ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ

ଅର୍ଗସ ବ୍ୟୁରୋ: ରାଜସ୍ଥାନର ପଟ୍ଟ ପରିର୍ତ୍ତନ ହେବାକୁ ଯାଉଛି । କଂଗ୍ରେସ ହାତରୁ ଖସିଛି ରାଜ୍ୟ । ଏଣିକି ବିଜେପି ଏହି ରାଜ୍ୟର ଶାସନ ଭାର ସମ୍ଭାଳିବ । ତେବେ ବିଜୟ ଘୋଷଣା ହୋଇ ନ ଥିଲେ ବି ପରାଜୟକୁ ସ୍ବୀକାର କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ । ଇସ୍ତଫା ଦେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜଭବନରେ ପହଞ୍ଚି ସନ୍ଧ୍ୟାରେ ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫାପତ୍ର ଦାଖଲ କରିଛନ୍ତି। ବିଜେପି ରାଜସ୍ଥାନରେ ବାଜିମାତ କରିଥିବା ଜଣାପଡ଼ିଛି।
ଟ୍ରେଣ୍ଡରେ ଏହା କଂଗ୍ରେସଠାରୁ ବହୁ ଆଗରେ ଅଛି ଏବଂ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ କଂଗ୍ରେସ ସରକାର ଭାଙ୍ଗିଯିବ ବୋଲି ଏବେ ନିଶ୍ଚିତ ହୋଇଛି। ଟ୍ରେଣ୍ଡକୁ ଦେଖି ବିଜେପି କ୍ୟାମ୍ପରେ ରାଜତିଳକ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟି ତାଙ୍କ ଇସ୍ତଫାପତ୍ର ଦାଖଲ କରିବେ।
ଅନ୍ୟପକ୍ଷରେ ଫଳାଫଳକ ଦେଖିବା ପରେ କଂଗ୍ରେସ ଶିବିରରେ ନିରାଶ ଛାଇ ଯାଇଥିବାବେଳେ ଅନ୍ୟପଟେ ବିଜେପି କର୍ମୀଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। କର୍ମୀମାନେ ଢୋଲ ସହିତ ଉତ୍ସବ ପାଳନ କରୁଥିବା ଏବଂ ଜୟପୁରରେ ପରସ୍ପରକୁ ମିଠା ଖୁଆଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।
📱 Get Argus News App
✨ଅଧିକ ପଢ଼ନ୍ତୁ ରାଜନୀତି ଖବର