Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୨.୪ ଇଞ୍ଚ ଡ଼ିସପ୍ଲେ ସ୍କ୍ରିନ୍ ଏବଂ ୧୮୦୦ ଏମଏଏଚ ଶକ୍ତିଶାଳୀ ବ୍ୟାଟେରୀ

National

୨.୪ ଇଞ୍ଚ ଡ଼ିସପ୍ଲେ ସ୍କ୍ରିନ୍ ଏବଂ ୧୮୦୦ ଏମଏଏଚ ଶକ୍ତିଶାଳୀ ବ୍ୟାଟେରୀ

Jitendra Dash
Browse all articles by Jitendra Dash
·2 years ago·2 min read
୨.୪ ଇଞ୍ଚ ଡ଼ିସପ୍ଲେ ସ୍କ୍ରିନ୍ ଏବଂ ୧୮୦୦ ଏମଏଏଚ ଶକ୍ତିଶାଳୀ ବ୍ୟାଟେରୀ

ଅର୍ଗସ ବ୍ୟୁରୋ : ରିଲାଏନ୍ସ ଜିଓ ପକ୍ଷରୁ କାଇ-ଓଏସ୍ ଆଧାରିତ ୪ଜି କି-ପ୍ୟାଡ ସ୍ମାର୍ଟଫୋନ୍ 'ଜିଓଫୋନ୍ ପ୍ରାଇମା' ଶୁଭାରମ୍ଭ କରାଯାଇଛି । ଏହା କି-ପ୍ୟାଡ ସ୍ମାର୍ଟଫୋନର ଏକ ସୁଲଭ ଏବଂ ଉନ୍ନତ ସଂସ୍କରଣ, ଯାହା କମ୍ପାନୀ ବଜାରରେ ୨୫୯୯ ଟଙ୍କାରେ ଉପଲବ୍ଧ କରିଛି । ୟୁଟ୍ୟୁବ୍‌, ଫେସବୁକ୍‌, ହ୍ୱାଟ୍ସଅପ, ଗୁଗୁଲ୍ ଭଏସ୍ ଆସିଷ୍ଟାଣ୍ଟ ପରି ସମସ୍ତ ସୁବିଧା ଓ ଫିଚର ବର୍ତ୍ତମାନ କେବଳ ଗୋଟିଏ କ୍ଲିକ୍ ରେ ଜିଓଫୋନ୍ ପ୍ରାଇମାରେ ଉପଲବ୍ଧ ହେବ ।

ଜିଓ ଏହାର ନୂତନ କି-ପ୍ୟାଡ୍ ସ୍ମାର୍ଟଫୋନର ଲୁକ୍ ଏବଂ ଡିଜାଇନ୍ ଉପରେ ଅନେକ କାମ କରିଛି । ଜିଓଫୋନ୍ ପ୍ରାଇମା ର ଡିଜାଇନ୍ ବର୍ତ୍ତମାନ ବହୁତ ବୋଲ୍ଡ ଏବଂ ପ୍ରିମିୟମ୍ ଦେଖାଯାଉଛି । ୨.୪ ଇଞ୍ଚ ଡ଼ିସପ୍ଲେ ସ୍କ୍ରିନ୍ ବହୁତ ଭଲ ପ୍ରଦର୍ଶନ / ଫଳାଫଳ ଦେଇଥାଏ । ଏହି ସ୍ମାର୍ଟଫୋନ୍ ରେ ୧୮୦୦ ଏମଏଏଚ (1800mAh) ର ଶକ୍ତିଶାଳୀ ବ୍ୟାଟେରୀ ରହିଛି ।

ଅଧିକ ପଢନ୍ତୁ ଭାରତ ଖବର

ଭିଡିଓ କଲିଂ ଏବଂ ଫଟୋଗ୍ରାଫି ପାଇଁ ଏହି ମୋବାଇଲର ଉଭୟ ପାର୍ଶ୍ୱରେ ଡିଜିଟାଲ କ୍ୟାମେରା ରହିଛି । ମୋବାଇଲର ପଛ ଭାଗରେ ଫ୍ଲାସ୍ ଲାଇଟ୍ ମଧ୍ୟ ଉପଲବ୍ଧ ରହିଛି । ଏହି ସ୍ମାର୍ଟଫୋନରେ ଜିଓ ଟିଭି, ଜିଓ ସିନେମା, ଜିଓ ସାଭନ୍ ଭଳି ପ୍ରିମିୟମ୍ ଡିଜିଟାଲ୍ ସେବା ସହିତ ଜିଓ-ପେ ମାଧ୍ୟମରେ ୟୁପିଆଇ ପେମେଂଟ ମଧ୍ୟ କରାଯାଇପାରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଜିଓଫୋନ୍ ପ୍ରାଇମା ୨୩ଟି ଭାଷାକୁ ସମର୍ଥନ କରୁଛି ଅର୍ଥାତ ଏହା ୨୩ଟି ଭାରତୀୟ ଭାଷାରେ କାମ କରିପାରିବ । ଚମକଦାର ରଙ୍ଗରେ ଆସୁଥିବା ଏହି ସ୍ମାର୍ଟଫୋନ୍ ପ୍ରମୁଖ ଖୁଚୁରା ଷ୍ଟୋର୍ ଏବଂ ରିଲାଏନ୍ସ ଡିଜିଟାଲ୍ ଡଟ ଇନ୍‌, ଜିଓମାର୍ଟ ଇଲେକ୍ଟ୍ରୋନିକ୍ସ ଏବଂ ଆମାଜନ ଭଳି ଅନଲାଇନ୍ ପ୍ଲାଟଫର୍ମରୁ କିଣାଯାଇପାରିବ ।

କମ୍ପାନୀ ଅନୁଯାୟୀ ଜିଓଫୋନ୍ ପ୍ରାଇମା କେବଳ ଏକ ମୋବାଇଲ୍ ଫୋନ ନୁହେଁ ବରଂ ଏକ ଷ୍ଟାଇଲ୍ । ସୁଲଭ ମୂଲ୍ୟରେ ୪ଜି ଦ୍ୱାରା ସଶକ୍ତ ଏକ ଶକ୍ତିଶାଳୀ ମୋବାଇଲ୍ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏହା ଡିଜାଇନ୍ ହୋଇଛି ଏବଂ ସାମାଜିକ ପ୍ଲାଟଫର୍ମଗୁଡିକ ସହିତ ସଂଯୁକ୍ତ ରହିଛି ।

Sponsored
Reliance Jio launches JioPhone Prima 4G feature phone at Rs 2,599 | Argus English