Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ୧୦୭ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ

National

ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ୧୦୭ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ

Ritu Das
Browse all articles by Ritu Das
·2 years ago·3 min read
ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ୧୦୭ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ

ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ମାସର ଶେଷ ରବିବାର ଦିନ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ମନର କଥା କହିଥାନ୍ତି । ୨୦୧୪ମସିହାରେ ମୋଦିଜୀ ପ୍ରଥମଥର ପାଇଁ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ଦ୍ୱାରା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯେଉଁ ଭଳି ଭାବେ ସାଧାରଣ ଦେଶବାସୀଙ୍କ ମନର କଥାକୁ ବାଖ୍ୟା କରୁଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ ଓ ଐତିହାସିକ ପଦେକ୍ଷପ । ପ୍ରତ୍ୟେକ ଦେଶବାସୀ ଆଜି ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍‌’ କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ବ୍ୟାକୁଳତାର ସହ ଅପେକ୍ଷାରତ ଥାନ୍ତି । ଆଜି ମଧ୍ୟ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା, ଜିଲ୍ଲା ପ୍ରତିନିଧି ନିଜ ନିଜ ଅଞ୍ଚଳରେ ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ୧୦୭ତମ “ମନ୍ କି ବାତ୍‌” କାର୍ଯ୍ୟକ୍ରମ ଶୁଣିଛନ୍ତି ।

ସାରା ବିଶ୍ୱରେ ଜଣେ ରାଷ୍ଟ୍ରମୁଖ୍ୟ ହିସାବରେ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଧାରଣ ଲୋକଙ୍କ ଭିତରେ ଥିବା ପ୍ରତିଭାକୁ ସାରା ଭାରତକୁ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଉଛନ୍ତି । ଶ୍ରୀ ମୋଦି ଆଜି “ମନ୍ କି ବାତ୍‌” କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ “ସମ୍ବିଧାନ ଦିବସ”ରେ ଶୁଭକାମନା ଜଣାଇଛନ୍ତି । ୧୯୪୯ ମସିହା ନଭେମ୍ବର ୨୬ତାରିଖରେ ସମ୍ବିଧାନ ସଭା ଭାରତର ସମ୍ବିଧାନକୁ ଅନୁମୋଦନ ପାଇଥିଲା । ଏହି ସମ୍ବିଧାନ ପ୍ରଣୟନରେ ୨ବର୍ଷ ୧୧ମାସ ୧୮ଦିନ ସମୟ ଲାଗିଥିଲା । ୬୦ରୁ ଅଧିକ ଦେଶର ସମ୍ବିଧାନଗୁଡିକର ଅଧ୍ୟୟନ ଏବଂ ସୁଦୀର୍ଘ ଆଲୋଚନା ପରେ “ସମ୍ବିଧାନ”ର ଡ୍ରାଫ୍ଟ ତିଆରି ହୋଇଥିଲା । ସେହିପରି “ଲୋକାଲ ଫର ଭୋକାଲ”ର ସଫଳତା ସଂକ୍ରାନ୍ତରେ ସୂଚନା ଦେଇଥିଲେ । “ସ୍ୱଚ୍ଛ ଭାରତ ଅଭିଯାନ”ର ସଫଳତା ପ୍ରେରଣା ପାଲଟିଛି । ସେମିତି “ଲୋକାଲ ଫର ଭୋକାଲ” ମଧ୍ୟ “ବିକଶିତ ଭାରତ-ସମୃଦ୍ଧ ଭାରତ” ଦ୍ୱାରା ଉନ୍ମୃକ୍ତ କରୁଛି । ପ୍ରଧାନମନ୍ତ୍ରୀ “ଭୋକାଲ ଭର ଲୋକାଲ”କୁ ଗୁରୁତ୍ୱ ପ୍ରଦାନ କାରଣରୁ ଚଳିତ ପର୍ବପର୍ବାଣୀରେ ୪ଲକ୍ଷ କୋଟି ଟଙ୍କାର ସ୍ଥାନୀୟ ଉତ୍ପାଦ ବିକ୍ରି ସମ୍ଭବ ହୋଇଛି ଏବଂ ଆଗାମୀ ଦିନରେ ଏହା ଆହୁରି ବୃଦ୍ଧି ପାଇବ । ଭାରତରେ “ଭୋକାଲ ଭର ଲୋକାଲ” ବୃଦ୍ଧି ଘଟୁଥିବାରୁ ଅର୍ଥନୀତି ଦିନକୁ ଦିନ ସୁଦୃଢ଼ ହେଉଛି ଯାହା ଭାରତ ପାଇଁ ଶୁଭଙ୍କର । ସେହିପରି ନଭେମ୍ବର ୨୬କୁ ଆମେ କେବେ ଭୁଲି ପାରିବା ନାହିଁ । ଆଜି ଭାରତରେ ସବୁଠୁ ଭୟାନକ ଆତଙ୍କବାଦୀ ଆକ୍ରମଣ କରାଯାଇଥିଲା । ମୋଦିଜୀ ଆଜି “ମନ୍ କି ବାତ୍‌” କାର୍ଯ୍ୟକ୍ରମରେ “ଆତଙ୍କବାଦୀ ତତ୍ତ୍ବ ଓ କାର୍ଯ୍ୟକଳାପକୁ ମଧ୍ୟ ମନେ ପକାଇଛନ୍ତି । ସେହିପରି ଏକବିଂଶ ଶତାବ୍ଦୀର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ହେଉଛି ଜଳ ନିରାପତ୍ତା। “ଜଳ ସଂରକ୍ଷଣ” ଜୀବନ ରକ୍ଷାଠାରୁ କୌଣସି ଗୁଣରେ କମ୍ ନୁହେଁ ବୋଲି ମୋଦିଜୀ କହିଛନ୍ତି । ମୋଦିଜୀ ଭାରତବାସୀଙ୍କ ଆହୁରି ମଧ୍ୟ କହିଛନ୍ତି ଯେ, ସର୍ବସାଧାରଣ ଦେଶ ଗଠନରେ ଅଂଶଗ୍ରହଣ କଲେ ଅଗ୍ରସର ହେବାର କିଛି ବାଧା ଆସିବ ନାହିଁ । ଆଜିର ଦିନରେ ଭାରତ ସବୁଠୁ ବଡ ଆକ୍ରମଣର ସମ୍ମୁଖୀନ ହୋଇଥିଲା । ଆତଙ୍କବାଦୀମାନେ ମୁମ୍ବାଇ ସହ ସମଗ୍ର ଦେଶକୁ ଥରାଇ ଦେଇଥିଲେ । କିନ୍ତୁ ଦେଶର ସାମର୍ଥ୍ୟ ହିଁ ଦେଶକୁ ଏହି ଆକ୍ରମଣରୁ ଉଦ୍ଧାର କରିଥିଲା । କେବଳ ସେତିକି ନୁହେଁ ସମସ୍ତ ସାମର୍ଥ୍ୟ ଜୁଟାଇ ଭାରତ ଆତଙ୍କବାଦୀକୁ ଦମନ କରୁଛି ।

