|
logo
Live

Argus News - ଅଯୋଧ୍ୟାରେ ନୂଆ ରୂପରେ ପ୍ରସ୍ତୁତ ରେଳ ଷ୍ଟେସନ ଓ ବିମାନବନ୍ଦରର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

National

ଅଯୋଧ୍ୟାରେ ନୂଆ ରୂପରେ ପ୍ରସ୍ତୁତ ରେଳ ଷ୍ଟେସନ ଓ ବିମାନବନ୍ଦରର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

Smruti Parija
Browse all articles by Smruti Parija
·2 years ago·2 min read
ଅଯୋଧ୍ୟାରେ ନୂଆ ରୂପରେ ପ୍ରସ୍ତୁତ ରେଳ ଷ୍ଟେସନ ଓ ବିମାନବନ୍ଦରର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଆଉ ମାସକରୁ ବି କମ ଦିନର ଅପେକ୍ଷା । ଅଯୋଧ୍ୟାର ଶ୍ରୀରାମ ମନ୍ଦିରରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା। ଯାହାକୁ ନେଇ ଦେଶବାସୀଙ୍କ ମନରେ ଭରି ରହିଛି ଗଭୀର ଉତ୍ସାହ। ଏ ଭିତରେ ଆସନ୍ତାକାଲି ଅଯୋଧ୍ୟା ଯିବେ ପିଏମ ମୋଦି । ଅଯୋଧ୍ୟାରେ ନୂଆ ରୂପରେ ପ୍ରସ୍ତୁତ ହୋଇଥିବା ରେଲୱେଷ୍ଟେସନ ଓ ବିମାନବନ୍ଦରର ଲୋକାର୍ପଣ କରିବେ । ତେବେ ଏହି ଅବସରରେ ଏକ ରାଲିରେ ଯାଇ ଜନସଭାକୁ ସମ୍ବୋଧନ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି। ସେପଟେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟାବାସୀଙ୍କ ଭିତରେ ଦେଖିବାକୁ ମିଳିଛି ଗଭୀର ଉତ୍ସାହ।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଯୋଧ୍ୟା ଗସ୍ତ ପୂର୍ବରୁ ଏହାକୁ ଅବିସ୍ମରଣୀୟ କରିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପ୍ରଧାନମନ୍ତ୍ରୀଙ୍କ ଅଯୋଧ୍ୟା ଆଗମନ ଏଠାରେ ବିକାଶର ନୂଆ ଯୁଗ ସୃଷ୍ଟି କରିବ ବୋଲି କହିଛନ୍ତି ଯୋଗୀ। ଅଯୋଧ୍ୟାକୁ କେବଳ ଯେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ମିଳିବ ତା ନୁହେଁ ଅଯୋଧ୍ୟାକୁ ହଜାର ହଜାର କୋଟିର ପ୍ରକଳ୍ପ ଭେଟି ଦେବେ ମୋଦି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସେ କରିବାକୁ ଥିବା ରୋଡ୍ ସୋ ଆକର୍ଷଣୀୟ ଢଙ୍ଗରେ କରିବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। 

ଏହି ଅବସରରେ ଏକ  ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହି ଜନସଭାକୁ ଆଖପାଖ ଜିଲ୍ଲାରୁ ଲକ୍ଷାଧିକ ଲୋକ ଆସିବାକୁ ଥିବାରୁ ସେଠାରେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି।  ଅଯୋଧ୍ୟା ଏବେ ରାମମୟ ।  ଏଠାରେ ଥିବା ମଠ ମନ୍ଦିର ଗୁଡିକୁ ସଜା ଯାଉଛି। ଭବ୍ୟ ତୋରଣ ଲଗାଯାଇଛି। ସ୍ଥାନେ ସ୍ଥାନେ ସାଂସ୍କୃତିକ ମଣ୍ଡଳୀ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ସବୁ କରାଯାଉଛି ।  ଅଯୋଧ୍ୟାକୁ ଯୋଡ଼ି ହୋଇ ରହିଥିବା ପ୍ରମୁଖ ରାସ୍ତା ଗୁଡିକରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଅଯୋଧ୍ୟାର ରାସ୍ତାଘାଟରେ ଯେମିତି କୌଣସି  ପ୍ରକାରର ଅଳିଆ ନଥିବା ସେଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଭାରତ ଖବର...

Sponsored
ଅଯୋଧ୍ୟାରେ ନୂଆ ରୂପରେ ପ୍ରସ୍ତୁତ ରେଳ ଷ୍ଟେସନ ଓ ବିମାନବନ୍ଦରର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ | Argus English