Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News -  କ୍ୟାରିୟରର ଶ୍ରେଷ୍ଠ ସ୍ଥାନରେ ଶୁବମନ୍‌ ଗିଲ୍‌ 

National

 କ୍ୟାରିୟରର ଶ୍ରେଷ୍ଠ ସ୍ଥାନରେ ଶୁବମନ୍‌ ଗିଲ୍‌ 

Manini Pattanayak
Browse all articles by Manini Pattanayak
·2 years ago·1 min read
 କ୍ୟାରିୟରର ଶ୍ରେଷ୍ଠ ସ୍ଥାନରେ ଶୁବମନ୍‌ ଗିଲ୍‌ 

ନୂଆଦିଲ୍ଲୀ: ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍‌ ମାନ୍ୟତାରେ ଆଗରେ ଭାରତୀୟ ପ୍ଲେୟର୍ । ଭାରତୀୟ ଯୁବ ବ୍ୟାଟର୍‌ ଶୁବମନ୍‌ ଗିଲ୍‌ କ୍ୟାରିୟରର ଶ୍ରେଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ଆନ୍ତର୍ଜାତିକ ଦିନିକିଆ ମାନ୍ୟତାରେ ବହୁତ ଦିନ ପର୍ଯ୍ୟନ୍ତ ୨ ନମ୍ବର ସ୍ଥାନରେ ରହିଆସୁଥିବା ଗିଲ୍‌, ସଦ୍ୟତମ ତାଲିକାରେ ପାକିସ୍ତାନର ବାବର ଆଜମଙ୍କୁ ଗାଦିଚ୍ୟୁତ କରି ନୂଆ ୧ ନମ୍ବର ହୋଇଛନ୍ତି। ଏହା ଫଳରେ ଗିଲ୍‌ ଚତୁର୍ଥ ଭାରତୀୟ ଭାବେ ୧ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି। ପୂର୍ବରୁ ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲି ୧ ନମ୍ବର ବ୍ୟାଟର୍‌ ହୋଇସାରିଛନ୍ତି।

ଅଧିକ ପଢନ୍ତୁ: ଜମୁଛି ବିଶ୍ବକପ ୨୦୨୩ : ଦେଖିବାକୁ ମିଳିଛୁ ଲଭ୍ ବାର୍ଡଙ୍କ ପ୍ରେମ କାହାଣୀ

ବୋଲରଙ୍କ ମଧ୍ୟରେ ମହମ୍ମଦ ସିରାଜ ଶୀର୍ଷ ସ୍ଥାନ ବଜାୟ ରଖିଥିଲା ବେଳେ କୁଲଦୀପ ଯାଦବ (୪), ଯଶପ୍ରୀତ ବୁମରା (୮) ଓ ମହମ୍ମଦ ସାମି (୧୦) ଶୀର୍ଷ ୧୦ ଜଣଙ୍କ ମଧ୍ୟରେ ଅଛନ୍ତି।  ଟେଷ୍ଟରେ ମଧ୍ୟ ଆର୍‌ ଅଶ୍ବିନ୍‌ ବୋଲିଂରେ ଏବଂ ରବୀନ୍ଦ୍ର ଜାଡ଼େଜା ଅଲରାଉଣ୍ଡର୍ ତାଲିକାରେ ଶୀର୍ଷରେ ରହିଛନ୍ତି।  ଭାରତ ଏବେ ଏକକାଳୀନ ଟେଷ୍ଟ, ଦିନିକିଆ ଏବଂ ଟ୍ବେଣ୍ଟି-୨୦ ମାନ୍ୟତାର ଶୀର୍ଷରେ ରହିବା ଏବଂ ଦିନିକିଆ ବିଶ୍ବକପ୍‌ ବେଳେ ବ୍ୟାଟିଂ ଓ ବୋଲିଂର ଶିଖରରେ ପହଞ୍ଚିବା ପ୍ରଶଂସକଙ୍କୁ ଖୁସି କରି ଦେଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କ୍ରୀଡ଼ା ଖବର ଆହୁରି ପଢନ୍ତୁ

Sponsored
Shubman Gill celebrated in style as he dethroned Pakistan captain Babar Azam to be the new ICC number-ranked ODI batsman as per the latest rankings | Argus English