ବର୍ତ୍ତମାନ ଭାରତବର୍ଷ ବିଶ୍ୱର ଅନ୍ୟ ବିକଶିତ ରାଷ୍ଟ୍ରମାନଙ୍କ ସହ ସମକକ୍ଷ ହେବାକୁ ଦ୍ରୂତଗତିରେ ଅଗ୍ରସର ହେଉଛି । ଆତ୍ମନିର୍ଭର ଭାରତ ଗଠନ ଆଜି ଦେଶବାସୀଙ୍କ ପାଇଁ ଆହ୍ୱାନରେ ପରିଣତ ହୋଇଛି । ମୋଦିଜୀ ଗତକାଲି “ତେଜସ” ବିମାନରେ ବସିବା ପରେ ଦେଶ ନୁହେଁ ସମଗ୍ର ବିଶ୍ୱରେ “ଭାରତ ବର୍ଷର ସ୍ୱଦେଶୀ କ୍ଷମତା” ଉପରେ ବିଶ୍ୱାସ ଆହୁରି ବଢ଼ିଯାଇଛି । ଆତ୍ମନିର୍ଭର ଭାରତ ଗଠନ ସକାଶେ ଭାରତ ବର୍ଷର ମାନ ଓ ସମ୍ମାନ ଅନ୍ତରାଷ୍ଟ୍ରୀୟ ସ୍ତରରେ ଦ୍ରୂତଗତିରେ ବୃଦ୍ଧି ପାଇଚାଲିଛି । ନିଶ୍ଚିତଭାବେ ୨୦୪୭ମସିହା ବେଳକୁ ଭାରତ ବର୍ଷ “ବିଶ୍ୱଗୁରୁ”ଭାବେ ନିଜକୁ ପ୍ରତିଷ୍ଠା କରିବ। ଏଥିରେ କୌଣସି ଦ୍ୱିମତ ନାହିଁ । ବାସ୍ତବରେ “ମନ୍ କି ବାତ୍‌” କାର୍ଯ୍ୟକ୍ରମ ପ୍ରତ୍ୟେକ ଦେଶବାସୀଙ୍କୁ ପ୍ରେରଣା ଯୋଗାଉଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Sponsored
Prime Minister | Argus English