Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପ୍ରଧାନମନ୍ତ୍ରୀଙ୍କୁ ଚା' ପିଆଇଲେ ମୀରା ମାଞ୍ଝୀ

National

ପ୍ରଧାନମନ୍ତ୍ରୀଙ୍କୁ ଚା' ପିଆଇଲେ ମୀରା ମାଞ୍ଝୀ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ପ୍ରଧାନମନ୍ତ୍ରୀଙ୍କୁ ଚା' ପିଆଇଲେ ମୀରା ମାଞ୍ଝୀ

ଅର୍ଗସ ବ୍ୟୁରୋ: ଅଯୋଧ୍ୟାଗସ୍ତ ସମୟରେ ଅଚାନକ ଏକ ଦଳିତ ପରିବାରରେ ଯାଇ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୀରା ମାଞ୍ଝୀଙ୍କ ଘରକୁ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ଘରେ ଚା କରି ପ୍ରଧାନମନ୍ତ୍ରୀଙ୍କୁ ପିଆଇଲେ ମୀରା । ଆଉ ସନ୍ଧ୍ୟା ସୁଦ୍ଧା ମୀରାଙ୍କୁ ରିଟର୍ଣ୍ଣ ଗିଫ୍ଟ ପଠାଇଛନ୍ତି ମୋଦି । ଏଖବର  ଏବେ ଖୁବ ଚର୍ଚ୍ଚାରେ । ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶ ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୀରାଙ୍କ ପରିବାରକୁ ସିଏମ୍‌ ଜନ ଆରୋଗ୍ୟ ଯୋଜନାରେ ସାମିଲ କରିଛନ୍ତି ।

ଅଯୋଧ୍ୟା ଜିଲ୍ଲାପାଳ ନିଜେ ଯାଇ ତାଙ୍କୁ ଏହି ପତ୍ର ପ୍ରଦାନ କରିଛନ୍ତି । ଏହାଛଡ଼ା ଖୁବଶୀଘ୍ର ତାଙ୍କୁ ଆୟୁଷ୍ମାନ କାର୍ଡ ଦେବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି । ଅଯୋଧ୍ୟା ଗସ୍ତ ସମୟରେ ମୀରଙ୍କ ଘରକୁ ଯାଇ ଚା ପିଇବା ସହ ତାଙ୍କ ଚା'ର ପ୍ରଶଂସା ମଧ୍ୟ କରିଥିଲେ ପ୍ରଧାନମନ୍ତ୍ରୀ । ଏହାସହ ପ୍ରଧାନମନ୍ତ୍ରୀଙ୍କୁ ଚା' ପିଆଇ ଖୁବ ଖୁସି ଥିବା କହିଛନ୍ତି ମୀରା। ସେ ଏହା ମଧ୍ୟ କହିଛନ୍ତି ଯେ, ମୁଁ କେବେ ଭାବିନଥିଲି ଯେ, ପ୍ରଧାନମନ୍ତ୍ରୀ ଆମ ଘରକୁ ଆସିବେ। ଆଉ ଯେତେବେଳେ ମୋଦି ଆସିବେ ବୋଲି ମୁଁ ଜାରିବାକୁ ପାଇଲି, କଣ ତିଆରି କରିବି ବୋଲି ଚିନ୍ତାରେ ପହିଗଳି। ସମୟ ଏତେ କମ୍‌ ଥିଲା ଯେ ସେତିକି ସମୟରେ ମୁଁ ଚା ପ୍ରସ୍ତୁତ କରିପାରିଲି। ଏହାସହ ମୋ ହାତ ତିଆରି ଚା' ପିଇଲେ ପ୍ରଧାନମନ୍ତ୍ରୀ ।  ପ୍ରଧାନମନ୍ତ୍ରୀ ମୋ ପରିବାରର ସୁଖ ଦୁଃଖ ବିଷୟରେ ମଧ୍ୟ ମତେ ପଚାରି ବୁଝିଲେ। ମୋର ସୌଭାଗ୍ୟ ଯେ ପ୍ରଧାନମନ୍ତ୍ରୀ ମୋ ଘରକୁ ଆସିଲେ ଆଉ ମୋ ହାତରୁ ଚା' ପିଇଲେ।

ସରକାରଙ୍କର ଉଜ୍ଜଳା ଯୋଜନାର ୧୦ ଗୋଟି ତମ ଲାଭାର୍ଥିଙ୍କ ମଧ୍ୟରେ ଥିଲେ ମୀରା। ମୋଦି ରାଜଘାଟ ଅଞ୍ଚଳର କନ୍ଦରପୁର ଅଞ୍ଚଳରେ ପହଞ୍ଚିଥିଲେ। ମୀରାଙ୍କ ପରିବାରକୁ ଭେଟିବା ପରେ ଅଯୋଧ୍ୟା ମାଝୀ ନଗରରେ ଦୁଇ ପିଲାଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ । ପିଲାଙ୍କ ସହ ସେଲଫି ନେବା ସହ ପିଲାମାନେ ବନାଇଥିବା ଅଯୋଧ୍ୟା ଶ୍ରୀରାମ ମନ୍ଦିରର ଚିତ୍ରକୁ ମଧ୍ୟ ଦେଖିଥିଲେ ପ୍ରଧାନମନ୍ତ୍ରୀ । ଚିତ୍ରକୁ ପ୍ରଶଂସା କରିବା ସହ ପିଲାଙ୍କ ସହ କିଛି ସମୟ କଥା ହୋଇଥିଲେ ମୋଦି । ପ୍ରଧାନମନ୍ତ୍ରୀଙ୍କୁ ଭେଟି ବେଶ ଖୁସି ହୋଇଥିଲେ ପିଲାମାନେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ଦେଶ ଖବର:
 

Sponsored
PM Modi visits Meera Manjhi's house in Ayodhya | Argus English