Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସବୁଜ ପତାକା ଦେଖାଇ ‘ଅମୃତ ଭାରତ’ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

National

ସବୁଜ ପତାକା ଦେଖାଇ ‘ଅମୃତ ଭାରତ’ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago·1 min read
ସବୁଜ ପତାକା ଦେଖାଇ ‘ଅମୃତ ଭାରତ’ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଅଯୋଧ୍ୟାରୁ ଗଡିଲା ଅମୃତ ଭାରତ ଟ୍ରେନ୍ । ସବୁଜ ପତାକା ଦେଖାଇ ୨ଟି ଅମୃତ ଭାରତ ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ 6ଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ ଓ ଅଯୋଧ୍ୟା ଧାମ ଷ୍ଟେସନର ଉଦଘାଟନ କରିଛନ୍ତି ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହାର ଶୁଭାରମ୍ଭ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନିଜର ଅୟୋଧ୍ୟା ଗସ୍ତ ସମୟରେ ଏହାର ଶୁଭାରମ୍ଭ କରିଛନ୍ତି । 

ଅଧିକ ପଢନ୍ତୁ : ଅଯୋଧ୍ୟାରେ ପହଞ୍ଚି ବିଶାଳ ରୋଡ୍‌ ସୋ କରିଛନ୍ତି ପ୍ରଧାନମନ୍ତ୍ରୀ

ପରେ ପ୍ରଧାନମନ୍ତ୍ରୀ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ ଯେଉଁଠାରେ ସେ ୧୫,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବେ । ଏଥିରେ ଅଯୋଧ୍ୟା ଏବଂ ଏହାର ଆଖପାଖ ଅଞ୍ଚଳର ବିକାଶ ପାଇଁ ପ୍ରାୟ ୧୧,୧୦୦ କୋଟି ଟଙ୍କା ଏବଂ ଉତ୍ତରପ୍ରଦେଶର ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ପ୍ରାୟ ୪୬୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାସ୍ତାଘାଟଗୁଡିକ ସୁସଜ୍ଜିତ କରାଯାଇଛି । ବିଭିନ୍ନ ସ୍ଥାନରେ ଡବଲ ଇଞ୍ଜିନର ନାରା ସହ ବିକାଶଠୁ ନେଇ କେନ୍ଦ୍ରୀୟ ଯୋଜନାର ହୋର୍ଡିଂ ଲାଗିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Modi to inaugurate ‘Amrit Bharat Express’ | Argus English