|
logo
Live

Argus News - ଭାରତୀୟ ବାୟୁସେନାକୁ ମିଳିବ ରାମ୍ପେଜ୍‌ ମିସାଇଲର ବଳ

National

ଭାରତୀୟ ବାୟୁସେନାକୁ ମିଳିବ ରାମ୍ପେଜ୍‌ ମିସାଇଲର ବଳ

Jitendra Dash
Browse all articles by Jitendra Dash
·2 years ago·1 min read
ଭାରତୀୟ ବାୟୁସେନାକୁ ମିଳିବ ରାମ୍ପେଜ୍‌ ମିସାଇଲର ବଳ

ଅର୍ଗସ ବ୍ୟୁରୋ : ବାୟୁସେନାକୁ ମିଳିବ ରାମ୍ପେଜ୍‌ ମିସାଇଲର ବଳ । ନାଁ ଶତ୍ରୁର ରାଡାର ଏହାକୁ ଧରି ପାରିବ ନାଁ କୌଣସି କ୍ଷେପଣାସ୍ତ୍ର ଧ୍ବଂସ ସିଷ୍ଟମ ଏହାକୁ ରୋକିପାରିବ । ବଟନ୍‌ ଦବାଇବା ମାତ୍ରେ କ୍ଷଣିକ ମଧ୍ୟରେ ଟାର୍ଗେଟ୍‌କୁ ଧ୍ବଂସ କରିବାରେ ମାହିର । ଭାରତୀୟ ବାୟୁ ସେନାର ମିଗ୍‌-୨୯ ବିମାନରେ ଏହି ମିସାଇଲ୍‌ ବ୍ୟବହାର କରିବାକୁ ହୋଇଛି ଯୋଜନା । ଇସାରାଇଲରେ ପ୍ରସ୍ତୁତ ଏହି ମିସାଇଲକୁ କିଣିବ ଭାରତ । ମିଗ୍‌-୨୯ ବିମାନରେ ଏହି ମିସାଇ ଖଞ୍ଜାଯିବା ପରେ ଏହା ଭାରତର ସାମରିକ ଶକ୍ତିକୁ ଆହୁରି ସଶକ୍ତ କରିବ । 

ଅଧିକ ପଢନ୍ତୁ ଭାରତ ଖବର

ଜଳ, ସ୍ଥଳ, ଆକାଶ ସବୁଠି ଏହା ଶତ୍ରୁକୁ ନିପାତ କରିବାରେ ସକ୍ଷମ । ଏହା ଆସିବା ପରେ ଚୀନ୍ ଓ ପାକିସ୍ତାନକୁ ମିଳିବ ମୁହଁତୋଡ୍ ଜବାବ । ଏହି ମିସାଇଲର ଲମ୍ବ ୧୫ ଫୁଟ୍‌ ହୋଇଥିବା ବେଳେ ଓଜନ ୫୭୦ କେଜି । ଏହି ଏକ GPS ଗାଇଡେଡ୍‌ ମିସାଇଲ ଯାହା S-300 ଡିଫେନ୍ସ ସିଷ୍ଟମକୁ ଚକମା ଦେବା ପାଇଁ ପ୍ରସ୍ତୁତ କରାଯାଇଥିଲା । ଏହି ମିସାଇଲ ଶତ୍ରୁର କମ୍ୟୁନିକେସନ ସିଷ୍ଟମ, ଏୟାର ଫୋର୍ସ ବେସ୍‌ ଏବଂ କୌଣସି ବି ବଡ଼ ଅଟ୍ଟାଳିକାକୁ ଧ୍ବଂସ କରିପାରେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୋଟିଏ ଯୁଦ୍ଧ ବିମାନରେ ଏକକାଳୀନ ୪ଟି ରାମ୍ପେଜ୍‌ ମିସାଇଲ ଖଞ୍ଜାଯାଇପାରେ । ଅଢ଼େଇ ଶହ କିଲୋମିଟର ରେଞ୍ଜରେ ଏହା ଶତ୍ରୁକୁ ଧ୍ବଂସ କରିବାରେ ସକ୍ଷମ । ଏହା ଆସିବା ପରେ ଭାରତ ମାହାସାଗରରେ ଚୀନ୍‌ ର ଦାଦାଗିରିରେ ମଧ୍ୟ ଲାଗିବ ବ୍ରେକ୍‌ । ବିଶ୍ବର ସବୁଠୁ ଘାତକ ଯୁଦ୍ଧ ବିମାନ ଗୁଡ଼ିକରେ ଏହି ମିସାଇଲ ଖଞ୍ଜା ଯାଇଥିବା ବେଳେ ଏବେ ଭାରତର ମିଗ୍‌-୨୯ରେ ଏହାକୁ ବ୍ୟବହାର କରିବାକୁ ଯୋଜନା କରିଛି ଭାରତ ।
 

Sponsored
ଭାରତୀୟ ବାୟୁସେନାକୁ ମିଳିବ ରାମ୍ପେଜ୍‌ ମିସାଇଲର ବଳ | Argus English