Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଡିସେମ୍ବର ୧ରେ COP28 ବିଶ୍ୱ ଜଳବାୟୁ ପରିବର୍ତ୍ତନ ସମିଟ୍ ରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

National

ଡିସେମ୍ବର ୧ରେ COP28 ବିଶ୍ୱ ଜଳବାୟୁ ପରିବର୍ତ୍ତନ ସମିଟ୍ ରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·2 years ago
ଡିସେମ୍ବର ୧ରେ COP28 ବିଶ୍ୱ ଜଳବାୟୁ ପରିବର୍ତ୍ତନ ସମିଟ୍ ରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ଆଜି ପ୍ରଧାନମନ୍ତ୍ରୀ ମୋଦି  ଦୁବାଇ ଗସ୍ତରେ ବାହାରୁଛନ୍ତି । ଡିସେମ୍ବର ୧ ରେ COP28 ବିଶ୍ୱ ଜଳବାୟୁ ପରିବର୍ତ୍ତନ ସମିଟ୍ ରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ। ବୈଦେଶିକ ସଚିବ ବିନୟ କ୍ୱାତ୍ରା ପ୍ରଧାନମନ୍ତ୍ରୀ ଙ୍କ ୟୁଏଇ ଗସ୍ତର କାର୍ଯ୍ୟସୂଚୀର ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି COP28  ଉଦଘାଟନୀ ଅଧିବେଶନକୁ  ସମ୍ବୋଧନ କରିବେ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ  ତିନୋଟି ଉଚ୍ଚ ସ୍ତରୀୟ ସାଇଡ୍ଇ ଭେଣ୍ଟରେ ଅଂଶଗ୍ରହଣ କରିବେ ଯେଉଁଥିରୁ  ଦୁଇଟି ଭାରତ ଏବଂ ୟୁଏଇ ଦ୍ୱାରା  ସହ-ଆୟୋଜିତ ହେଉଛି। ଏହି ଉଚ୍ଚ ସ୍ତରୀୟ କାର୍ଯ୍ୟକ୍ରମ ରେ ଭାରତ ଏବଂ ୟୁଏଇ ମିଳିତ ଭାବରେ  ଗ୍ରୀନ୍ କ୍ରେଡିଟ୍ ଇନିସିଏଟିଭ୍ ର ଉନ୍ମୋଚନ କରିବେ। ଚଳିତ ବର୍ଷ ଜୁଲାଇରେ ୟୁଏଇ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ।

ଅଧିକ ପଢ଼ନ୍ତୁ ଦେଶ ଖବର:

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister narendra Modi to attend COP28 in Dubai | Argus English