୍ରିକେଟର ମଧ୍ୟ ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ ଶୁବମନ ଗିଲଙ୍କୁ ଦେଖିବାକୁ ମିଳିଥିଲା । ଯେଉଁଥିରେ ସେ ରୁମର୍ଡ ଗର୍ଲଫ୍ରେଣ୍ଡ ସାରା ତେନ୍ଦୁଲକରଙ୍କ ସହ ନଜର ଆସିଛନ୍ତି ।
📱 Get Argus News App
✨ସୋସିଆଲ ମିଡିଆରେ ଭାଇରାଲ ହେବାର ଲଗିଛି ଭିଡ଼ିଓ । ଭିଡିଓରେ ସାରା ତେନ୍ଦୁଲକର ଏବଂ ଶୁବମନ ଗିଲ ‘ଜିଓ ୱାର୍ଲ୍ଡ ପ୍ଲାଜା’ରେ ଇଭେଣ୍ଟରୁ ବାହାରକୁ ଆସୁଥିବା ନଜର ଆସିଛନ୍ତି, କିନ୍ତୁ ବାହାରେ ଠିଆ ହୋଇଥିବା ମିଡିଆ ଉପରେ ଆଖି ପଡ଼ିବା ମାତ୍ରେ ସେମାନେ ସେଠାରେ ଅଟକି ଯାଆନ୍ତି, ଯେଉଁଥିପାଇଁ ଉଭୟ ଅଲଗା ଅଲଗା ହୋଇ ବାହାରକୁ ଯାଇଛନ୍ତି । କିଛି ୟୁଜର୍ସ ଲେଖିଛନ୍ତି, ଶୁବମନଙ୍କ ଲେଡି ଲଭ । ଅନ୍ୟ ଜଣେ ଲେଖିଛନ୍ତି, ସେମାନେ ଏକାଠି ବହୁତ ସୁନ୍ଦର ଦେଖାଯାଉଛନ୍ତି । ତୃତୀୟ ବ୍ୟକ୍ତି ଲେଖିଛନ୍ତି, ତେଣୁ ଗୁଜବ ସମ୍ପୂର୍ଣ୍ଣ ସତ୍ୟ ଅଟେ ।