|
logo
Live

Argus News - ଆଜି ମହାରାଷ୍ଟ୍ର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

National

ଆଜି ମହାରାଷ୍ଟ୍ର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଆଜି ମହାରାଷ୍ଟ୍ର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅର୍ଗସ ବ୍ୟୁରୋ : ଆଜି ମହାରାଷ୍ଟ୍ର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଦ୍‌ଘାଟନ କରିବେ ଦେଶର ସବୁଠୁ ବଡ଼ ସମୁଦ୍ର ବ୍ରିଜ୍ `ଅଟଳ ସେତୁ' । ସାଢ଼େ ୧୬ କିଲୋମିଟର ଲମ୍ବ ଏହି ସେତୁର ନାମ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାର ବାଜପେୟୀଙ୍କ ନାମରେ ନାମକରଣ ହୋଇଛି । ଏହି ଏଟଳ ସେତୁ ମୁମ୍ବାଇର ସେୱରିରୁ ରାଇଗଡ଼ ଜିଲ୍ଲାର ଉରନ ତାଲୁକ୍‌କୁ ସଂଯୋଗ କରୁଛି । ମୁମ୍ବାଇରୁ ନବି ମୁମ୍ବାଇ ୨ ଘଣ୍ଟା ଲାଗୁଥିବା ବେଳେ ଏବେ ଏହି ସେତୁ ମାଧ୍ୟମରେ ତାହା ୨୦ ମିନିଟ ଲାଗିବ । ଅନ୍ୟପଟେ 30 ହଜାର 500 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ମୂଳଦୁଆ ପକାଇବେ ପ୍ରଧାନମନ୍ତ୍ରୀ

ଅଧିକ ପଢନ୍ତୁ : ଭାଇବ୍ରାଣ୍ଟ ଗୁଜରାଟ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

। ସୂର୍ଯ୍ୟ ଆଞ୍ଚଳିକ ବହୁଳ ପାନୀୟ ଜଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଦେଶକୁ ଉତ୍ସର୍ଗ କରିବେ। ଏହି ପ୍ରକଳ୍ପ ମହାରାଷ୍ଟ୍ରର ପାଲଘର ଏବଂ ଥାନେ ଜିଲ୍ଲାକୁ ପାନୀୟ ଜଳ ଯୋଗାଣ କରିବ ଏବଂ ପ୍ରାୟ 14 ଲକ୍ଷ ଜନସଂଖ୍ୟା ଉପକୃତ ହେବ।  ଏହାସହ ନାଶିକରେ 27 ତମ ଜାତୀୟ ଯୁବ ମହୋତ୍ସବ କାର୍ଯ୍ୟକ୍ରମରେ  ସାମିଲ ହେବେ ପ୍ରଧାନମନ୍ତ୍ରୀ ଯୁବକମାନଙ୍କୁ ସମ୍ବୋଦନ କରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଆଜି ମହାରାଷ୍ଟ୍ର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | Argus English