Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭାରତରୁ ହଟିଲା ବ୍ରିଟିଶ ଶାସନର ଅପରାଧ ଆଇନ୍

National

ଭାରତରୁ ହଟିଲା ବ୍ରିଟିଶ ଶାସନର ଅପରାଧ ଆଇନ୍

Ritu Das
Browse all articles by Ritu Das
·2 years ago·3 min read
ଭାରତରୁ ହଟିଲା ବ୍ରିଟିଶ ଶାସନର ଅପରାଧ ଆଇନ୍

ଅର୍ଗସ ବ୍ୟୁରୋ: ଭାରତୀୟ ନ୍ୟାୟ ସଂହିତା ବିଧେୟକ 2023, ଭାରତୀୟ ନାଗରିକ ସୁରକ୍ଷା ସଂହିତ ବିଧେୟକ 2023 ଏବଂ ଭାରତୀୟ ସାକ୍ଷ ବିଧେୟକ 2023କୁ ଲୋକସଭା ଓ ରାଜ୍ୟସଭା ପରେ ମିଳିଛି ରାଷ୍ଟ୍ରମତିଙ୍କ ମଞ୍ଜୁରୀ। ଏଥିସହ ଏହି 3 ବିଧେୟକ ଏବେ ଆଇନ୍ରେ ପରିଣତ ହୋଇଛି। ଦେଶ ସ୍ବାଧୀନତାର 76 ବର୍ଷ ପରେ ବ୍ରିଟିଶ ଶାସକଙ୍କ ଦ୍ବାରା ପ୍ରଣୀତ ଆଇନରୁ ମିଳିଛି ଦେଶବାସୀଙ୍କୁ ମୁକ୍ତି। ଏହାଛଡ଼ା ପ୍ରଥମ ଥର ପାଇଁ ଭାରତୀୟ ନ୍ୟାୟ ପ୍ରଣାଳୀକୁ ମିଳିଛି ମାନବୀୟ ସ୍ପର୍ଶ। 

ଭାରତୀୟଙ୍କୁ ଗୋଲାମ ନଜରରେ ଦେଖୁଥିବା ବ୍ରିଟିଶ୍ ଶାସକ ସେହିଅନୁଯାୟା ଆମ ଦେଶରେ ବନାଇଥିଲେ କ୍ରିମିନାଲ ଲ। ଯାହା ଆଜି ପର୍ଯ୍ୟନ୍ତ ଚାଲିଆସୁଥିଲା। କିନ୍ତୁ ଏବେ ସେଥିରୁ ମିଳିଛି ମୁକ୍ତି। ଭାରତୀୟ ଦଣ୍ଡ ସଂହିତା ବା ଆଇପିସି ବଦଳରେ ଆସିଥିବା ଭାରତୀୟ ନ୍ୟାୟ ସଂହିତାରେ 21ଟି ନୂଆ ପ୍ରକାର ଅପରାଧ ଯୋଡ଼ା ଯାଇଛି। 41ଟି ଅପରାଧରେ ଜେଲ ଦଣ୍ଡର ଅବଧି ବଢାଇ ଦିଆଯାଇଛି। 82ଟି  ଅପରାଧରେ ଜରିମନା ପରିମାଣ ବଢାଇଦିଆଯାଇଛି। 25 ଟି ଅପରାଧରେ ସର୍ବନିମ୍ନ ଦଣ୍ଡ ଅନିବାର୍ଯ୍ୟ କରାଯାଇଛି। 6 ଟି ଅପରାଧରେ ଦଣ୍ଡ ବଦଳରେ ପ୍ରଥମଥର ପାଇଁ ସାର୍ବଜନୀନ ସେବାର ବ୍ୟବସ୍ଥା ରହିଛି। 

ନୂଆ ଅପରାଧ ଆଇନ ଅନ୍ତର୍ଗତ ଏଣିକି ସଡ଼କରେ ଦୁର୍ଘଟଣା ଘଟାଇ ଫେରାର ହୋଇଯାଉଥିବା ଲୋକଙ୍କୁ ଆଉ ଆଇନ ପଞ୍ଜାରୁ ମିଳିବନି ନିସ୍ତାର। ଏଥିପାଇଁ 10 ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି ନୂଆ ଆଇନରେ। ଯଦି ଦୁର୍ଘଟଣା ପରେ ଗାଡ଼ି ଚାଳକ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଉଛନ୍ତି ତାହାହେଲେ ତାଙ୍କ ପାଇଁ ଦଣ୍ଡ କୋହଳ କରାଯିବ। 

ମବ ଲିଞ୍ଚିଂ ବା ଭିଡ଼ ଦ୍ବାର ସଂଘଟିତ ହିଂସା ପାଇଁ ନୂଆ ଆଇନରେ ମୃତ୍ୟୁ ଦଣ୍ଡର ବ୍ୟବସ୍ଥା ରଖାଯାଇଛି।  ଏଣିକି ଦୋଷୀ ସାବ୍ୟସ୍ତ ହେଲେ ଗ୍ୟାଙ୍ଗ୍ ରେପ ଦୋଷୀଙ୍କୁ 20 ବର୍ଷ କିମ୍ବା ଆଜୀବନ ଜେଲ ଦଣ୍ଡ ମିଳିବ। ସେହପରି ନାବାଳିକା ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ କିମ୍ବା ଫାଶୀ ଦଣ୍ଡର ବ୍ୟବସ୍ଥା ରଖାଯାଇଛି ନୂଆ କ୍ରିମିନାଲ ଲ'ରେ। ନୂଆ ଅପରାଧ ଆଇନରେ ଆତଙ୍କବାଦର ପରିଭାଷା ଆହୁରି ବ୍ୟାପକ କରାଯାଇଛି। ଆର୍ଥିକ ସୁରକ୍ଷାକୁ କ୍ଷତି ପହଞ୍ଚାଇବା ଏଣିକ ଆତଙ୍କବାଦ ଗତିବିଧିରେ ଗଣାଯିବ। ନକଲି ନୋଟ୍ କାରବାର ଆତଙ୍କବାଦ ଗତିବିଧିରେ ଧରାଯିବ

