ସୃଙ୍ଗାର ଆଳତୀ ଠାରୁ ନେଇ ଶୟନ ଆଳତୀ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୂଚନା
·2 years ago·1 min read

ଅର୍ଗସ ବ୍ୟୁରୋ : ଶ୍ରୀରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ରାମମନ୍ଦିରରେ ରାମଲଲ୍ଲାଙ୍କ ଆଳତୀ ଓ ଦର୍ଶନ ସମୟ ବିଷୟରେ ସୂଚନା ଜାରି କରିଛି । ପ୍ରଭୁ ରାମଙ୍କ ପ୍ରାଣପ୍ରତିଷ୍ଠା ପରେ ଲାଗିଥିବା ଭକ୍ତଙ୍କ ଭିଡ଼କୁ ଦେଖି ସମୟ ସୂଚୀ ଜାରି କରାଯାଇଛି । ଏହି ସୂଚୀରେ ସୃଙ୍ଗାର ଆଳତୀ ଠାରୁ ନେଇ ଶୟନ ଆଳତୀ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୂଚନା ଦିଆଯାଇଛି ।
ଅଧିକ ପଢନ୍ତୁ ଭାରତ ଖବର
ବିଶ୍ବ ହିନ୍ଦୁ ପରିଷଦର ପ୍ରାନ୍ତ ପ୍ରବକ୍ତା ଓ ମିଡିଆ ପ୍ରଭାରୀ ଶରଦ ଶର୍ମାଙ୍କ ଅନୁସାରେ, ‘ଶ୍ରୀରାମଲଲ୍ଲାଙ୍କ ସୃଙ୍ଗାର ଭୋର ସାଢ଼େ ଚାରିଟାରେ, ମଙ୍ଗଳ ଅଳତୀ ସାଢ଼େ ଛଅଟାରେ ଶେଷ ହେବାପରେ ଭକ୍ତ ରାମଲଲ୍ଲାଙ୍କ ଦର୍ଶନ କରିପାରିବେ । ସେହିପରି ରାମଲଲ୍ଲାଙ୍କ ଭୋଗ ପାଇଁ ଆଳତୀ ଦିନ ୧୨ଟା ଆରମ୍ଭ ହେବ । ଏହାପରେ ସନ୍ଧ୍ୟା ଆଳତୀ ସାଢ଼େ ସାତଟାରେ ହେବ । ଆଠଟାରେ ଭୋଗ ଆଳତୀ ହୋଇ ରାତି ୧୦ଟାରେ ଶୟନ ଆଳତୀ ହେବାର ସୂଚନା ଜାରି କରାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: