Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ କଥା ହେଲେ ରାୟଗଡାର ପୂର୍ଣ୍ଣଚନ୍ଦ୍ର ବେନିଆ

National

ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ କଥା ହେଲେ ରାୟଗଡାର ପୂର୍ଣ୍ଣଚନ୍ଦ୍ର ବେନିଆ

Smruti Parija
Browse all articles by Smruti Parija
·2 years ago·2 min read
ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ କଥା ହେଲେ ରାୟଗଡାର ପୂର୍ଣ୍ଣଚନ୍ଦ୍ର ବେନିଆ

ରାୟଗଡା:  ବିକଶିତ ଭାରତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହିତ ସିଧାସଳଖ କଥା ହେଲେ ଦୁର୍ଗମ ଅଞ୍ଚଳ କୃଷକ । ରାୟଗଡା ଜିଲ୍ଲା ହଲୁଆ ପଞ୍ଚୟତରେ ଆୟୋଜିତ ହୋଇଥିଲା ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ କାର୍ଯ୍ୟକ୍ରମ । ଏହି ସମୟରେ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେନିଆ  ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ସହିତ କଥା ହୋଇଥିଲେ । କେନ୍ଦ୍ର ସରକାରଙ୍କ ଲୋକ ହିତକର ଯୋଜନା କେତେ ଲାଭ ସେ ପାଉଛନ୍ତି ସେନେଇ ପ୍ରଧାନମନ୍ତ୍ରୀ ବେନିଆଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ସେପଟେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇ ଖୁସି ବ୍ୟକ୍ତ କରିଛନ୍ତି ପୂର୍ଣ୍ଣଚନ୍ଦ୍ର ବେନିଆ । 

ବିଶେଷ ଭାବରେ କେନ୍ଦ୍ର ସରକାରଙ୍କ ଉଜ୍ୱଳା ଯୋଜନା, ଗରିବ କଲ୍ୟାଣ ଅନ୍ନ ଯୋଜନା, ନଳଯୋଗେ ଜଳ ଯୋଗାଣ, ଆବାସ ଯୋଜନା ପରି ଅନେକ ଲୋକ ହିତ କର ଯୋଜନା ବିଷୟରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । 

ସେପଟେ ପୂର୍ବରୁ ବେନିଆ ଜାଳେଣି କାଠ ସଂଗ୍ରହ ନିଁମନ୍ତେ ଜଙ୍ଗଲକୁ ଯାଉଥିଲେ । ଧୂଳି ଧୂଆଁର ଶିକାର ହେଉଥିଲେ । କିନ୍ତୁ ଉଜ୍ୱଳା ଯୋଜନାରେ ଏବେ ସବୁ କଷ୍ଟ ଦୂର ହୋଇଛି ବୋଲି ପ୍ରଧାନମନ୍ତ୍ରୀଙ୍କ ଆଗରେ ଗୋଟି ଗୋଟି କରି ବଖାଣିଥିଲେ ।  ଏହାସହ ନିଜ ପିଲାଙ୍କୁ ଇଞ୍ଜିନିୟର କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ତେବେ ଏହି କଥାରେ ପ୍ରଧାନମନ୍ତ୍ରୀ ମଧ୍ୟ ବେନିଆଙ୍କୁ ଖୁବ ସୁନ୍ଦର ଭାବରେ ବୁଝାଇ ଦେଇଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହା ବ୍ୟତୀତ ଗ୍ରାମର ମହିଳାଙ୍କ ସହିତ ଅନେକ ବ୍ୟକ୍ତି ଏହି କର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହାସହ କିପରି କୃଷି ଭିତ୍ତିକ କାର୍ଯ୍ୟରେ ଉନ୍ନତି କରାଯିବ ସେ ବିଷୟରେ ମଧ୍ୟ ଲୋକ ଏବଂ ସ୍ୱୟଂ ସହାୟକ ଗୋଷ୍ଠି ମହିଳାମାନଙ୍କୁ ବୁଝାଇ ଥିଲେ ପ୍ରଧାନମନ୍ତ୍ରୀ । ହାଲୁଆ ଗ୍ରାମରେ ଡ୍ରୋନ ଯୋଗେ କିପରି ଔଷଧ ସିଞ୍ଚନ କରାଯିବ ତାହାର ଡେମୋ ମଧ୍ୟ ପ୍ରଦର୍ଶନ କରାଯାଇଥିଲା । 
ଏହାସହ 10 ହଜାର ତମ ଜନ ଔଷଧି କେନ୍ଦ୍ରର ଲୋକାର୍ପଣ କରିଛନ୍ତି ପିଏମ୍ ମୋଦି । ଏହାସହ ଏମସ୍ ଦେଓଘରରେ ଐତିହାସିକ ୧୦ ହଜାର ତମ ଜନ ଔଷଧି କେନ୍ଦ୍ର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶର ବିକାଶକୁ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ ଜାରି ରହିଛି ।

ଆହୁରି ପଢନ୍ତୁ ଭାରତ ଖବର...
 

Sponsored
Purnachandra Benia of Rayagada spoke directly to the Prime Minister-narendra-modi | Argus English