Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଜମୁଛି ବିଶ୍ବକପ ୨୦୨୩ : ଦେଖିବାକୁ ମିଳିଛୁ ଲଭ୍ ବାର୍ଡଙ୍କ ପ୍ରେମ କାହାଣୀ

National

ଜମୁଛି ବିଶ୍ବକପ ୨୦୨୩ : ଦେଖିବାକୁ ମିଳିଛୁ ଲଭ୍ ବାର୍ଡଙ୍କ ପ୍ରେମ କାହାଣୀ

Jitendra Dash
Browse all articles by Jitendra Dash
·2 years ago·2 min read
ଜମୁଛି ବିଶ୍ବକପ ୨୦୨୩ : ଦେଖିବାକୁ ମିଳିଛୁ ଲଭ୍ ବାର୍ଡଙ୍କ ପ୍ରେମ କାହାଣୀ

ଅର୍ଗସ ବ୍ୟୁରୋ : ବିଶ୍ୱକପ ୨୦୨୩ରେ ଦେଖିବାକୁ ମିଳୁଛି ଅନେକ ରୋଚକ କଥା । ଯାହା ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗୁଛି । କେତେବେଳେ ଦର୍ଶକ ହୋହାଲା ତ କେତେବେଳେ ଖେଳାଳିଙ୍କ କାରନାମା । ଆଉ ଏବେ ବିଶ୍ୱକପ ୨୦୨୩ର ଲଭ୍ ବାର୍ଡଙ୍କୁ ନେଇ ଚର୍ଚ୍ଚା । ସେହି ଦୁଇ ଲଭ୍ ବାର୍ଡଙ୍କୁ ନେଇ ଏବେ ସାରା ଦେଶରେ ଜୋର ଧରିଛି ଚର୍ଚ୍ଚା ।  

ଅଧିକ ପଢନ୍ତୁ : ଶୁବମାନ ଗିଲଙ୍କ ସାଙ୍ଗରେ ସାରା ତେନ୍ଦୁଲକର

ଭାରତରେ ଚାଲିଛି ୨୦୨୩ ବିଶ୍ବକପ କ୍ରିକେଟ ମ୍ୟାଚ୍ । ବିଶ୍ବକପ ମ୍ୟାଚରେ ଭାରତ ଜାରି ରହିଛି ବିଜୟର ଧାରା । ଗତ ଗୁରୁବାର ଦିନ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ଶ୍ରୀଲଙ୍କା । ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ହୋଇଥିଲା ବୃହତ ବିଜୟ । ବିଶ୍ବକପରେ ଇତିହାସ ରଚିଲା ଭାରତ । ଦମଦାର ବୋଲିଂ ଆଟାକ ସହ ଚଳିତ ବିଶ୍ୱକପରେ ଲଗାତାର ସପ୍ତମ ବିଜୟ ନିଜ ନାମରେ କରିଥିଲା ଟିମ ଇଣ୍ଡିଆ । ୩୫୮ ରନର ପିଛା କରି ଶ୍ରୀଲଙ୍କା ମାତ୍ର ୫୫ ରନରେ ଅଲଆଉଟ ହୋଇ ପାଭିଲିୟନ ଫେରିଥିଲା । ଏହା ସହିତ ବିଶ୍ୱକପରେ ସେମି ଫାଇନାଲକୁ ପ୍ରବେଶ କରିଛି ରୋହିତ ସେନା ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ମ୍ୟାଚ ଚାଲିଥିବା ସମୟରେ ଦେଖିବାକୁ ମିଳିଥିଲା ଏକ ରୋଚକ ଦୃଶ୍ୟ । ଖେଳାଯାଇଥିବା ମ୍ୟାଚରେ ଶୁଭମନ ଗିଲ ଶତକରୁ ବଞ୍ଚିତ ହୋଇଥିଲେ । ଗିଲଙ୍କ ଇନିଂସ ୯୨ରନରେ ଶେଷ ହୋଇଥିଲା । ପ୍ରଥମ ଥର ପାଇଁ ଏହା ଘଟିଥିଲା ଯେତେବେଳେ ଗିଲ ୯୦ ରୁ ଅଧିକ ସ୍କୋର କରିବା ପରେ ଶତକରେ ପହଞ୍ଚିପାରି ନ ଥିଲେ । ଷ୍ଟାଡିୟମରେ ଉପସ୍ଥିତ ପ୍ରଶଂସକମାନେ ଗିଲଙ୍କ ଆଉଟକୁ ନେଇ ଅତ୍ୟନ୍ତ ନିରାଶ ହୋଇଥିଲେ ଏବଂ ଏହି ସମୟରେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ଭାଇରାଲ ହୋଇଥିଲା ।

 

ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଶୁଭମନ ଗିଲଙ୍କ ଆଉଟ ପରେ ସାରା ତେନ୍ଦୁଲକରଙ୍କ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ଦୃଶ୍ୟମାନ ହେଉଛି । ଇନିଂସର ୩୦ତମ ଓଭରର ଶେଷ ବଲରେ ଦିଲଶାନ ମଦୁଶଙ୍କାଙ୍କ ଦ୍ୱାରା ଗିଲ ଆଉଟ ହେଉଛନ୍ତି । ଗିଲ ତାଙ୍କ ୯୨ ଇନିଂସରେ ୧୧ଚୌକା ଓ ୨ ଛକା ମାରିଥିଲେ । ଏଥିରେ ଆଶ୍ଚର୍ଯ୍ୟ ଜନକ ଭାବେ ଜନତା ମଧ୍ୟ ଗିଲଙ୍କୁ ତାଙ୍କର ଉଜ୍ଜ୍ୱଳ ଇନିଂସ ପାଇଁ ଷ୍ଟାଣ୍ଡିଂ ଓବେଶନ ଦେଇଥିଲେ, ଯେଉଁଥିରେ ସାରା ତେନ୍ଦୁଲକର ଅନ୍ତର୍ଭୁକ୍ତ ହୋଇଥିଲେ । ସାରା ଗିଲଙ୍କୁ ଦେଇଥିବା ଷ୍ଟାଣ୍ଡିଂ ଓବେଶନର ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

Sponsored
shubman gill and sara tendulkar relationship | Argus English