Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଉତ୍ତରକାଶୀରୁ ଆସିଲା ଖୁସି ଖବର, ପରିବାର ସହ କଥା ହେଲେ ଟନେଲରେ ଫସିଥିବା ଓଡ଼ିଆ ଶ୍ରମିକ

National

ଉତ୍ତରକାଶୀରୁ ଆସିଲା ଖୁସି ଖବର, ପରିବାର ସହ କଥା ହେଲେ ଟନେଲରେ ଫସିଥିବା ଓଡ଼ିଆ ଶ୍ରମିକ

Jitendra Dash
Browse all articles by Jitendra Dash
·2 years ago·2 min read
ଉତ୍ତରକାଶୀରୁ ଆସିଲା ଖୁସି ଖବର, ପରିବାର ସହ କଥା ହେଲେ ଟନେଲରେ ଫସିଥିବା ଓଡ଼ିଆ ଶ୍ରମିକ

ଅର୍ଗସ ବ୍ୟୁରୋ : ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୁଶୁଡ଼ିଥିବା ଟନେଲ୍ ଭିତରେ ଫସି ରହିଛନ୍ତି ୪୦ ଜଣ ଶ୍ରମିକ । ୬ ଦିନ ହେଲା ଚାଲିଛି ଉଦ୍ଧାର କାର୍ଯ୍ୟ । ରେସକ୍ୟୁ ଅପରେସନରେ ଲାଗିଛନ୍ତି ଉତ୍ତରାଖଣ୍ଡ ପୋଲିସ ସହ ଏନଡିଆରଏଫ୍,ଏସଡିଆରଏଫ୍, ଆଇଟିବିପି । ସେନା ମଧ୍ୟ ଅଭିଯାନରେ ସାମିଲ ହୋଇଛି । ସୁଡ଼ଙ୍ଗ ଭିତରେ ଫସିଥିବା ଶ୍ରମିକଙ୍କ ଭିତରେ ଅଛନ୍ତି ୫ ଜଣ ଓଡ଼ିଆ । ଏମାନଙ୍କ ଅବସ୍ଥାକୁ ନେଇ ଚିନ୍ତାରେ ପରିବାର, ଫେରିବା ବାଟକୁ ଚାହିଁ ରହିଛନ୍ତି ପରିଜନ । 

ଅଧିକ ପଢନ୍ତୁ : ଆସିଲା ମେସେଜ୍, ଟନେଲରେ ଭଲ ଅଛନ୍ତି ଓଡ଼ିଆ

ତେବେ ଆଶଙ୍କାରେ ଥିବା ପରିବାର ପାଖରେ ପହଞ୍ଚିଛି ଆଶ୍ବସ୍ତିର ସ୍ବର । ଟନେଲରେ ଫସିଥିବା ମୟୂରଭଞ୍ଜ ବାଙ୍ଗିରିପୋଷି ବ୍ଲକ ବେଢାକୁଦର ଗାଁର ଧିରେନ ଓ ବିଶ୍ବେଶ୍ବର ନିଜ ପରିବାର ସହ କଥା ହୋଇଛନ୍ତି । ଉଦ୍ଧାରକାରୀ ଦଳ ସେମାନଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇ ଦେଉଛନ୍ତି । ଭିତରେ ସେମାନଙ୍କ ସ୍ଥିତି ଭଲ ଅଛି । ଶୀଘ୍ର ଘରକୁ ଆସିବେ ବୋଲି କହିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦୁର୍ଘଟଣା ସ୍ଥଳରେ ଓଡ଼ିଆ ସରକାରଙ୍କ ଦୁଇ ଜଣ ଅଧିକାରୀ ମଧ୍ୟ ପହଞ୍ଚିଛନ୍ତି । ଏମାନଙ୍କ ମଧ୍ୟରେ ଥିବା ଶ୍ରମ ଅଧିକାରୀ ମଧ୍ୟ ଫସିଥିବା ଓଡିଆ ଶ୍ରମିକଙ୍କ ସହ କଥା ହୋଇଛନ୍ତି । ଭୁଶୁଡ଼ିଥିବା ସୁଡ଼ଙ୍ଗ ଭିତରୁ ପାଇପ୍ ମାଧ୍ୟମରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରାଯିବ । ଆମେରିକୀୟ ଅଗର ମେସିନ ସାହାଯ୍ୟରେ ଟନେଲ୍ ଭିତରେ ଡ୍ରିଲ୍ କରି ୬ ମିଟର ଲମ୍ବା ଓ ୩ ଫୁଟ ଚଉଡ଼ାର ପାଇପ୍ ଭର୍ତ୍ତି କରାଯିବାକୁ ଉଦ୍ୟମ କରାଯାଉଛି । ଏଯାଏଁ 24 ମିଟର ଯାଏଁ ଡ୍ରିଲ୍ କରାଯାଇ 4ଟି ପାଇପ୍ ଭର୍ତ୍ତି କରାସରିଲାଣି । 

ଏହିପରି ଶ୍ରମିକମାନେ ଫସିଥିବା ସ୍ଥାନରେ ପହଞ୍ଚିବାକୁ ପ୍ରାୟ 10ରୁ 12ଟି ପାଇପ୍ ଲାଗିପାରେ । ଇନ୍ଦୋରରୁ ଅଧିକ ସଂଖ୍ୟାରେ ମେସିନ୍ ମଗାଯାଉଛି । ଉଦ୍ଧାର ପ୍ରକ୍ରିୟାରେ ସାମିଲ ହୋଇପାରନ୍ତି ଥାଇଲାଣ୍ଡ ଓ ନରଓ୍ବେ ଟିମ୍ । ପୁରା ଅଭିଯାନ ସମ୍ପୂର୍ଣ୍ଣ ହେବାରେ ଆହୁରି ୨ରୁ ୩ ଦିନ ଲାଗିବ । ଏହି ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଯାନର ଅଗ୍ରଗତି ସମ୍ପର୍କରେ ଲଗାତାର ଅପଡେଟ୍ ନେଉଛନ୍ତି । 
 

Sponsored
Setback in Uttarkashi rescue ops as high-capacity machine fails to drill further | Argus English