Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରଥମେ ବାୟୁ, ଏବେ ପାଣି ; ଦୀପାବଳି ପରେ ଦିଲ୍ଲୀରେ ବଢିଛି ପ୍ରଦୂଷଣ

National

ପ୍ରଥମେ ବାୟୁ, ଏବେ ପାଣି ; ଦୀପାବଳି ପରେ ଦିଲ୍ଲୀରେ ବଢିଛି ପ୍ରଦୂଷଣ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ପ୍ରଥମେ ବାୟୁ, ଏବେ ପାଣି ; ଦୀପାବଳି ପରେ ଦିଲ୍ଲୀରେ ବଢିଛି ପ୍ରଦୂଷଣ

ଅର୍ଗସ ବ୍ୟୁରୋ :  ପ୍ରଥମେ ବାୟୁ, ଆଉ ଏବେ ପାଣି । ବିଷ ବଳୟରେ ରହିଛି ଦେଶର ରାଜଧାନୀ । ବିଷାକ୍ତ ହୋଇଛି ପାଣି ପବନ । ବାରଣ ସତ୍ତ୍ବେ ଦୀପାବଳିରେ ବାଣ ଫୁଟାଇବା ପରେ ବାୟୁ ପ୍ରଦୂଷଣ ବଢ଼ିଥିଲା । ଏବେ ଯମୁନା ନଦୀରେ ଭାସୁଛି ବିଷାକ୍ତ ଫେଣ । ଏତେ ପରିମାଣରେ ଫେଣ ସୃଷ୍ଟି ହୋଇଛି ଯାହା ବଡ ବଡ ବରଫ ଖଣ୍ଡର ଭ୍ରମ ସୃଷ୍ଟି କରୁଛି । ପ୍ରତି ବର୍ଷ ଏହି ସମୟରେ ଯମୁନା ନଦୀରେ ଏଭଳି ଫେଣ ଦେଖା ଦେଇଥାଏ । ତେବେ ଛଟ ପୂଜା ପାଇଁ ବିଭିନ୍ନ ଘାଟରେ ବୁଡ଼ ପକାଇବା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଏଭଳି ବିଷାକ୍ତ ଫେଣ ଚିନ୍ତା ବଢ଼ାଇଛି । ବାଧ୍ୟ ହୋଇ ଦୁର୍ଗନ୍ଧ ଯୁକ୍ତ ବିଷାକ୍ତ ପାଣିରେ ପୂଜା କରୁଛନ୍ତି ଲୋକେ । ସ୍ବରେଜ୍‌ର ଆବର୍ଜନା ଯୁକ୍ତ ପାଣି ଓ କଳକାରଖାନାରୁ ଆସୁଥିବା ବର୍ଜ୍ୟବସ୍ତୁ ନଦୀରେ ମିଶୁଥିବାରୁ ଏହା ପ୍ରଦୂଷିତ ହେବା ସହ ଫେଣ ସୃଷ୍ଟି କରୁଛି ।

ଅଧିକ ପଢନ୍ତୁ : ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଣ ଫୁଟାଇବାରୁ ପୁଣି ଦିଲ୍ଲୀ ବାୟୁ ପ୍ରଦୂଷିତ

ଯମୁନାକୁ ସଫା କରିବାକୁ କେଜରିୱାଲ ସରକାର ବଡ଼ ବଡ଼ କଥା କହୁଥିବା ବେଳେ ଚଳିତ ବର୍ଷ ପୁଣି ଏଭଳି ଚିତ୍ର ଦିଲ୍ଲୀ ସରକାରଙ୍କ ମୁଖା ଖୋଲି ଦେଇଛି । ଯମୁନା ପାଇଁ ଦିଲ୍ଲୀ ସରକାର ଅତିରିକ୍ତ ବଜେଟ ବ୍ୟବସ୍ଥା କରିବା ସହ ପ୍ରଦୂଷଣ ରୋକିବାକୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଜଳ ବୋର୍ଡ ପକ୍ଷରୁ ଦାବି କରାଯାଇଥିଲା । କିନ୍ତୁ ପୁଣି ଏତେ ପରିମାଣରୁ ବିଷାକ୍ତ ଫେଣ ଫାସିବା ପରେ ଦିଲ୍ଲୀ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ୯ ବର୍ଷର ସରକାରରେ ପ୍ରଦୂଷଣରୁ ମୁକ୍ତି ପାଇଁ କୌଣସି କାର୍ଯ୍ୟ ହୋଇନଥିବା କହିଛନ୍ତି ବିଜେପି ସାଂସଦ ଗୌତ୍ତମ ଗମ୍ଭୀର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାରତ ଖବର ଆହୁରି ପଢନ୍ତୁ

Education Next Season 5
Sponsored
Pollution increases in Delhi after diwali | Argus English