ଆଜି ଛତିଶଗଡ଼ରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ନିର୍ବାଚନ ରାଲି
·2 years ago

ଅର୍ଗସ ବ୍ୟୁରୋ : ଛତିଶଗଡ଼ର କଙ୍କର ସହରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶାଳ ନିର୍ବାଚନୀ ରାଲି .ପ୍ରଧାନମନ୍ତ୍ରୀ ପ୍ରଥମେ ବାୟୁସେନାର ବିମାନ ମାଧ୍ୟମରେ ରାୟପୁର ବିମାନ ବନ୍ଦରରେ ପହଁଚିବେ .ଏହା ପରେ ସେ ସିଧାସଳଖ ଏକ ହେଲିକେପ୍ଟର ଯୋଗେ କଙ୍କଣ ସହରକୁ ଯାତ୍ରା କରିବେ . ସେଠାରେ ଅପରାହ୍ନ 3ଟାରେ ନିର୍ବାଚନ ରାଲିରେ ଯୋଗ ଦେବେ . ରାଲି ପାଇଁ ପୋଲିସ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି .
ଅଧିକ ପଢନ୍ତୁ : ଏସୀୟ ପାରା ଗେମ୍ସ ଅଂଶଗ୍ରହଣକାରୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ
ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ପାରା ମିଲିଟାରୀ ଫୋର୍ସ,ଏସପିଜି କମାଣ୍ଡୋଙ୍କ ସହ ରାଜ୍ୟ ପୋଲିସ ମଧ୍ୟ ମୁତୟନ ରହିବେ .ଏପଟେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା ମଧ୍ୟ ରାଜନନ୍ଦଗାଁ ଏବଂ ମହଲା-ମାନପୁର-ଅମ୍ବାଗଡ଼ ଚୌକିରେ କ୍ୟାମ୍ପେନ କରିବେ .
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: