Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଜି ଛତିଶଗଡ଼ ବିଧାନସଭା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ

National

ଆଜି ଛତିଶଗଡ଼ ବିଧାନସଭା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆଜି ଛତିଶଗଡ଼ ବିଧାନସଭା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ

ଅର୍ଗସ ବ୍ୟୁରୋ: ଆଜି ଛତିଶଗଡ଼ ବିଧାନସଭା ପାଇଁ ଦ୍ବିତୀୟ ପର୍ଯ୍ୟାୟ ମତଦାନ। ବାକି ଥିବା 70ଟି ଆସନ ପାଇଁ ହେବ ଭୋଟିଂ। ଦ୍ବିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଟିଏସ ସିଂଦେଓଙ୍କ ସହ 8 ମନ୍ତ୍ରୀ, ୪ ସାଂସଦଙ୍କ ସହ 958 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ତେବେ 22ଟି ଜିଲ୍ଲାର ଏହି 70ଟି ଆସନ ପାଇଁ 827 ଜଣ ପୁରୁଷ, 130 ଜଣ ମହିଳା ଏବଂ ଜଣେ କିନ୍ନର ନିର୍ବାଚନ ରଣାଙ୍ଗନରେ ତାଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି। 1 କୋଟି 63 ଲକ୍ଷ 14 ହଜାର 479 ଭୋଟର ଏହି ପର୍ଯ୍ୟାୟରେ ମତାଧିକାର ସାବ୍ୟସ୍ତ କରିବେ। 70ଟି ନିର୍ବାଚନ ମଣ୍ଡଳୀରେ ମୋଟ 18 ହଜାର 833ଟି ପୁଲିଂ ବୁଥର ବ୍ୟବସ୍ଥା କରାଯାଇଛି।

ଅଧିକ ପଢନ୍ତୁ: ଛତିଶଗଡ଼ ବିଧାନସଭା ପାଇଁ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଜାରି

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ନଭେମ୍ବର 7 ତାରିଖରେ ପ୍ରଥମ ପ୍ରର୍ଯ୍ୟାୟ ଭୋଟିଂ ହୋଇଥିଲା।  ନକ୍ସଲ ପ୍ରଭାବିତ 20ଟି ଆସନ ପାଇଁ ହୋଇଥିଲା ମତଦାନ। ନଭେମ୍ବର 7ରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ଭୋଟିଂରେ 78 ପ୍ରତିଶତ ମତ ସାବ୍ୟସ୍ତ କରିଥିଲେ। ସେପଟେ ମଧ୍ୟପ୍ରଦେଶର 230 ଆସନ ପାଇଁ ମଧ୍ୟ ଆଜି ହେଉଛି ଭୋଟିଂ। ମୋଟ୍ 2533 ପ୍ରାର୍ଥୀ ନିର୍ବାଚନ ଲଢିବେ । ଏଥିପାଇଁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାରତ ଖବର ଆହୁରି ପଢନ୍ତୁ

Sponsored
Second phase of 70-seat polling today | Argus English