|
logo
Live

Argus News - 'ଭଏସ୍ ଅଫ୍ ୟୁଥ୍‌' ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

National

'ଭଏସ୍ ଅଫ୍ ୟୁଥ୍‌' ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Ritu Das
Browse all articles by Ritu Das
·2 years ago·1 min read
'ଭଏସ୍ ଅଫ୍ ୟୁଥ୍‌' ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅର୍ଗସ ବ୍ୟୁରୋ: ଆଜି 'ବିକଶିତ ଭାରତ @୨୦୪୭ : ଭଏସ୍ ଅଫ୍ ୟୁଥ୍‌' ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବାହ୍ନ ସାଢ଼େ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଦେଶର ରାଜଭବନ ମାନଙ୍କରେ ଆୟୋଜିତ କର୍ମଶାଳାରେ ବିଶ୍ବବିଦ୍ୟାଳୟର କୁଳପତି, ଅନୁଷ୍ଠାନ ମୁଖ୍ୟ ଏବଂ ଅଧ୍ୟାପକ ମାନଙ୍କୁ ସମ୍ବୋଧିତ କରିବେ । ଦେଶର ବିଭିନ୍ନ ଜାତୀୟ ଯୋଜନା ପ୍ରଣୟନ, ପ୍ରାଥମିକତା ଏବଂ ଲକ୍ଷ୍ୟ ପ୍ରାପ୍ତ କରିବା କ୍ଷେତ୍ରରେ ଯୁବକ ମାନଙ୍କୁ ସକ୍ରିୟ ଭାବରେ ସାମିଲ କରିବା ହେଉଛି ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ । ଦେଶର ଯୁବକ ମାନଙ୍କୁ ବିକଶିତ ଭାରତ @୨୦୪୭ ପରିକଳ୍ପନାରେ ନିଜ ଯୋଗଦାନ ଦେବା ପାଇଁ ଏକ ମଞ୍ଚ ପ୍ରଦାନ କରିବ ଏହି ପଦକ୍ଷେପ।

ଏହି କର୍ମଶାଳା ବିକଶିତ ଭାରତ @୨୦୪୭ ପାଇଁ ଯୁବପିଢ଼ିଙ୍କୁ ସେମାନଙ୍କ ଚିନ୍ତାଧାରା ଏବଂ ପରାମର୍ଶ ବାଣ୍ଟିବା ନିମନ୍ତେ ନିୟୋଜିତ କରିବାର ପ୍ରକ୍ରିୟା ଆରମ୍ଭ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ହେବ । ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ବିକଶିତ ଭାରତ@୨୦୪୭ ଅଭିଯାନର ଲକ୍ଷ୍ୟ ରହିଛି । ଅର୍ଥନୈତିକ ଅଭିବୃଦ୍ଧି, ସାମାଜିକ ପ୍ରଗତି, ସୁଶାସନ ସମେତ ବିକାଶର ବିଭିନ୍ନ ଦିଗକୁ ଏହି ଦୃଷ୍ଟିକୋଣରେ ଅନ୍ତର୍ଭୁକ୍ତ କରାଯାଇଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
'ଭଏସ୍ ଅଫ୍ ୟୁଥ୍‌' ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | Argus English