Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଜିଠୁ ଆରମ୍ଭ ହୋଇଛି ରାମମନ୍ଦିର ପ୍ରାଣପ୍ରତିଷ୍ଠାର ପୂଜାବିଧି: ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ବିଷୟରେ ଜାଣନ୍ତୁ

National

ଆଜିଠୁ ଆରମ୍ଭ ହୋଇଛି ରାମମନ୍ଦିର ପ୍ରାଣପ୍ରତିଷ୍ଠାର ପୂଜାବିଧି: ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ବିଷୟରେ ଜାଣନ୍ତୁ

Ritu Das
Browse all articles by Ritu Das
·2 years ago·1 min read
ଆଜିଠୁ ଆରମ୍ଭ ହୋଇଛି ରାମମନ୍ଦିର ପ୍ରାଣପ୍ରତିଷ୍ଠାର ପୂଜାବିଧି: ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ବିଷୟରେ ଜାଣନ୍ତୁ

ଅର୍ଗସ ବ୍ୟୁରୋ: ଭବ୍ୟ ରାମମନ୍ଦିରର ରାମଲଲାଙ୍କୁ ପ୍ରାଣ ପ୍ରତିଷ୍ଠା ରୀତିନୀତି ଆଜିଠାରୁ ଆରମ୍ଭ ହୋଇ ଜାନୁୟାରୀ ୨୧ ପର୍ଯ୍ୟନ୍ତ ଚାଲିବ। ଜାନୁୟାରୀ ୧୮ରେ ଗର୍ଭଗୃହରେ ରାମଲଲାଙ୍କ ପୂତିମୂର୍ତ୍ତି ସ୍ଥାପନ କରାଯିବ। ଗତ ୭୦ ବର୍ଷ ଧରି ପୂଜାପାଠ କରୁଥିବା ବର୍ତ୍ତମାନର ପ୍ରତିମାକୁ ମଧ୍ୟ ନୂତନ ମନ୍ଦିରର ଗର୍ଭଗୃହରେ ରଖାଯିବ। ମନ୍ଦିର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏହା କହିଛନ୍ତି। 

ପ୍ରାଣ ପ୍ରତିଷ୍ଠାର ସମୟ 12ଟା 20ରେ ଆରମ୍ଭ ହେବ ବୋଲି ସ୍ଥିର କରାଯାଇଛି । କର୍ମକାଣ୍ଡର ସବୁ ବିଧି ବାରାଣାସୀର ଲକ୍ଷ୍ମୀକାନ୍ତ ଜୀଙ୍କ ଦ୍ବାରା ସମ୍ପନ୍ନ କରାଯିବ । 18 ଜାନୁଆରୀରେ ମନ୍ଦିର ଗର୍ଭଗୃହରେ ଭଗବାନ ଶ୍ରୀରାମଙ୍କ ବାଳକ ସ୍ବରୂପକୁ ସ୍ଥାପିତ କରାଯିବ। ମୂର୍ତ୍ତିର ଓଜନ ପ୍ରାୟ 120ରୁ 200 କିଲୋଗ୍ରାମ ପର୍ଯ୍ୟନ୍ତ ରହିବ । 5 ବର୍ଷର ବାଳକ ସ୍ବରୂପ ପ୍ରଭୁ ଶ୍ରୀରାମ ତାଙ୍କ ସମସ୍ତ ଭକ୍ତଙ୍କୁ ଖୁବ୍ ଶୀଘ୍ର ଦେବେ ଦର୍ଶନ । ଜାନୁଆରୀ 23ରୁ ସାଧାରଣ ଭକ୍ତଙ୍କ ଦର୍ଶନ ନିମନ୍ତେ ମନ୍ଦିର ଖୋଲାଯିବ। 
ଚମ୍ପତ ରାୟ କହିଛନ୍ତି ଜାନୁୟାରୀ ୨୨ରେ ପ୍ରତିଷ୍ଠା ହେବ। ମୁଖ୍ୟ ରୀତିନୀତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଦିନ ୧୨ଟା ୨୦ରେ ଆରମ୍ଭ ହେବ। ଏହି ପୂଜା ପ୍ରାୟ ୪୦ ମିନିଟ ପର୍ଯ୍ୟନ୍ତ ଚାଲିବ। ଏହାପରେ ପିଏମ ମୋଦି, ସିଏମ ଯୋଗୀ, ଆରଏସଏସ ମୁଖ୍ୟ ମୋହନ ଭାଗବତ ପ୍ରାୟ ୭୫ମିନିଟ ପାଇଁ ବାର୍ତ୍ତା ଦେବେ। 

୧୬ ଜାନୁୟାରୀ: ପ୍ରାୟଶ୍ଚିତ, କର୍ମକୁଟି ପୂଜା 
୧୭ ଜାନୁୟାରୀ: ପରିସରରେ ମୂର୍ତ୍ତିର ପ୍ରବେଶ
୧୮ ଜାନୁୟାରୀ: ତୀର୍ଥପୂଜନ ଏବଂ ଜଳଯାତ୍ରା, ଜଳାଧିବାସ ଏବଂ ଗନ୍ଧାଭିବାସ
୧୯ ଜାନୁୟାରୀ: ଔଷଧାଧିବାସ, କେଶରାଧିବାସ, ଘୃତାଧିବାସ ଏବଂ ଧ୍ୟାନାଧିବାସ
୨୦ ଜାନୁୟାରୀ: ଶର୍କରାଧିବାସ, ଫଳାଧିବାସ, ପୁଷ୍ପାଧିବାସ
୨୧ ଜାନୁୟାରୀ: ମଧ୍ୟାଧିବାସ, ଶଯ୍ୟାଧିବାସ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
Rama Mandir's Praantratisthara | Argus English