ରାତି ପାହିଲେ ପ୍ରାଣ ପ୍ରତିଷ୍ଠା: ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି
·2 years ago

ଅର୍ଗସ ବ୍ୟୁରୋ: ରାତି ପାହିଲେ ପ୍ରାଣ ପ୍ରତିଷ୍ଠା। ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି । ଆସନ୍ତାକାଲି ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏଥିପାଇଁ ଉତ୍ସବମୁଖର ପୁରା ଅଯୋଧ୍ୟା ନଗରୀ । ଆଜି ଅଯୋଧ୍ୟାରେ ରାମଲାଲାଙ୍କ ବିଗ୍ରହର ହେବ ମହାପୂଜା ।
ରାମଲାଲାଙ୍କ ବିଗ୍ରହର କରାଯିବ ଦିବ୍ୟସ୍ନାନ । ୧୨୫ କଳସରେ ରାମଲାଲାଙ୍କ ବିଗ୍ରହର କରାଯିବ ମହାସ୍ନାନ । ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିଛି ଅଯୋଧ୍ୟା । ଲଗାଯାଇଛି ୧୫ଶହ ସିସିଟିଭି । ବିଭିନ୍ନ ସ୍ଥାନରେ ପୋଲିସ୍ ପକ୍ଷରୁ କଡ଼ା ଚେକିଂ କରି ଗାଡି ଛଡାଯାଉଛି।
ଅଧିକ ପଢ଼ନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: