ଗର୍ଭଗୃହରେ ପ୍ରଭୁ ରାମ, ଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ ଅଯୋଧ୍ୟା

ନୂଆଦିଲ୍ଲୀ: ସାମନାକୁ ଆସିଲା ରାମଲଲାଙ୍କମ ଦିବ୍ୟ ମୂର୍ତ୍ତି। ଅଯୋଧ୍ୟାର ରାମ ମନ୍ଦିରର ଗର୍ଭଗୃହରେ ରାମଲାଲାଙ୍କ ଭବ୍ୟ ଏବଂ ଦିବ୍ୟ ମୂର୍ତ୍ତି ସ୍ଥାପନ କରାଯାଇଛି। ମୂର୍ତ୍ତି ସ୍ଥାପନ ସମୟରେ ଜୟ ଶ୍ରୀରାମ ଧ୍ବନିରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା।ପ୍ରଭୁ ରାମଙ୍କ ମୂର୍ତ୍ତି କପଡ଼ାରେ ଢଙ୍କା ଯାଇଥିବେଳେଳ ଆଖିରେ ଏକ ହଳଦିଆ ରଙ୍ଗର ପଟି ପଡ଼ିଥିବାର ଦେଖିବାକୁ ମିଳିଛି। ସେହିପରି ପ୍ରଭୁଙ୍କ ବେକରେ ଗୋଲାପୀ ରଙ୍ଗର ଫୁଲ ହାର ପଡ଼ିଛି।
ପ୍ରଭୁ ରାମଙ୍କୁ ପବିତ୍ର ନଦୀମାନଙ୍କ ଜଳରେ ଅଭିଶେଷକ କରାଯାଇଛି। ପୂଜାପାଠ ସମୟରେ ରାମଲାଲାଙ୍କ ମନ୍ଦିରର ଗର୍ଭଗୃହରେ ଜଳାଧିବାସ ଏବଂ ଗଙ୍ଗାଧିବାସ ଅନୁଷ୍ଠିତ ହୋଇଥିଲା। ରାମଙ୍କ ମୂର୍ତ୍ତିର ଓଜନ ପାଖାପାଖି ୧୫୦ ରୁ ୨୦୦ କିଲୋଗ୍ରାମ ହେବ। ହାତରେ ଧନୂ ଶୋଭା ପାଉଥିବାଳେ ମୂର୍ତ୍ତି ଟି ୫ ବର୍ଷର କୋମଳମତି ଶିଶୁ ପରି ଝଲସିବେ।
ବର୍ଷ ବର୍ଷ ଧରି ଅପେକ୍ଷା କରିବା ପରେ ରାମଲଲା ମନ୍ଦିର ଭିତରେ ପ୍ରବେଶ କରିଛନ୍ତି। ସେହିପରି ଆଯୋଧା ନଗରୀ ରେ ଅନେକ ସ୍ଥାନରେ ଚାଲିଛି ଯଜ୍ଞ। ରାମ ଭଦ୍ରା ଚର୍ଯାଙ୍କ ପକ୍ଷରୁ ରାମ କଥା ଯଜ୍ଞ ର ଆୟୋଜନ କରାଯାଇଛି। ବିଶ୍ଵ ଶାନ୍ତି ପାଇଁ ଏହି ଯଜ୍ଞ ର ଆୟୋଜନ କରାଯାଇଥିବା କହିଛନ୍ତି ପଣ୍ଡିତ ମହେଶ କୁମାର ଗୌର।
ମନ୍ଦିର ପରିସର ରେ ନିର୍ମାଣ ହେବ ରାମ କଥା କୁଞ୍ଜ। ମନ୍ଦିର କାର୍ଯ୍ୟ ସରିଲେ ପରିସର ମଧ୍ୟରେ ରାମ କଥା କୁଞ୍ଜ ନିର୍ମାଣ ହେବ। ଏହି କୁଞ୍ଜ ପାଇଁ ଯୋରସୋର ରେ ତିଆରି ଚାଲିଛି ମୂର୍ତ୍ତି। ଯାହାର ମୁଖ୍ୟ ଶିଳ୍ପୀ ହେଉଛନ୍ତି ରଞ୍ଜିତ ମଣ୍ଡଳ। ରଞ୍ଜିତ ମଣ୍ଡଳ ଜଣ ବିଶ୍ଵ ହିନ୍ଦୁ ପରିଷଦ ର ସାଧାରଣ କାର୍ଯ କର୍ତ୍ତା। ଶ୍ରୀ ରାମ ଙ୍କ ପ୍ରତି ଟି ଲୀଳା ଏହି କୁଞ୍ଜ ରେ ସ୍ଥାନିତ ହେବ ବୋଲି ସେ କହିଛନ୍ତି। ରାମଙ୍କ ଜନ୍ମଠୁ ନେଇ ବନବାସ ବିବାହ ଠୁ ନେଇ ଲବ କୁଶ ପର୍ଯ୍ୟନ୍ତ। ଶବରୀଠୁ ନେଇ ଅହଲ୍ୟା ପଯ୍ୟନ୍ତ ସମସ୍ତ କାହାଣୀ କୁ ଏହି କୁଞ୍ଜ ରେ ସ୍ଥାପନ କରାଯାଇଛି । ରାମ ମନ୍ଦିର ଦର୍ଶନ ସାରି ପରିକ୍ରମା କରିଲା ବେଳେ ଯାତ୍ରୀ ପ୍ରଭୁଙ୍କ ପ୍ରତିଟି ଲୀଳା ଦେଖିବେ।
📱 Get Argus News App
✨ଅଧିକ ଦେଖନ୍ତୁ :