Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିଜେପି ପାଇଁ ବିଜୟ ମନ୍ତ୍ର ନେଇ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

National

ବିଜେପି ପାଇଁ ବିଜୟ ମନ୍ତ୍ର ନେଇ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

Banajyotshna Ray
Browse all articles by Banajyotshna Ray
·2 years ago·2 min read
ବିଜେପି ପାଇଁ ବିଜୟ ମନ୍ତ୍ର ନେଇ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ଅର୍ଗସ ବ୍ୟୁରୋ:  ଫେବୃଆରୀ ୩ ତାରିଖରେ ଦିନିକିଆ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପଶ୍ଚିମ ଓଡିଶାର ପ୍ରମୁଖ ସହର ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଆଇଆଇଏମ୍ ର ସ୍ଥାୟୀ କ୍ୟାମ୍ପସକୁ ଉଦଘାଟନ କରିବା ସହ ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ । ଏହାସହ ସହରର ରେମେଡ ପଡିଆରେ ବିରାଟ ଜନସମାବେଶକୁ ସମ୍ବୋଧିତ କରିବେ ମୋଦି । ଏଥିପାଇଁ ଉକ୍ତ ପଡିଆରେ ଭୂମି ପୂଜନ କରିଛି ବିଜେପି । ସମାବେଶରେ ଲକ୍ଷାଧିକ ଲୋକଙ୍କ ସମାବେଶ ହେବାକୁ ଥିବାରୁ ପୂର୍ବ ପ୍ରସ୍ତୁତିର ତଦାରଖ କରିଛନ୍ତି ଦଳର ନେତୃବୃନ୍ଦ । ରାଜ୍ୟ ବିଜେପି ଶିବିରରେ ଉତ୍ସାହ । ତେବେ  ନିର୍ବାଚନ ପୂର୍ବରୁ ଦେଶର ସର୍ବାଧିକ ଲୋକପ୍ରିୟ ନେତାଙ୍କ ଭବ୍ୟ ସ୍ଵାଗତ ପାଇଁ ନେତାଙ୍କ ଠୁ ନେଇ କର୍ମୀଙ୍କ ପର୍ଯ୍ୟନ୍ତ ଚଳାଇଛନ୍ତି ଜୋରଦାର ପ୍ରସ୍ତୁତି । ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଲୋକସଭା ନିର୍ବାଚନ ପାଇଁ ଓଡିଶା ପ୍ରଭାରୀ ଭାବେ ରାଜ୍ୟସଭା ସାଂସଦ ବିଜୟପାଲ ସିଂ ତୋମାର ଏବଂ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସୁଶ୍ରୀ ଲତା ଉସେଣ୍ଡିଙ୍କୁ ସହ ପ୍ରଭାରୀ ଭାବେ ନିଯୁକ୍ତ କରିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ।

ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତକୁ ନେଇ ରାଜ୍ୟ ରାଜନୀତି ବି ବେଶ ସରଗରମ । କାରଣ ମୋଦିଙ୍କ ଶାସନ ସମୟରେ ଓଡିଶା ଅଧିକ ଲାଭବାନ ହୋଇଥିବା ବେଳେ ସଗଂଠନ ବି ଅଧିକ ସକ୍ରିୟ ହୋଇଛି । ଯେଉଁଥିପାଇଁ ୨୦୧୯ ଲୋକସଭା ନିର୍ବାଚନରେ ଦଳର ଭୋଟ ପ୍ରତିଶତ ୧୮ରୁ ୩୮ କୁ ବଢିଥିଲା । ବିଧାନସଭାରେ କଂଗ୍ରେସକୁ ପଛକୁ ହଟାଇ ରାଜ୍ୟରେ ବିଜେପି ହୋଇଥିଲା ମୁଖ୍ୟ ବିରୋଧୀ ଦଳ । ବିଜେଡିର ଲୋକପ୍ରିୟତାକୁ ପଛରେ ପକାଇ ୮ଟି ଲୋକସଭା ଆସନରେ ବିଜୟ ହୋଇଥିଲା ବିଜେପି । ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବି ୩୦ ପ୍ରତିଶତରୁ ଅଧିକ ଭୋଟ ପାଇଥିଲା ଦଳ ।   ତେଣୁ ବିଜେପିର ସଫଳତାର ଯାତ୍ରା ଆହୁରି ମଜବୁତ ହୋଇଥିବା ଆକଳନ କରାଯାଉଛି । ତେବେ ମୋଦିଙ୍କ ଏହି ଗସ୍ତ ଆଗାମୀ ନିର୍ବାଚନରେ ବେଶି କିଛି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ ।

ବିଶେଷ କରି ପଶ୍ଚିମ ଓଡିଶାରେ ବିଜେପି ୨୦୧୯ ନିର୍ବାଚନରେ ସମସ୍ତ ୫ଟି ଲୋକସଭା ଆସନ ହାତେଇ ଥିଲା  । ଆଉ ଆସନ୍ତା ୩ ତାରିଖରେ ସମ୍ବଲପୁରରେ ସମ୍ବୋଧନ ରଖିବେ ଦେଶର ପ୍ରଧାନମନ୍ତ୍ରୀ । ରାଜ୍ୟରେ ମୋଦିଙ୍କ ପ୍ରତି ବଢୁଥିବା ଜନ ସମର୍ଥନ ଲୋକସଭାରେ ବିଜେପିକୁ ରେକର୍ଡ ସିଟ୍ ଦେବ ବୋଲି କୁହାଯାଯାଉଛି । ମୋଦି ଗ୍ୟାରେଣ୍ଟିକୁ ବଳ କରି ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନ ଫଳାଫଳ ପରି ଓଡିଶାରେ ବି ୫୦ ପ୍ରତିଶତ ଭୋଟ ସହ ଡବଲ ଇଞ୍ଜିନ ସରକାର ଗଠନ ପାଇଁ ରଣନୀତି କରୁଛି ବିଜେପି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Prime Minister Modi is coming to Odisha with victory mantra for BJP | Argus English