ସେହିପରି ସରକାରୀ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା ମଧ୍ୟ ଆତଙ୍କବାଦ ଗତିବିଧି ବୋଲି ବିଚାର କରାଯିବ। ଛୋଟମୋଟ ଅପରାଧ ପାଇଁ ଆଉ ମିଳିବନି ଜେଲଦଣ୍ଡ। ଏଥିପାଇଁ ଦୋଷୀଙ୍କୁ ସାର୍ବଜନିନ ସେବା କରିବାକୁ ପଡ଼ିବ। ପ୍ରଥମ ଥର ପାଇଁ ଏଭଳି ନ୍ୟାୟ ବ୍ୟବସ୍ଥା ଦେଶରେ ଲାଗୁ କରାଯାଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଇପିସିର ଧାରା 124 ଏ ରେ ରାଜଦ୍ରୋହର ପ୍ରାବଧାନ ଥିଲା। ଏଥିପାଇଁ 3 ବର୍ଷ ଜେଲ ଦଣ୍ଡ ମିଳୁଥିଲା। କିନ୍ତୁ ଭାରତୀୟ ନ୍ୟାୟ ସଂହିତରେ ରାଜ ଦ୍ରୋହ ବଦଳରେ ଏବେ ଦେଶ ଦ୍ରୋହ ଅପରାଧ କୁହାଯିବ। ଯାହା ଅନ୍ତର୍ଗତ ଦେଶ ବିରୋଧରେ କେହି କିଛି କହିପାରିବେ ନାହିଁ। ଦେଶର ଅଖଣ୍ଡତା, ସଂପ୍ରଭୁତା, ଏକତାକୁ ସଂକଟରେ ପାଇବା ଭଳି କାର୍ଯ୍ୟକୁ ଦେଶ ଦ୍ରୋହ ଧରାଯିବ। ଏଥିରେ ଦୋଷୀ ସାବ୍ୟସ୍ତ ହେଲେ 7 ବର୍ଷରୁ ଆରମ୍ଭ କରି ଆଜୀବନ ଜେଲ ଦଣ୍ଡ ମଳିବ। 

ନୂଆ ଆଇନରେ ମିଛ ପରିଚୟ ଦେଇ ବା ଚଞ୍ଚକତା କରି ବିବାହ କରୁଥିବା ଲୋକଙ୍କୁ ପାଇଁ ଦଣ୍ଡର ବ୍ୟବସ୍ଥା ରହିଛି। ଏଥିସହ ବିବାହର ଲୋଭ ଦେଖାଇ ଶାରୀରିକ ସଂପର୍କ ରଖିବା ଏଣିକି ଦଣ୍ଡନୀୟ। ଲଭ ଜିହାଦ ପାଇଁ ବି ରହିଛି ଦଣ୍ଡର ବ୍ୟବସ୍ଥା। ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିବା ପରେ ବିବାହ ନକଲେ ମିଳିବ ଦଣ୍ଡ। ଏସବୁ ଶ୍ରେଣୀର ଅପରାଧ ପାଇଁ 10 ବର୍ଷ ଜେଲ ଦଣ୍ଡ ସହ ଜରିମାନା ବି ଲାଗିପାରେ। ଦେଶର ଅପରାଧ ଆଇନ ବ୍ୟବସ୍ଥାର ନବକଳେବରକୁ ଓଡ଼ିଶାରେ ସ୍ବାଗତ କରାଯାଇଛି। 

ଏହି 3 ନୂଆ ଆଇନ ଦ୍ବାରା ପୋଲିସ ଓ ନାଗରିକଙ୍କ ଅଧିକାର ମଧ୍ୟରେ ସନ୍ତୁଳନ ରଖିବାକୁ ଉଦ୍ୟମ କରାଯାଇଥିବା ଆଇନ ଉପସ୍ଥାପନ ବେଳ କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ନୂଆ ଆଇନ ପ୍ରଣୟନ ପୂର୍ବରୁ ଦେଶବାସୀଙ୍କ ମତାମତ ଲୋଡ଼ାଯାଇଥିଲା। ସାରା ଦେଶରୁ 4200 ପ୍ରସ୍ତାବ ଆସିଥିଲା। ସେଥିମଧ୍ୟରୁ 72 ପ୍ରତିଶତ ପ୍ରସ୍ତାବ ବିଚାରକୁ ନିଆଯାଇ ଏହି 3 ନୂଆ ଅପରାଧ ଆଇନ୍ ପ୍ରସ୍ତୁତ କରାଯାଇଥିବା କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus Whatsapp Channel Mobile Top
Sponsored
Removed British | Argus English