ଭାରତୀୟ ବୈଦେଶିକ ମନ୍ତ୍ରାଳୟର ନୂଆ ମୁଖପାତ୍ର ହେଲେ ରଣଧୀର ଜୈସୱାଲ

ଅର୍ଗସ ବ୍ୟୁରୋ : ବୈଦେଶିକ ମନ୍ତ୍ରଣାଳୟର ନୂଆ ମୁଖପାତ୍ର ହେଲେ ରଣଧୀର ଜୈସୱାଲ । ଏହାସହ ପୂର୍ବତନ MEA ମୁଖପାତ୍ର ଅରିନ୍ଦମ ବାଗଚିଙ୍କୁ ମିଳିଛି ବଡ଼ ଦାୟିତ୍ବ । ମିଳିତ ଜାତିସଂଘରେ ଦେଶର ପରବର୍ତ୍ତୀ ସ୍ଥାୟୀ ପ୍ରତିନିଧୀ ଭାବରେ ଅରିନ୍ଦମ ବାଗଚିଙ୍କୁ ଦାୟିତ୍ବ ମିଳିଛି । ସରକାରୀ ମୁଖପାତ୍ର ଭାବରେ ରଣଧୀର ଜୈସୱାଲ ଦାୟିତ୍ବ ଗ୍ରହଣ କରିଥିବା ନେଇ ନିଜେ ଏକ୍ସ ଆକାଉଣ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
୧୯୯୮ ବ୍ୟାଚ୍ ଆଇଏଫଏସ୍ ଅଧିକାରୀ ରଣଧୀର ଜୈସୱାଲ ନ୍ୟୁୟର୍କରେ ଭାରତର କନସୁଲ୍ ଜେନେରାଲ୍ ଥିଲେ । ୧୯୯୫ ବ୍ୟାଚ୍ ଆଇଏଫଏସ୍ ଅଧିକାରୀ ଅରିନ୍ଦମ ବାଗଚି ଏବେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଅଛନ୍ତି । ମିଳିତ ଜାତିସଂଘ ସହ ଜେନେଭାରେ ଥିବା ଅନ୍ୟ ଅନ୍ତର୍ଜାତୀୟ ସଂଗଠନ ଗୁଡ଼ିକରେ ପରବର୍ତ୍ତୀ ସ୍ଥାୟୀ ପ୍ରତିନିଧୀ ଭାବରେ ସେ କାର୍ଯ୍ୟ କରିବେ । ଖୁବଶୀଘ୍ର ସେ ଦାୟିତ୍ବ ଗ୍ରହଣ କରିବା ସମ୍ଭାବନା ରହିଛି ।