୧୧ ଦିନିଆ ‘ଉପବାସ’ କରି କେବଳ ପଇଡ଼ ପାଣି ପିଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି
·2 years ago

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରରେ ‘ରାମଲାଲା’ଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସ୍ୱତନ୍ତ୍ର ରୀତିନୀତିରେ ରହୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଏବେ ଚଟାଣରେ ଶୋଉଛନ୍ତି ଏବଂ ୧୧ ଦିନିଆ ‘ଉପବାସ’ କରି କେବଳ ପଇଡ଼ ପାଣି ପିଉଛନ୍ତି।
ଜାନୁଆରୀ ୧୨ ରେ ସେ ଏହି ରୀତିନୀତି ଆରମ୍ଭ କରିବାକୁ ଘୋଷଣା କରିଥିଲେ ଏବଂ ପ୍ରାଣ ପ୍ରତିଷ୍ଠାର ଐତିହାସିକ ତଥା “ଶୁଭ” ଉତ୍ସବରେ ଉପସ୍ଥିତ ରହିବା ପାଇଁ ସେ ଭାଗ୍ୟବାନ ବୋଲି କହିଥିଲେ। ଏହି ଅବସରରେ ସମସ୍ତ ଭାରତୀୟଙ୍କୁ ପ୍ରତିନିଧିତ୍ୱ କରିବା ପାଇଁ ଈଶ୍ୱର ତାଙ୍କୁ ଏକ ଉପକରଣ ଭାବରେ ବାଛିଛନ୍ତି ଏବଂ ଏହାକୁ ଦୃଷ୍ଟିରେ ରଖି ସେ ୧୧ ଦିନିଆ ସ୍ୱତନ୍ତ୍ର ଧାର୍ମିକ ରୀତିନୀତି ପାଳନ କରୁଛନ୍ତି ବୋଲି ମଧ୍ୟ କହିଥିଲେ।
ଅଧିକ ପଢନ୍ତୁ ରାମକଥା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: