|
logo
Live

Argus News - ୫୦୦ ବର୍ଷ ଅପେକ୍ଷାର ଅନ୍ତ, ବିରାଜିବେ ରାମଲଲା 

National

୫୦୦ ବର୍ଷ ଅପେକ୍ଷାର ଅନ୍ତ, ବିରାଜିବେ ରାମଲଲା 

Manini Pattanayak
Browse all articles by Manini Pattanayak
·2 years ago·1 min read
୫୦୦ ବର୍ଷ ଅପେକ୍ଷାର ଅନ୍ତ, ବିରାଜିବେ ରାମଲଲା 

 ନୂଆଦିଲ୍ଲୀ: ୫୦୦ ବର୍ଷ ଅପେକ୍ଷାର ଅନ୍ତ।  ଆଜି ଅଯୋଧ୍ୟରେ ବିରାଜିବେ ପ୍ରଭୁ ରାମ।  ସରିବ କାଳ କାଳର ପ୍ରତୀକ୍ଷା। ସାକାର ହେବ କୋଟି କୋଟି ଆଖିର ସ୍ୱପ୍ନ। ଆଜି ଦିନଟି  ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ପ୍ରାଣ ପ୍ରତିଷ୍ଠାରେ ମୁଖ୍ୟ ଯଜମାନ ପ୍ରଧାନମନ୍ତ୍ରୀ ମୋଦି। ୮୪ ସେକେଣ୍ଡ ରହିବ ଅଭିଜିତ୍‌ ମୁହୂର୍ତ୍ତ। ରଙ୍ଗ ବେରଙ୍ଗ ଫୁଲରେ ଝଲସୁଛି ରାମଲଲାଙ୍କ ଭବ୍ୟ ନିବାସ।  

ସକାଳ ୧୦ଟାରୁ ଆରମ୍ଭ ହେବ ମଙ୍ଗଳଧ୍ୱନୀ । ଦୁଇ ଘଣ୍ଟା ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟର ୫୦ରୁ ଅଧିକ ମନୋରମ ବାଦ୍ୟଯନ୍ତ୍ରରେ କମ୍ପିବ ମନ୍ଦିର ପରିସର । ୧୦ଟା ୩୦ ସୁଦ୍ଧା ଅତିଥିମାନେ ମନ୍ଦିରରେ ପ୍ରବେଶ କରିବେ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ଅଯୋଧ୍ୟାକୁ ଭକ୍ତଙ୍କ ସୁଅ ଛୁଟୁଛି । ସାଧୁ ସନ୍ଥ ମେଳି ବାନ୍ଧୁଛନ୍ତି । ରାମମୟ ହୋଇପଡିଛି ପୁରା ଅଯୋଧ୍ୟା । ୨ହଜାର କ୍ୱିଣ୍ଟାଲ ଫୁଲରେ ସଜେଇ ହୋଇଛି ଅଯୋଧ୍ୟା ସହର । ରାମ ଜନ୍ମଭୂମିର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ କହିବା ଅନୁସାରେ, ୧୨ଟା ୧୫ରୁ ୧୨ଟା ୪୫ ଯାଏଁ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହେବ ।

ଅଧିକ ପଢନ୍ତୁ ରାମକଥା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
୫୦୦ ବର୍ଷ ଅପେକ୍ଷାର ଅନ୍ତ, ବିରାଜିବେ ରାମଲଲା  | Argus English