Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅଯୋଧ୍ୟାଗସ୍ତ ସମୟରେ ଦଳିତ ପରିବାର ମୀରା ମାଞ୍ଝୀଙ୍କ ଘରକୁ ଗଲେ ମୋଦି

National

ଅଯୋଧ୍ୟାଗସ୍ତ ସମୟରେ ଦଳିତ ପରିବାର ମୀରା ମାଞ୍ଝୀଙ୍କ ଘରକୁ ଗଲେ ମୋଦି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଅଯୋଧ୍ୟାଗସ୍ତ ସମୟରେ ଦଳିତ ପରିବାର ମୀରା ମାଞ୍ଝୀଙ୍କ ଘରକୁ ଗଲେ ମୋଦି

ଅର୍ଗସ ବ୍ୟୁରୋ:  ଅଯୋଧ୍ୟାଗସ୍ତ ସମୟରେ ଦଳିତ ପରିବାର ମୀରା ମାଞ୍ଝୀଙ୍କ ଘରକୁ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ଘରେ ଚା କରି ପ୍ରଧାନମନ୍ତ୍ରୀଙ୍କୁ ପିଆଉଥିଲେ ମୀରା । ଆଉ ସନ୍ଧ୍ୟା ସୁଦ୍ଧା ମୀରାଙ୍କୁ ରିଟର୍ଣ୍ଣ ଗିଫ୍ଟ ପଠାଇଛନ୍ତି ମୋଦି । ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶ ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୀରାଙ୍କ ପରିବାରକୁ ସିଏମ୍‌ ଜନ ଆରୋଗ୍ୟ ଯୋଜନାରେ ସାମିଲ କରିଛନ୍ତି ।

ଅଯୋଧ୍ୟା ଜିଲ୍ଲାପାଳ ନିଜେ ଯାଇ ତାଙ୍କୁ ଏହି ପତ୍ର ପ୍ରଦାନ କରିଛନ୍ତି । ଏହାଛଡ଼ା ଖୁବଶୀଘ୍ର ତାଙ୍କୁ ଆୟୁଷ୍ମାନ କାର୍ଡ ଦେବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି । ଅଯୋଧ୍ୟା ଗସ୍ତ ସମୟରେ ମୀରଙ୍କ ଘରକୁ ଯାଇ ଚା ପିଇବା ସହ ତାଙ୍କ ଚାର ପ୍ରଶଂସା ମଧ୍ୟ କରିଥିଲେ ପ୍ରଧାନମନ୍ତ୍ରୀ ।

ମୀରାଙ୍କ ପରିବାରକୁ ଭେଟିବା ପରେ ଅଯୋଧ୍ୟା ମାଝୀ ନଗରରେ ଦୁଇ ପିଲାଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ । ପିଲାଙ୍କ ସହ ସେଲଫି ନେବା ସହ ପିଲାମାନେ ବନାଇଥିବା ଅଯୋଧ୍ୟା ଶ୍ରୀରାମ ମନ୍ଦିରର ଚିତ୍ରକୁ ମଧ୍ୟ ଦେଖିଥିଲେ ପ୍ରଧାନମନ୍ତ୍ରୀ । ଚିତ୍ରକୁ ପ୍ରଶଂସା କରିବା ସହ ପିଲାଙ୍କ ସହ କିଛି ସମୟ କଥା ହୋଇଥିଲେ ମୋଦି । ପ୍ରଧାନମନ୍ତ୍ରୀଙ୍କୁ ଭେଟି ବେଶ ଖୁସି ହୋଇଥିଲେ ପିଲାମାନେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର:

Sponsored
PM Modi visits Meera Manjhi's house in Ayodhya, drinks tea | Argus English