Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାମଲାଲାଙ୍କ ଭବ୍ୟ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ

National

ରାମଲାଲାଙ୍କ ଭବ୍ୟ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ

Ritu Das
Browse all articles by Ritu Das
·2 years ago·1 min read
ରାମଲାଲାଙ୍କ ଭବ୍ୟ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ

ଅର୍ଗସ ବ୍ୟୁରୋ: ଅଯୋଧ୍ୟାରେ ରାମଲାଲାଙ୍କ ଭବ୍ୟ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ସଜେଇ ହୋଇଛି ଅଯୋଧ୍ୟା ନଗରୀ। ୪୯୦ ବର୍ଷ ସଂଘର୍ଷର ଅନ୍ତ ଘଟିଛି। ଆମ ପ୍ରଭୁ ରାମ ଲଲା ଆସୁଛନ୍ତି। ଏନେଇ ସମଗ୍ର ଦେଶରେ ଉତ୍ସାହର ମାହୋଲ। ମା’ ସୀତାଙ୍କ ବାପଘରୁ ଆସିଲା ସାମଗ୍ରୀ। ଆପଣମାନେ ନିଶ୍ଚିତ ଭାବେ ପ୍ରଭୁ ଶ୍ରୀରାମଙ୍କ ଶ୍ବଶୁର ଘର ହେଉଛି ନେପାଳର ଜନକପୁର। ଭଗବାନଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସବୁଆଡ଼ୁ କିଛି ନା କିଛି ବିଶେଷ ଉପହାର ଆସିଛି। ସେଥିରୁ ବା କେମିତି ବାଦ ପଡ଼ିବ ମାତା ସୀତାଙ୍କ ବାପଘର। କଥାରେ ଅଛି ଝିଅ ବାହାହେଲେ ବାପଘରୁ ନିଶ୍ଚିତ ଭାବେ ଭାର ଆସିଥାଏ। ଆଉ ସେଇଥିପାଇଁ ମାତା ସୀତାଙ୍କ ବାପଘର ମାନେ ନେପାଳର ଜନକପୁର ଧାମରୁ ୫୦୦ ଲୋକ ସାମଗ୍ରୀ ଆଣି ଅଯୋଧ୍ୟା ଆସିଛନ୍ତି। 

ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏହି କ୍ରମରେ ମା' ସୀତାଙ୍କ ବାପଘରୁ ସାମଗ୍ରୀ ଅଯୋଧ୍ୟାରେ ତାଙ୍କ ଶାଶୁ ଘରେ ପହଞ୍ଚିଛି। ୨୨ରେ ରାମଲାଲାଙ୍କ ସିଂହାସନ ଆରୋହଣ ପରେ ମା' ସୀତାଙ୍କ ଗୃହ ପ୍ରବେଶ ହେବ। ନେପାଳର ଜନକପୁର ଧାମର ୫୦୦ ଲୋକ ମା' ସୀତାଙ୍କ ପାଇଁ ସାମଗ୍ରୀ ନେଇ ଅଯୋଧ୍ୟାକୁ ଆସିଛନ୍ତି। ପରମ୍ପରା ହେଉଛି ଯେ, ଯେତେବେଳେ ବି ଘରର ଉତ୍ସବ ସମାରୋହ ହୁଏ, ଜିନିଷଗୁଡ଼ିକ ବାପଘରୁ ଶାଶୁଘରକୁ ଆସିଥାଏ। ତେଣୁ ଜନକପୁରର ଲୋକମାନେ ବର୍ତ୍ତମାନ ଏହି ପରମ୍ପରାକୁ ଅନୁସରଣ କରୁଛନ୍ତି। ଏହି ସାମଗ୍ରୀରେ ଭିନ୍ନ ପ୍ରକାରର ଫଳ, ପନିପରିବା, ଶସ୍ୟ, ତେଲ, ଅଳଙ୍କାର, ଟଙ୍କା, ମିଠା ଏବଂ ପାତ୍ର ରହିଛି। କେବଳ ଏତିକି ନୁହେଁ, ନେପାଳରୁ ମହିଳାମାନେ ମଧ୍ୟ ଆସିଛନ୍ତି ଏବଂ ସେମାନେ ନିଜକୁ ମାତା ସୀତାଙ୍କର ବନ୍ଧୁ ବୋଲି କହୁଛନ୍ତି। ମହିଳାମାନେ କହିଛନ୍ତି, ସେମାନେ ତାଙ୍କ ମାତୃ ଘରୁ ମା' ସୀତାଙ୍କ ପାଇଁ ଉପହାର ଆଣିଛନ୍ତି।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Preparations for the | Argus English