Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News -  ଅପେକ୍ଷାର ହେଲା ଅନ୍ତ, ବିରାଜିଲେ ପ୍ରଭୁ ରାମ  

National

 ଅପେକ୍ଷାର ହେଲା ଅନ୍ତ, ବିରାଜିଲେ ପ୍ରଭୁ ରାମ  

Manini Pattanayak
Browse all articles by Manini Pattanayak
·2 years ago·1 min read
 ଅପେକ୍ଷାର ହେଲା ଅନ୍ତ, ବିରାଜିଲେ ପ୍ରଭୁ ରାମ  

ନୂଆଦିଲ୍ଲୀ: ଗଗନ ପବନ ପ୍ରକମ୍ପିତ । ଚାରିଆଡେ ଜୟ ଶ୍ରୀରୀରାମ ଧ୍ୱନି।   ପ୍ରଭୁ ଆସିଲେ ଅଯୋଧ୍ୟା।   ବିରାଜମାନ କରିଲେ  ଭବ୍ୟ ରାମ ମନ୍ଦିରରେ।   ଦୀର୍ଘ ୫୦୦ ବର୍ଷର ଅପେକ୍ଷାର ହେଲା ଅନ୍ତ।  ଶୁଭ ମୁହୂର୍ତ୍ତରେ ହେଲା ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା। ଗର୍ଭଗୃହରେ ପ୍ରତିଷ୍ଠା ହୋଇଛନ୍ତି ଶ୍ରୀରାମ ଲଲା।   ରାମଙ୍କ ମୂର୍ତ୍ତି ମନକୁ କରୁଛି ପ୍ରଫୁଲିତ ।  ହସ ହସ ମୁହଁରେ ପ୍ରଭୁ ବିରାଜିଲେ । ସୁନା ବେଶରେ ରାମଲଲାଙ୍କ ମନୋରମ ଛବି  ମନ ମୁଗ୍ଧ କରୁଛି।   ମୁଖ୍ୟ ଯଜମାନ ଭାବେ ଦାୟିତ୍ୱ  ନିର୍ବାହ  କଲେ ପ୍ରଧାନମନ୍ତ୍ରୀ ମୋଦି।

ଅଧିକ ପଢନ୍ତୁ : ଚାଲିଛି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ, ମୁଖ୍ୟ ଯଜମାନ ପ୍ରଧାନମନ୍ତ୍ରୀ

  ପାଖରେ ଉପସ୍ଥିତ ଥିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ।  ଉପସ୍ଥିତ ଥିଲେ ୟୁପି ରାଜ୍ୟପାଳ ଆନନ୍ଦୀବେନ ପଟେଲ। ସରିବ କାଳ କାଳର ପ୍ରତୀକ୍ଷା। ସାକାର ହେବ କୋଟି କୋଟି ଆଖିର ସ୍ୱପ୍ନ। ଆଜି ଦିନଟି  ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ।  ୮୪ ସେକେଣ୍ଡ ରହିଥିଲା ଅଭିଜିତ୍‌ ମୁହୂର୍ତ୍ତ।   ରଙ୍ଗ ବେରଙ୍ଗ ଫୁଲରେ ଝଲସୁଛି ରାମଲଲାଙ୍କ ଭବ୍ୟ ନିବାସ।  
ଅଧିକ ପଢନ୍ତୁ  : ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ଆଉ କିଛି ସମୟର ଅପେକ୍ଷା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ram Lalla Idol Unveiled as PM Modi Performs Pran Pratishtha Ceremony | Argus English