Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଜି ଚଳଚଞ୍ଚଳ ରହିବ ଅଯୋଧ୍ୟା, ଆସୁଛନ୍ତି ପ୍ରଧାନମନ୍ତ୍ରୀ

National

ଆଜି ଚଳଚଞ୍ଚଳ ରହିବ ଅଯୋଧ୍ୟା, ଆସୁଛନ୍ତି ପ୍ରଧାନମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago·1 min read
ଆଜି ଚଳଚଞ୍ଚଳ ରହିବ ଅଯୋଧ୍ୟା, ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀଙ୍କ ଅଯୋଧ୍ୟା ଗସ୍ତ ପାଇଁ ଚଳଚଞ୍ଚଳ ଅଯୋଧ୍ୟା । ନବନିର୍ମିତ ବିମାନ ବନ୍ଦର ଓ ରେଳ ଷ୍ଟେସନର ଲୋକାର୍ପଣ କରିବେ ମୋଦି । ଅଯୋଧ୍ୟାଧାମ ରେଳ ଷ୍ଟେସନକୁ ବି ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ନୂତନ ଅମୃତ ଭାରତ ଟ୍ରେନ୍ ଏବଂ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିବେ । ଅତ୍ୟାଧୁନିକ ବିମାନ ବନ୍ଦରର ପ୍ରଥମ ପର୍ଯ୍ୟାୟ ୧୪୫୦ କୋଟିରୁ ଅଧିକ ମୂଲ୍ୟରେ ବିକଶିତ ହୋଇଛି । ବିମାନବନ୍ଦର ଟର୍ମିନାଲ ବିଲଡିଂର କ୍ଷେତ୍ର ୬୫୦୦ ବର୍ଗ ମିଟର ହେବ, ଯାହା ବାର୍ଷିକ ପ୍ରାୟ ୧୦ ଲକ୍ଷ ଯାତ୍ରୀଙ୍କୁ ସେବା କରିବା ପାଇଁ ସଜ୍ଜିତ । 

ଅଧିକ ପଢନ୍ତୁ ଭାରତ ଖବର

ସେହିପରି ରେଳ ଷ୍ଟେସନ ୨୪୦ କୋଟିରୁ ଅଧିକ ବ୍ୟୟରେ ବିକଶିତ ହୋଇଛି । ତିନି ମହଲା ଆଧୁନିକ ରେଳ ଷ୍ଟେସନ ବିଲଡିଂରେ ଲିଫ୍ଟ, ଏସ୍କାଲେଟର, ଫୁଡ୍ ପ୍ଲାଜା, ପୂଜା ସାମଗ୍ରୀ ଦୋକାନ,  ଶିଶୁ ଯତ୍ନ କକ୍ଷ, ଅପେକ୍ଷା ହଲ୍ ଭଳି ସମସ୍ତ ଆଧୁନିକ ସୁବିଧା ରହିଛି । ଅପରାହ୍ନ ପ୍ରାୟ ଗୋଟାଏରେ ପ୍ରଧାନମନ୍ତ୍ରୀ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ ଯେଉଁଠାରେ ସେ ୧୫,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥିରେ ଅଯୋଧ୍ୟା ଏବଂ ଏହାର ଆଖପାଖ ଅଞ୍ଚଳର ବିକାଶ ପାଇଁ ପ୍ରାୟ ୧୧,୧୦୦ କୋଟି ଟଙ୍କା ଏବଂ ଉତ୍ତରପ୍ରଦେଶର ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ପ୍ରାୟ ୪୬୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଅନ୍ତର୍ଭୁକ୍ତ ।  ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାସ୍ତାଘାଟଗୁଡିକ ସୁସଜ୍ଜିତ କରାଯାଇଛି । ବିଭିନ୍ନ ସ୍ଥାନରେ ଡବଲ ଇଞ୍ଜିନର ନାରା ସହ ବିକାଶଠୁ ନେଇ କେନ୍ଦ୍ରୀୟ ଯୋଜନାର ହୋର୍ଡିଂ ଲାଗିଛି । ଆଜି ନିଜେ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଅଯୋଧ୍ୟା ଗସ୍ତ କରି ସମସ୍ତ କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି ।

Sponsored
PM Modi to visit land of Ram Lalla today | Argus English