ଆଜି ଆସିବ ୪ ରାଜ୍ୟର ନିର୍ବାଚନ ଫଳ
·2 years ago·1 min read

ଅର୍ଗସ ବ୍ୟୁରୋ: ଆଜି ସେମିଫାଇନାଲ ରେଜଲ୍ଟ । ଇଭିଏମରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ । ସକାଳ 8ଟାରୁ ହେବ ଭୋଟ ଗଣତି । ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ଭୋଟ ଗଣତି ପାଇଁ ନିର୍ବାଚନ କମିଶନ ପକ୍ଷରୁ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଛି । ସବୁ ରାଜ୍ୟର ଗଣତି କେନ୍ଦ୍ର ଗୁଡ଼ିକରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗ ରୁମରୁ ଗ୍ରୀନ କରିଡରରେ କେନ୍ଦ୍ରକୁ ଆସିଛି ଇଭିଏମ ।
ମଧ୍ୟପ୍ରଦେଶରେ 230 ଆସନ ପାଇଁ 2 ହଜାର 5 ଶହ 33 ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥିବାବେଳେ ରାଜସ୍ଥାନରେ 199 ଆସନରେ 18 ଶହ, ଛତିଶଗଡ଼ରେ 90 ଆସନରେ 1 ହଜାର 1 ଶହ 81 ଏବଂ ତେଲଙ୍ଗାନାରେ 119 ଆସନରେ 2 ହଜାର 2 ଶହ 90 ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଆସନ୍ତାବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ଏହି ନିର୍ବାଚନ ଫଳାଫଳକୁ ସେମିଫାଇନାଲ କୁହଯାଉଛି ।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: