ଗଣତନ୍ତ୍ର ଦିବସ ପରେଡ ପାଇଁ ଚାଲିଛି ଅଭ୍ୟାସ
·2 years ago·1 min read

ଅର୍ଗସ ବ୍ୟୁରୋ: ଗଣତନ୍ତ୍ର ଦିବସ ପରେଡ ପାଇଁ ଚାଲିଛି ରିହରସଲ୍ । ଦିଲ୍ଲୀ କର୍ତ୍ତବ୍ୟପଥରେ ଫୁଲ୍ ଡ୍ରେସ୍ ରିହରସଲ କରୁଛନ୍ତି ବିଭିନ୍ନ ବିଭାଗର ସୁରକ୍ଷା କର୍ମୀ । ରକ୍ତ ଜମାଇ ଦେଲା ଭଳି ଜାଡ଼ରେ ସକାଳୁ ଆରମ୍ଭ ହେଉଛି ପରେଡ୍ ଅଭ୍ୟାସ । ITBP, ନୌସେନା, ଏୟାରଫୋର୍ସ, ଆର୍ମି ସିଆରପିଏଫ୍, ଦିଲ୍ଲୀ ପୋଲିସ ପକ୍ଷରୁ ଚାଲିଛି ଜୋରଦାର ପରେଡ ଅଭ୍ୟାସ।
ଚଳିତ ଥର ଦିଲ୍ଲୀରେ ଓଡିଶା ପିଲାଙ୍କ ପରେଡ ଦେଖିବ ସାରା ଭାରତ । ପରେଡ୍ ପାଇଁ ଓଡିଶାରୁ ଦିଲ୍ଲୀ ଯାଇଛନ୍ତି NCC କଣ୍ଟିନଜେଣ୍ଟ ଟ୍ରୁପ୍ । ସେପଟେ ଚଳିତ ବର୍ଷ ସାଧାରଣତନ୍ତ୍ର ପରେଡ ଦେଖିବାକୁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ତେବେ ଚଳିତ ବର୍ଷ ଗଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ । ଗଣତନ୍ତ୍ର ଦିବସରେ ଭାରତ ଆସିବାରେ ମାକ୍ରନ୍ ଫ୍ରାନ୍ସର ଷଷ୍ଠ ନେତା ହେବେ।
ଅଧିକ ପଢ଼ନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: