Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନେହରୁଙ୍କ ଭୁଲ ଲାଗି ପିଓକେର ସୃଷ୍ଟି

National

ନେହରୁଙ୍କ ଭୁଲ ଲାଗି ପିଓକେର ସୃଷ୍ଟି

Manini Pattanayak
Browse all articles by Manini Pattanayak
·2 years ago·2 min read
ନେହରୁଙ୍କ ଭୁଲ ଲାଗି ପିଓକେର ସୃଷ୍ଟି

ନୂଆଦିଲ୍ଲୀ: ଲୋକସଭାରେ କମ୍ପନ ଆଣିଲେ କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହା । ସିଧାସିଧା କହିଲେ, ପିଓକେ ଆମର । କେବଳ ନେହୁରୁଙ୍କର ଭୁଲ ପାଇଁ POK ସୃଷ୍ଟି ହୋଇଛି । ହେଲେ ଏବେ ସେକାଳ ପଖାଳ ଆଉ ନାହିଁ । ଆଉ ଶାହାଙ୍କର ଦମଦାର ଭାଷଣ ଶୁଣି ବିରୋଧୀ ଘାଇଲା । ଜମ୍ମୁକଶ୍ମୀରକୁ ନେଇ ବଡ଼ ମନ୍ତବ୍ୟ ଦେଲେ ଶାହା । ମୋଦି ସରକାର ଦେଶର କେମିତି ଉନ୍ନତି କରୁଛି ସେନେଇ ବିରୋଧୀଙ୍କୁ ଦେଖାଇଲେ ପୋଥି । କହିଲେ, ଗରିବଙ୍କ  ଦୁଃଖ-ଯନ୍ତ୍ରଣା ବୁଝିଥାନ୍ତି ପିଏମ ମୋଦି । ବିସ୍ଥପାତିଙ୍କ ଆଖିର ଲୁହ ପୋଛିନ୍ତି ମୋଦି । ରାହୁଲ ଗାନ୍ଧୀଙ୍କ ନାଁ ନନେଇ ସିଧା ହମଲା କରିଛନ୍ତି ଶାହ ।  ଧାରା-୩୭୦ ଉଠାଇବାରୁ କିଛି ଲୋକଙ୍କ ଅସୁବିଧା ହେଉଛି । ହେଲେ ଲାଭ କିଛି ହେବାର ନାହିଁ ।

ଜାମୁ କାଶ୍ମୀର ବିଲ୍‌କୁ ନେଇ ଅମିତ ଶାହା ଗୃହରେ ସ୍ପଷ୍ଟୋକ୍ତି ରଖିବା ସହ ଧୋଇଥିଲେ ବିରୋଧିଙ୍କୁ । କହିଥିଲେ, କାଶ୍ମୀର ନେଇ ଚିନ୍ତା କାହାର ନଥିଲା । ହେଲେ ମୋଦି ଆସିବା ପରେ କାଶ୍ମୀର ଗୁରୁତ୍ଵ ଦିଆଗଲା, ଧାରା 370 ଉଠିଲା । ଏବେ pok ରେ କାଶ୍ମୀର ପଣ୍ଡିତଙ୍କ ପାଇଁ ଆସନ ସଂରକ୍ଷିତ ରହିବ ବୋଲି ଶାହା କହିଛନ୍ତି ।  ଯେଉଁମାନେ କାଶ୍ମୀରରୁ ବିସ୍ଥାପିତ ହେଇଛନ୍ତି ସେମାନଙ୍କ ଦୁଃଖ କହିବା ଅସମ୍ଭବ। କଂଗ୍ରେସ ପଛୁଆ ବର୍ଗଙ୍କୁ ଜୋରଦାର ବିରୋଧ କରୁଛି । ମଣ୍ଡଳ କମିଶନକୁ କଂଗ୍ରେସ ବିରୋଧ କରିଛି ।  ଶାହା ନେହରୁଙ୍କ ଉପରେ ବି କଡା ଟିପଣୀ ଦେଇ କହିଥିଲେ ପିଓକେ ଯଦି ସୃଷ୍ଟି ତାହା କେବଳ ନେହୁରଙ୍କ ଭୁଲ ପାଇଁ । ନଚେତ୍‌ ଆଜି କାଶ୍ଜୀର ଭାରତର ଅଂଶ ହୋଇ ରହିଥାଆନ୍ତା । 

ଅଗଷ୍ଟ ୬ ତାରିଖ ୨୦୧୯ରେ ହଟିଥିଲା ଧାରା ୩୭୦।   ଧାରା ୩୭୦ ହଟିଲା ପରେ କାଶ୍ମୀର ରେ ଆତଙ୍କବାଦ କମିଛି। ୨୦୨୩ରେ ଗୋଟିଏ ବି ପଥର ଫିଙ୍ଗା କିମ୍ବା ଆନ୍ଦୋଳନ ଘଟଣା ଦେଖାଦେଇନି।  କିନ୍ତୁ  2010ରେ କଂଗ୍ରେସ ଶାସନ ସମୟରେ  ୧୧୨ଲୋକ ପଥର ଫିଙ୍ଗା ପାଇଁ ଆହତ ହୋଇଛନ୍ତି। 370ହଟିଲା ଦିନଠୁ  କାଶ୍ମୀରରେ ପ୍ରତି ତିନି ମାସରେ ସୁରକ୍ଷାର ସମୀକ୍ଷା କରାଯାଉଛି।  ୩୭୦ ଉଠିଲା ପରେ କାଶ୍ମୀରରେ ୪ଟି ଫିଲ୍ମ ହଲ ହୋଇଛି ବୋଲି ଶାହା କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜାମ୍ମୁ କାଶ୍ମୀର ପୁନଃଗଠନ ସଂଶୋଧନ ବିଲ୍ ଉପରେ ଲୋକସଭାରେ  ଜୋରଦାର ବିତର୍କରେ ଶାହା ଆହୁରି କହିଛନ୍ତି, ଏହି ବିଲ୍ ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିବ। ମୁଁ ଆଣିଥିବା ବିଲ୍ ହେଉଛି ୭୦ ବର୍ଷ ଧରି ଯେଉଁମାନେ ଅନ୍ୟାୟ, ଅପମାନିତ ଏବଂ ଅବହେଳିତ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଏକ ବିଲ୍।  କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ଗତ ୭୦ ବର୍ଷ ମଧ୍ୟରେ ଯେଉଁମାନଙ୍କ ଉପରେ ଅନ୍ୟାୟ  ହେଉଛି ସେମାନଙ୍କୁ ଆଗକୁ ନେବା ପାଇଁ ଏହି ବିଲ୍ । ଯେଉଁମାନେ ନିଜ ଦେଶରେ ବିସ୍ଥାପିତ ହୋଇଥିଲେ ସେମାନଙ୍କୁ ସମ୍ମାନ ଏବଂ ନେତୃତ୍ୱ ଦେବା ଏହି ବିଲ୍ ଅଟେ। ସେ କହିଛନ୍ତି ମୁଁ ଖୁସି ଯେ ଏହି ବିଲକୁ କେହି ବିରୋଧ କରିନାହାଁନ୍ତି।  

ଅଧିକ ଦେଖନ୍ତୁ:

Sponsored
'PoK would be part of India if Jawaharlal Nehru...': Amit Shah asserts 'PoK is ours' in Lok Sabha | Argus English