ଡରାଇଲାଣି କରୋନା , ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି
·2 years ago

ଅର୍ଗସ ବ୍ୟୁରୋ : ରାଜ୍ୟରେ ଡରାଇାଣି କରୋନା ସଂକ୍ରମଣ । କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଆଉ ୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୨ ଜଣଙ୍କୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଏହା ସ୍ବାସ୍ଥ୍ୟ ବିଭାଗ ପାଇଁ ସତର୍କ ଘଣ୍ଟି ପାଲଟିଛି । କରୋନାର ନୂଆ ସବ୍-ଭାରିଆଣ୍ଟ ଜେଏନ-୧କୁ ନେଇ ଏବେ ବଢ଼ିବାରେ ଲାଗିଛି ଭୟ ।
ଅଧିକ ପଢନ୍ତୁ : ବଢୁଛି କରୋନା ସଂକ୍ରମଣ, ସତର୍କ ରହିବାକୁ କହିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ
ଏବେଠୁ ସତର୍କ ନ ହେଲେ ସ୍ଥିତି ଅଣାୟତ୍ତ ହେବାର ଆଶଙ୍କା ରହିଛି । ସମସ୍ତ ସଂକ୍ରମିତଙ୍କ ଲକ୍ଷଣ କମ ଥିବା ବେଳେ ସେମାନଙ୍କର କେବଳ ଥଣ୍ଡା କାଶ ରହିଛି । ତେବେ ଥଣ୍ଡା ଜ୍ବର ହେଲେ ତୁରନ୍ତ ଟେଷ୍ଟ କରାଇବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: