Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନୂଆଦିଲ୍ଲୀରେ ଚାଲିଛି ସରସ ଫୁଡ଼ ଫେଷ୍ଟିଭାଲ 2023

National

ନୂଆଦିଲ୍ଲୀରେ ଚାଲିଛି ସରସ ଫୁଡ଼ ଫେଷ୍ଟିଭାଲ 2023

Manini Pattanayak
Browse all articles by Manini Pattanayak
·2 years ago·2 min read
ନୂଆଦିଲ୍ଲୀରେ ଚାଲିଛି  ସରସ ଫୁଡ଼ ଫେଷ୍ଟିଭାଲ 2023

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟର ପ୍ରସିଦ୍ଧ ଖାଦ୍ୟକୁ ନେଇ ନୂଆଦିଲ୍ଲୀରେ ଚାଲିଛି  ସରସ ଫୁଡ଼ ଫେଷ୍ଟିଭାଲ 2023। ବିଶେଷ କରି ଓଡ଼ିଆ ଷ୍ଟଲରେ ପ୍ରବଳ ଭିଡ। ଗୋଟିଏ ସ୍ଥାନରେ ବିଭିନ୍ନ ରାଜ୍ୟର ଖାଦ୍ୟ ମିଳୁଥିବାରୁ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି। 

ନୂଆଦିଲ୍ଲୀର ହୃଦୟ କୁହାଯାଉଥିବା କନଟ ପ୍ୟଲେସରେ ଚାଲିଛି ଏହି  ସରସ ଖାଦ୍ୟ ମେଳା । ଏହି ଖାଦ୍ୟ ମେଳାଡିସେମ୍ବର 1 ରୁ ହୋଇ ଡିସେମ୍ବର 17 ପର୍ଯ୍ୟନ୍ତ ଚାଲିବ ।  21ଟି ରାଜ୍ୟର ୩୦ରୁ ଅଧିକ ଷ୍ଟଲରେ ବିଭିନ୍ନ ଖାଦ୍ୟ ରହିଛି। ସକାଳ ୧୧ଟା ରୁ ରାତି ୧୦ପର୍ଯ୍ୟନ୍ତ ଏହି ଖାଦ୍ୟ ଷ୍ଟଲ ଖୋଲା ରହୁଛି। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ, ଭାରତ ସରକାର ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତ ରାଜ (NIRDPR) ଏହି ଖାଦ୍ୟ ମେଳା ଆୟୋଜନ କରିଛି ।  ଦେଶର ବିଭିନ୍ନ ରାଜ୍ୟର ଖାଦ୍ୟ ସହ ଲୋକଙ୍କୁ ପରିଚିତ କରାଇବା ସହ ଗ୍ରାମୀଣ ମହିଳାଙ୍କୁ ସଶକ୍ତିକରଣ କରିବା ଏହି ମେଳାର ଲକ୍ଷ୍ୟ। ବିଶେଷ କରି ଓଡିଶାର ଷ୍ଟଲରେ ବିଭିନ୍ନ ପ୍ରକାର ଖାଦ୍ୟକୁ ପସନ୍ଦ କରୁଛନ୍ତି ଲୋକେ ।  । ଓଡିଶାର ପୁରୀରୁ ଆସିଥିବା ସ୍ୱୟଂ ସହାୟକ  ଗୋଷ୍ଠିର ମହିଳା ମାନେ ଏହି ଷ୍ଟଲ  ପକାଇନ୍ତି।

ଓଡିଶା ସମେତ ହରିୟାଣା, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ର, କେରଳ, ଆସାମ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ,ଗୋଆ ଏବଂ ଗୁଜୁରାଟ  ଏଥିରେ ଭାଗ ନେଇଛନ୍ତି। ଦେଶର ରାଜଧାନୀ ନୂଆ ଦିଲ୍ଲୀର ଲୋକମାନେ ଭାରତର ବିଭିନ୍ନ ରାଜ୍ୟର ଖାଦ୍ୟର ମଜା ନେଉଛନ୍ତି । ଏହି ଖାଦ୍ୟ ମେଳାର ଉଦେଶ୍ୟ ହେଉଛି ଦେଶର ବିଭିନ୍ନ ରାଜ୍ୟର ଖାଦ୍ୟକୁ ଲୋକଙ୍କ ସହ ପରିଚିତ କରାଇବା ଏବଂ ଗ୍ରାମୀଣ ମହିଳା ମାନଙ୍କୁ ସଶକ୍ତିକରଣ କରାଇବା ବୋଲି କହିଛନ୍ତି ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ରୁରାଲ ଡେଭଲପମେଣ୍ଟର ଅଧିକାରୀ ସୁଧୀର ସିଂ। ଦେଶର ବିଭିନ୍ନ ରାଜ୍ୟର ଖାଦ୍ୟ ଏହି ମେଳାରେ ମିଳୁଥିବାରୁ ବିଶେଷ କରି ନୂଆଦିଲ୍ଲୀର ବାସିନ୍ଦାମାନେ ବେଶ ଖୁସି ଅଛନ୍ତି।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ଦେଖନ୍ତୁ: 

Sponsored
Saras Food Festival 2023 is going on in New Delhi | Argus English