Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପିଏମ୍ ବିଶ୍ୱକର୍ମା ଯୋଜନାର ବିଶ୍ୱକର୍ମା ମହାଗୁରୁ ମାନଙ୍କୁ ସମ୍ମାନିତ କଲେ କେନ୍ଦ୍ରମନ୍ତ୍ରୀ

National

ପିଏମ୍ ବିଶ୍ୱକର୍ମା ଯୋଜନାର ବିଶ୍ୱକର୍ମା ମହାଗୁରୁ ମାନଙ୍କୁ ସମ୍ମାନିତ କଲେ କେନ୍ଦ୍ରମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago·2 min read
ପିଏମ୍ ବିଶ୍ୱକର୍ମା ଯୋଜନାର ବିଶ୍ୱକର୍ମା ମହାଗୁରୁ ମାନଙ୍କୁ ସମ୍ମାନିତ କଲେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ : ସମାଜରେ ଯେଉଁମାନଙ୍କୁ ଅଣଦେଖା କରାଯାଉଥିଲା, ସେମାନଙ୍କୁ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଜରିଆରେ ବଡ଼ ସମ୍ମାନ ଦେଇଛନ୍ତି । ପିଏମ୍ ବିଶ୍ୱକର୍ମା ଗରିବ ଲୋକଙ୍କୁ ଧନୀ ବନାଇବାର ନୂଆ ଯୋଜନା ବୋଲି ଶୁକ୍ରବାର ଭୁବନେଶ୍ୱରର ସିଏସଆଇଆର୍ –ଆଇଏମଏମଟି ଠାରେ ବିଶ୍ୱକର୍ମା ମହାଗୁରୁ ମାନଙ୍କୁ ସମ୍ମାନିତ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

 ବିଶ୍ୱକର୍ମା ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା ହେବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପିଏମ ବିଶ୍ୱକର୍ମା ଯୋଜନାରେ କୁମ୍ଭାର, କମାର, ବଢେଇ, ମିସ୍ତ୍ରୀ, ମୂର୍ତ୍ତିଶିଳ୍ପୀ, ବଣିଆ, ଦରଜୀ, ମୋଚି, ମାଳି, ଜାଲ ବୁଣାଳୀ ଭଳି ୧୮ଟି ପାରମ୍ପରିକ କୌଳିକ ବୃତ୍ତିକୁ ସାମିଲ କରାଯାଇଛି । ପିଏମ ବିଶ୍ୱକର୍ମା ଯୋଜନାରେ ମୋଦି ସରକାର ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ପିଏମ୍ ବିଶ୍ୱକର୍ମା ଅନ୍ତର୍ଗତ ଦକ୍ଷତା ପ୍ରଶିକ୍ଷଣ, ଭତ୍ତା, ସାର୍ଟିଫିକେଟ୍, ଟୁଲକିଟ୍ ପାଇଁ ଅର୍ଥ, କମ ସୁଧରେ ଋଣ, ଡିଜିଟାଲରେ ପ୍ରୋତ୍ସାହନ ଆମର ବିଶ୍ୱକର୍ମାଙ୍କ ସାମର୍ଥ୍ୟ ଏବଂ ସମୃଦ୍ଧିକୁ ବଢାଇବ । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପିଏମ ବିଶ୍ୱକର୍ମାରେ ଓଡ଼ିଶାର ଅଧିକ କାରିଗରଙ୍କୁ ଯୋଡିବା ଦିଗରେ ସଚେତନତା କରିବା ଉପରେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଓଡ଼ିଶାର କାରିଗର ଏବଂ ଶିଳ୍ପୀକାରମାନେ ଜଣେ ଜଣେ ବିଶ୍ୱକର୍ମା । ଆଜି ଦିନରେ ସେମାନେ ପ୍ରସ୍ତୁତ କରୁଥିବା ବସ୍ତୁ ଓ ସାମଗ୍ରୀରେ ନିଖୁଣତା ଅନନ୍ୟ । ଆବୁଧାବୀରେ ନିର୍ମାଣ ହେଉଥିବା ସ୍ୱାମୀ ନାରାୟଣ ମନ୍ଦିର ପରିସରରେ ଶ୍ରୀଜଗନ୍ନାଥ ମନ୍ଦିର ତିଆରିରେ ଓଡ଼ିଆ ମୂର୍ତ୍ତି କାରିଗରମାନେ କାମ କରୁଛନ୍ତି । ଆଜି ବି ଓଡ଼ିଆ କାରିଗରୀ ଚକିତ କରିବା ଭଳି । ଶ୍ରୀକ୍ଷେତ୍ର ପୁରୀ ଓ ମହାପ୍ରଭୁଙ୍କ ବିଧିବ୍ୟବସ୍ଥା ସହ ଯୋଡି ହୋଇଥିବା ସେବାୟତ ମାନେ ଏହି ଯୋଜନାର ସବୁଠୁ ବଡ ଲାଭାର୍ଥୀ । ତେଣୁ ପିଏମ ବିଶ୍ୱକର୍ମା ଯୋଜନାରେ ପାରମ୍ପରିକ ଓଡ଼ିଆ କାରିଗରଙ୍କୁ ଯୋଡିବା ସହ ପଞ୍ଜିକରଣକୁ ଆହୁରି ୟୁଜର ଫ୍ରେଣ୍ଡଲି କରିବା ଉପରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।   

ପ୍ରଧାନମନ୍ତ୍ରୀ ବିକଶିତ ଭାରତ ପାଇଁ ପ୍ରସ୍ତୁତ । ସମାଜରେ ଅନ୍ତିମ ଶ୍ରେଣୀରେ ଥିବା ଲୋକଙ୍କ ବିକାଶ ଦ୍ୱାରା ବିକଶିତ ଭାରତ ଗଠନ ହୋଇପାରିବ ।  ଏହି ଅବସରରେ କେନ୍ଦ୍ରମନ୍ତ୍ରୀ  ବିଶ୍ୱକର୍ମା ଯୋଜନାକୁ ନେଇ ଥିବା ହିତାଧିକାରୀ ମାନଙ୍କର ଅନୁଭୂତି ଶୁଣିଥିଲେ । ସମାରୋହରେ ବିଶ୍ୱକର୍ମା ଗୁରୁମାନେ ଯୋଜନା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଲିଖିତ ଧନ୍ୟବାଦ ପତ୍ର ଦେଇଥିବାରୁ ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ ।

Sponsored
pm vishwakarma yojana | Argus English