ସାଂସଦ ଓ ବିଧାୟକଙ୍କ ଉପରେ ରହିଥିବା ଅପରାଧିକ ମାମଲାର ବିଚାର ପାଇଁ ଉଚ୍ଚନ୍ୟାୟାଳୟକୁ ନିର୍ଦ୍ଦେଶ
·2 years ago·1 min read

ଅର୍ଗସ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ସାଂସଦ ଓ ବିଧାୟକଙ୍କ ଉପରେ ରହିଥିବା ଅପରାଧିକ ମାମଲାର ତ୍ବରିତ ବିଚାର ପାଇଁ ଦେଶର ସମସ୍ତ ଉଚ୍ଚନ୍ୟାୟାଳୟକୁ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ। ଭାରତର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଖଣ୍ଡପୀଠ 2016ରେ ଦାଖଲ ହୋଇଥିବା ଏକ ପିଟିସନର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି। ନିର୍ବାଚିତ ସାଂସଦ ଏବଂ ବିଧାୟକଙ୍କ ଉପରେ କୌଣସି ଅପରାଧିକ ଅଭିଯୋଗ ରହିଥିଲେ ସ୍ଥାନୀୟ ହାଇକୋର୍ଟ ନିଜ ଆଡୁ ମାମଲା ଦାଖଲ କରି ଯାଞ୍ଚ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।
ହାଇକୋର୍ଟ ଗୁଡିକ ଏହି ସବୁ ମାମାର ତ୍ବରିତ ବିଚାର ପାଇଁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ ହୋଇଥିଲା। ଏହା ଉପରେ ଶୁଣାଣି କରି ଖଣ୍ଡପୀଠ କହିଛନ୍ତି କି ଅପରାଧିକ ମାମଲାର ଶୁଣାଣି ନେଇ କୌଣସି ନିର୍ଦ୍ଧିଷ୍ଟ ସମୟ ସୀମା ଧାର୍ଯ୍ୟ କରାଯାଇ ପାରିବ ନାହିଁ। ହେଲେ ମଧ୍ୟ ହାଇକୋର୍ଟ ଗୁଡିକ ନିଜ ଆଡୁ ମାମଲାର ଯାଞ୍ଚ ଆରମ୍ଭ କରି ଏ ଦିଗରେ ତ୍ୱରିତ ରାୟ ଦେଇପାରିବେ।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: