Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନିଯୁକ୍ତି-୨୦୨୪: ଦଶମ ପାଶ୍‌ କରିଥିଲେ ଡାକ ବିଭାଗରେ ଆବେଦନ କରିପାରିବେ

National

ନିଯୁକ୍ତି-୨୦୨୪: ଦଶମ ପାଶ୍‌ କରିଥିଲେ ଡାକ ବିଭାଗରେ ଆବେଦନ କରିପାରିବେ

Ritu Das
Browse all articles by Ritu Das
·2 years ago·2 min read
ନିଯୁକ୍ତି-୨୦୨୪: ଦଶମ ପାଶ୍‌ କରିଥିଲେ ଡାକ ବିଭାଗରେ ଆବେଦନ କରିପାରିବେ

ଅର୍ଗସ ବ୍ୟୁରୋ: ଭାରତୀୟ ଡାକ ବିଭାଗରେ ସରକାରୀ ଚାକିରି ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି କି? ତେବେ ଦଶମ ପାସ ପ୍ରାର୍ଥୀଙ୍କ ପାଇଁ ରହିଛି ସୁବର୍ଣ୍ଣ ସୁଯୋଗ। ଏଥିପାଇଁ ଭାରତୀୟ ଡାକ ବିଭାଗର ଉତ୍ତରପ୍ରଦେଶ ଡିଭିଜନରେ ଡାଇଭର ପଦ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଏହି ପଦ ପାଇଁ ଆବେଦନ କରିପାରିବେ। ଭାରତୀୟ ଡାକ ବିଭାଗର ଅଫିସିଆଲ ଓ୍ବେବସାଇଟ indiapost. gov.in ମାଧ୍ୟମରେ ଅନଲାଇନ ଆବେଦନ କରିପାରିବେ। ଏହି ପଦ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। 

ପ୍ରାର୍ଥୀମାନଙ୍କ ପାଇଁ ଏହି ପଦବୀରେ ନିଯୁକ୍ତି ପାଇଁ ଆବେଦନ ଫର୍ମର ହାର୍ଡ କପି ଦାଖଲ କରିବାର ଶେଷ ତାରିଖ ହେଉଛି ନିଯୁକ୍ତି ଖବର ପ୍ରକାଶନ ତାରିଖ ଠାରୁ 42 ଦିନ ମଧ୍ୟରେ ଅର୍ଥାତ୍ 16 ଫେବୃଆରୀ ମଧ୍ୟରେ ପ୍ରାର୍ଥମାନେ ଆବେଦନ କରିପାରିବେ। ଇଣ୍ଡିଆ ପୋଷ୍ଟ ନିଯୁକ୍ତି 2024 ମାଧ୍ୟମରେ ମୋଟ 78 ଟି ପଦବୀ ପ୍ରକାଶ ପାଇଛି। 

ଭାରତୀୟ ଡାକ ବିଭାଗ ପକ୍ଷରୁ ୭୮ ଡ୍ରାଇଭର ପଦବୀ ପାଇଁ ନିଯୁକ୍ତି ପ୍ରକାଶ ପାଇଛି। ଯେଉଁ ଯୋଗ୍ୟ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନଙ୍କର ବୟସସୀମା ୧୮ରୁ ୨୭ବର୍ଷ ମଧ୍ୟରେ ହେବା ଦରକାର। 

ଗୁରୁତ୍ୱପୂର୍ଣ୍ଣ ତାରିଖ:
ଆବେଦନ ଆରମ୍ଭ – ୦୬ ଜାନୁଆରୀ ୨୦୨୪
ଆବେଦନ ଶେଷ – ୧୬ ଫେବୃଆରୀ ୨୦୨୪
ଅଧିକ ପଢ଼ନ୍ତୁ: Odisha Clerk Posts Recruitment: ଓଡ଼ିଶାରେ ସରକାରୀ ଚାକିରି; ଚୟନ ହେଲେ ମାସକୁ ଦରମା ୩୫ ହଜାର
ଯୋଗ୍ୟତା:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାଶ୍‌
ଏକ ବୈଧ ଡ୍ରାଇଭିଂ ଲାଇସେନ୍ସ
୦୩ ବର୍ଷର ଡ୍ରାଇଭିଂ ଅଭିଜ୍ଞତା

ବୟସ ସୀମା:
ସର୍ବନିମ୍ନ ବୟସ – ୧୮ ବର୍ଷ
ସର୍ବାଧିକ ବୟସ – ୨୭ ବର୍ଷ

୧୬ ଫେବୃଆରୀ ୨୦୨୪ ଅନୁସାରେ ବୟସ ଗଣନା ହେବ
ବୟସରେ କୋହଳ:
OBC – ୦୩ ବର୍ଷ
ST / SC / PWD / ESM – ୦୫ ବର୍ଷ
PWD + SC / ST – ୧୫ ବର୍ଷ
ଦରମା:
ସର୍ବନିମ୍ନ ମାସିକ ଦରମା – ୧୯,୯୦୦ ଟଙ୍କା
ସର୍ବାଧିକ ମାସିକ ଦରମା – ୬୩, ୨୦୦ ଟଙ୍କା
ଚୟନ ପ୍ରକ୍ରିୟା:
ଲିଖିତ ପରୀକ୍ଷା
ଦକ୍ଷତା ପରୀକ୍ଷା / ଡ୍ରାଇଭିଂ ପରୀକ୍ଷା
ଡକ୍ୟୁମେଣ୍ଟ୍ ଯାଞ୍ଚ
ଡାକ୍ତରୀ ପରୀକ୍ଷା
ଆବେଦନ ଶୁଳ୍କ:
ସାଧାରଣ / EWS / OBC –୧୦୦ ଟଙ୍କା
ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:
ଯୋଗ୍ୟତା ପ୍ରମାଣପତ୍ର
ଜନ୍ମ ତାରିଖ ସୂଚୀତ ପ୍ରମାଣପତ୍ର (SSLC / HSC)
ଦୁଇଟି ସାମ୍ପ୍ରତିକ କଲର ପାସପୋର୍ଟ ସାଇଜ୍ ଫଟୋ
ଜାତି ପ୍ରମାଣପତ୍ର
ଅଭିଜ୍ଞତା ପ୍ରମାଣପତ୍ର
କିପରି କରିବେ ଆବେଦନ:
https://www.indiapost.gov.in/ କୁ ଯାଇ ଆବେଦନ ଫର୍ମ ଡାଉନଲୋଡ୍ କରନ୍ତୁ
ସଠିକ୍ ଭାବରେ ଆବେଦନ ଫର୍ମ ପୂରଣ କରନ୍ତୁ
୧୦୦ ଟଙ୍କାର ଡାକ ଅର୍ଡର ସହିତ ଆବଶ୍ୟକ ଡକ୍ୟୁମେଣ୍ଟ୍ ସଂଲଗ୍ନ କରନ୍ତୁ
ଆବେଦନ ଫର୍ମ ଲଫାପା ଉପରେ ଲେଖନ୍ତୁ “UP CIRCLE IN DRIVER POST OF DIRECT RECRUITMENT FOR APPLICATION”

ଅଧିକ ପଢ଼ନ୍ତୁ ଶିକ୍ଷା ଓ ନିଯୁକ୍ତି ଖବର 
 

Sponsored
Recruitment-2024 | Argus English